Advertisment

ହଟିବ କି ମନୀଷ ମୃତ୍ୟୁରୁ ପରଦା ? ଆତ୍ମସମର୍ପଣ କରିଥିବା ୨ ଯୁବକଙ୍କୁ ଭୁବନେଶ୍ୱର ଆଣିଲା ପୋଲିସ୍‌

ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାରେ ପୋଲିସ୍‌ ତନାଘନା ଚଳାଇଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନାରେ ଆତ୍ମସର୍ପଣ କରିଥିବା ମୃତ୍ୟୁଞ୍ଜୟ ଓ ଦୀନେଶଙ୍କୁ କମିଶନରେଟ ପୋଲିସ ଭୁବନେଶ୍ୱର ଆଣିଥିବା ସୂଚନା ମିଳିଛି। ଏଥିପାଇଁ କମିଶନରେଟ ପୋଲିସ୍‌ର ଏକ ୪ ଜଣିଆ ଟିମ୍‌ ଫୁଲବାଣୀ ଯାଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Manish Anurag

Manish Anurag

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାରେ ପୋଲିସ୍‌ ତନାଘନା ଚଳାଇଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନାରେ ଆତ୍ମସର୍ପଣ କରିଥିବା ମୃତ୍ୟୁଞ୍ଜୟ ଓ ଦୀନେଶଙ୍କୁ କମିଶନରେଟ ପୋଲିସ ଭୁବନେଶ୍ୱର ଆଣିଥିବା ସୂଚନା ମିଳିଛି। ଏଥିପାଇଁ କମିଶନରେଟ ପୋଲିସ୍‌ର ଏକ ୪ ଜଣିଆ ଟିମ୍‌ ଫୁଲବାଣୀ ଯାଇଥିଲା।

Advertisment

ଗତକାଲି ସକାଳେ ମୃତ୍ୟୁଞ୍ଜୟ ଓ ଦୀନେଶ ଫୁଲବାଣୀ  ଟାଉନ ଥାନାରେ ଆତ୍ମସମର୍ପଣ କରିଥିଲେ। ଏମାନେ ଫୁଲବାଣୀ ସହରର ବୋଲି ଜଣାପଡ଼ିଛି। ପୂର୍ବରୁ ମଙ୍ଗଳବାର ଫୁଲବାଣୀ ସହରର ଆଉ ଜଣେ ଯୁବକଙ୍କୁ ପୋଲିସ ଏହି ମାମଲାରେ ପଚରାଉଚରା କରୁଛି। 

ସେହିପରି ଭୁବନେଶ୍ୱରରେ ଅନ୍ୟ ୨ ଜଣଙ୍କୁ ପୋଲିସ୍‌ ଅଟକ ରଖି ପଚରାଉଚରା କରୁଛି। ଯେଉଁଦିନ ମନୀଷଙ୍କ ମୃତ୍ୟୁ ହୋଇଥିଲା ସେହି ଦିନ ମନୀଷ ଓ ଏହି ୨ ଜଣ ଏକ କାର୍‌ରେ ପଟିଆ ଗାଲାକ୍ସିଆ ଗାର୍ଡେନ ନିକଟରୁ ପାତ୍ରପଡ଼ା ସ୍ଥିତ ସାଉଥ ସିଟି ବାର୍‌କୁ ଯାଇଥିଲେ। ସେହିଦିନ ସାଉଥ ସିଟି ବାର୍‌କୁ କନ୍ଧମାଳର କିଛି ଯୁବକ ମଧ୍ୟ ଆସିଥିଲେ ବୋଲି ସୂଚନା ମିଳିଛି।

Advertisment

ଏସବୁ ଭିତରେ ଏବେ ସାମ୍ନାକୁ ଆସିଛି ଅଘଟଣ ପୂର୍ବର ମନୀଷଙ୍କ ଶେଷ ଭିଡ଼ିଓ। ଭିଡିଓରେ ଦେଖିବାକୁ ମିଳିଛି, ମନୀଷ ବାର୍‌ରୁ ବାହାରି ଏକୁଟିଆ ଚାଲି ଚାଲି ଯାଉଛନ୍ତି। ତେବେ ଏହି ଭିଡିଓରେ ତାଙ୍କ ଆଗରେ ଜଣେ ଯୁବତୀଙ୍କୁ ମଧ୍ୟ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି। ଏହି ଯୁବତୀଙ୍କୁ ନେଇ ଏବେ ଖୋଳତାଡ ଆରମ୍ଭ କରିଛି ପୋଲିସ୍‌।  ଯୁବତୀ ଜଣକ କିଏ ? ସମଗ୍ର ଘଟଣାରେ ଯୁବତୀଙ୍କ କିଛି ଲିଙ୍କ ରହିଛି କି ନାହିଁ ?  ମନୀଷଙ୍କ ସହ ତାଙ୍କ ସମ୍ପର୍କ ଅଛି କି ନାହିଁ ? ଏସବୁ ପୋଲିସ ଜାଣିବାକୁ ଚେଷ୍ଟା କରୁଥିବା ସୂଚନା ମିଳିଛି। 

Manish Anurag Senior Journalist Navin Das Navin Das Son's Death Case Navin Das Son Murder Manish Anurag Death Case
Advertisment
Advertisment