Advertisment

Sexual Assault Case In Hospital: ଆଇସିୟୁ ଭିତରେ ଭେଣ୍ଟିଲେଟର ଲାଗିଥିବା ମହିଳାଙ୍କୁ ଯୌନ ନିର୍ଯାତନା

ହରିୟାଣା ଗୁରୁଗ୍ରାମର ଏକ ଘରୋଇ ହସ୍‌ପିଟାଲରେ ଚାଞ୍ଚଲ୍ୟ । ICUରେ ଚିକିତ୍ସିତ ଥିବା ଜଣେ ଏୟାର ହୋଷ୍ଟେସଙ୍କୁ ଯୌନ ନିର୍ଯାତନା ନେଇ ଆସିଲା ସାଙ୍ଘାତିକ ଅଭିଯୋଗ ।

ଅଦ୍ୟତନ ହୋଇଛି
 ICU ଭିତରେ ରାକ୍ଷସ ।

ICU ଭିତରେ ରାକ୍ଷସ ।

Advertisment

ହସ୍ପିଟାଲରେ ମଧ୍ୟ ଅସୁରକ୍ଷିତ ମହିଳା ରୋଗୀ । ହରିୟାଣା ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଚାଞ୍ଚଲ୍ୟ । ICUରେ ଚିକିତ୍ସିତ ଥିବା ଜଣେ ଏୟାର ହୋଷ୍ଟେସଙ୍କୁ ଯୌନ ନିର୍ଯାତନା ନେଇ ଆସିଲା ସାଙ୍ଘାତିକ ଅଭିଯୋଗ । ଏହି ଲଜ୍ଜାଜନକ କାମ କରିଛନ୍ତି ସେହି ହସ୍ପିଟାଲରେ କାମ କରୁଥିବା ଜଣେ ଟେକନିସିଆନ୍ ।

Advertisment

ଭେଣ୍ଟିଲେଟରରେ ଥିବା ବେଳେ ଏହାର ସୁଯୋଗ ନେଇ ମହିଳାଙ୍କ ସହ ଖରାପ କାମ କରିଥିଲା ଯୌନ ରାକ୍ଷସ । ଅଭିଯୁକ୍ତର ନାଁ ହେଉଛି ଦୀପକ । ସେ ବିହାରର ମୁଜାଫରପୁରର ବାସିନ୍ଦା । ସେ ପାଞ୍ଚ ମାସ ପୂର୍ବରୁ ହସ୍‌ପିଟାଲରେ କାମ କରିବା ଆରମ୍ଭ କରିଥିଲା । ତେବେ ପାଖାପାଖି ୮୦୦ ସିସିଟିଭି କ୍ୟାମେରାର ଫୁଟେଜ୍ ସ୍କାନ କରି ତାରୁ ଗିରଫ କରିଛି ଗୁରୁଗ୍ରାମ ପୋଲିସ ।

ଅଭିଯୋଗ ଅନୁଯାୟୀ, ୪୬ ବର୍ଷୀୟା ପୀଡିତା ମହିଳା ପଶ୍ଚିମବଙ୍ଗର ବାସିନ୍ଦା । ଏୟାର ହୋଷ୍ଟେସ ତାଲିମ ପାଇଁ ସେ ଗୁଡ଼ଗାଓଁ ଆସିଥିଲେ । ଏପ୍ରିଲ ୬ ତାରିଖରେ ସେ ପହଁରିବା ସମୟରେ ବୁଡ଼ି ଯାଇଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ସେକ୍ଟର-୩୮ରେ ଥିବା ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Advertisment

ଅଧିକ ପଢ଼ନ୍ତୁ: ଚିନ୍ତା ବଢ଼ାଉଛି ଅନଲାଇନ ବେଟିଂ, ଖାଲି ହେଉଛି ଆକାଉଣ୍ଟ୍

ଏହି ସମୟରେ ସେ ଭେଣ୍ଟିଲେଟରରେ ଥିଲେ । ସେଠାରେ ଦୁଇଜଣ ନର୍ସ ତାଙ୍କ ପୋଷାକ ବଦଳାଇ ଥିଲେ । ଏହାର କିଛି ସମୟ ପରେ ରାକ୍ଷସରୂପୀ ଦୀପକ ସେଠାକୁ ଆସିଥିଲା । ଆଉ ତାଙ୍କ ଅସହାୟତାର ଫାଇଦା ଉଠାଇ ବାରମ୍ବାର ଅଶ୍ଳୀଳ କାର୍ଯ୍ୟ କରୁଥିଲା । ସେ ନର୍ସଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ମଧ୍ୟ ସେମାନେ କୌଣସି ପଦକ୍ଷେପ ନେଇନଥିଲେ । ଫଳରେ ଡିସଚାର୍ଜ ହେବାପରେ ମହିଳା ନିଜ ସ୍ୱାମୀଙ୍କ ସହ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ମାମଲାର ତଦନ୍ତ କରିଥିଲା ପୋଲିସ । ପୋଲିସ ୫୦ରୁ ଅଧିକ ହସ୍‌ପିଟାଲ କର୍ମଚାରୀ ଏବଂ କିଛି ଡାକ୍ତରଙ୍କୁ ପଚରାଉଚରା କରିଥିଲା । ଏହାସହ ୮୦୦ ସିସିଟିଭି କ୍ୟାମେରାର ଫୁଟେଜ୍ ସ୍କାନ କରାଯାଇଥିଲା।

Advertisment

ଶେଷରେ ଅଭିଯୁକ୍ତ ଦୀପକକୁ ଚିହ୍ନଟ କରିବା ସହ ଗିରଫ କରିଥିଲା ପୋଲିସ । ତେବେ ପୋଲିସ ଆଗରେ ନିଜ ଦୋଷ ସ୍ୱୀକାର କରିଛି ଦୀପକ । ଖୁବଶୀଘ୍ର ତାକୁ କୋର୍ଟରେ ହାଜର କରାଯିବ ।

ଅଧିକ ପଢ଼ନ୍ତୁ: ସବୁ ସାରିଦେଲା ଅନଲାଇନ୍ ଗେମ୍; ଚାଲିଗଲା ୫ ଲକ୍ଷରୁ ଅଧିକ ଟଙ୍କା... 

Crime Against Women Crime News Haryana Sexual Assault
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ