• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ୱପ୍ନକୁ ସତ ଭାବି ପତ୍ନୀକୁ ଭୟଙ୍କର ଶାସ୍ତି । ପରପୁରୁଷ ସହ ଅବୈଧ ସମ୍ମନ୍ଧ ଥିବା ନେଇ ସ୍ୱପ୍ନ ଦେଖିବା ପରେ ରାଗିଗଲେ ଯୁବକ । ଶୋଇଥିବା ସମୟରେ ପତ୍ନୀଙ୍କ ବେକ ଏବଂ ହାତକୁ ଅନେକ ଥର ଛୁରି ଭୁଶିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣା ପରେ ଆହତ ମହିଳାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସୌଭାଗ୍ୟବଶତଃ ଚିକିତ୍ସା ପରେ ତାଙ୍କ ଜୀବନ ବଞ୍ଚିଯାଇଛି। ଅଗଷ୍ଟ ୯ରେ ଏହି ଘଟଣା ଘଟିଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଏବେ ଗିରଫ ହୋଇଛି । ପ୍ରାୟ ପାଞ୍ଚ ସପ୍ତାହ ପରେ ପୋଲିସ ଅଭିଯୁକ୍ତକୁ ଧରିଥିବା ଜଣାପଡ଼ିଛି ।

ବ୍ରାଜିଲର ପ୍ଲେନେଲଟିନାରେ ଏହି ଅଭାବନୀୟ ଘଟଣା ଘଟିଛି । ଜଣେ ୩୭ ବର୍ଷ ବୟସ୍କ ବ୍ୟକ୍ତି ସ୍ୱପ୍ନକୁ ସତ ଭାବି ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ପତ୍ନୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ବେକ ଓ ହାତରେ ଗଭୀର ଆଘାତ ଲାଗିଛି । ତେବେ ବର୍ତ୍ତମାନ ତାଙ୍କ ଅବସ୍ଥାରେ ସୁଧାର ଆସିଛି ।

ସୂଚନା ଅନୁସାରେ ଘଟଣା ଦିନ ମଧ୍ୟରାତ୍ରିରେ ଦମ୍ପତିଙ୍କ ମଧ୍ୟରେ ଝଗଡା ହୋଇଥିଲା। ସ୍ୱାମୀ ସ୍ୱପ୍ନ ଦେଖିବା ପରେ ପତ୍ନୀ ଉପରେ ବିଗିଡ଼ି ଯାଇଥିଲେ । ଅନ୍ୟ ପୁରୁଷ ସହିତ ଅନୈତିକ ସମ୍ପର୍କ ଥିବା କହି କଳି କରିଥିଲେ । ଆଉ ଏହି କଥାକୁ ନେଇ ନିଦରୁ ଉଠିଥିବା ପତ୍ନୀଙ୍କ ସହ ଯୁକ୍ତିତର୍କ ଆରମ୍ଭ କଲେ । ଏହି ବିବାଦ ଦୀର୍ଘ ସମୟ ଧରି ଚାଲିଥିଲା, ଆଉ କିଛି ସମୟ ପରେ ସେ ପୁଣି ଶୋଇ ପଡ଼ିଥିଲେ । ହେଲେ ରାତିରେ ପତ୍ନୀ ଶୋଇଥିବା ବେଳେ ସ୍ୱାମୀ ପୂଣି ଥରେ ନିଦରୁ ଉଠି ଏପରି କାଣ୍ଡ କରି ଫେରାର ମାରିଥିଲେ ।

ମହିଳାଙ୍କ ବିକଳ ଚିତ୍କାର ଶୁଣି ପରିବାର ଲୋକ ଉଠି ପଡ଼ିଥିଲେ ଓ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପୋଲିସ୍‌ ସୂଚନା ଅନୁସାରେ, ବର୍ତ୍ତମାନ ଅଭିଯୁକ୍ତ ନିଜର ଅପରାଧ ସ୍ୱୀକାର କରିଛି । ର୍ପୂବରୁ ତାଙ୍କ ବିରୋଧରେ ଅପରାଧିକ ରେକର୍ଡ ମଧ୍ୟ ରହିଛି । ବର୍ତ୍ତମାନ ପତ୍ନୀଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ତଦନ୍ତ ଜାରି ରହିଛି।