Advertisment

ଥାନାରେ ଏତଲା ରଖିଲାନି ପୋଲିସ, ଫିନାଇଲ ପିଇଦେଲେ ରବିନ୍ଦ୍ର

ତମାଣ୍ଡୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ ରବିନ୍ଦ୍ର । ପୋଲିସ ଏତଲା ରଖୁନଥିବା ଅଭିଯୋଗ କରି ଫିନାଇଲ ପିଇଛନ୍ତି  ।

ଅଦ୍ୟତନ ହୋଇଛି
Suicide Attempt

Crime

Advertisment

ଭୁବନେଶ୍ୱର ଲୋକସେବା ଭବନ ଆଗରେ ଫିନାଇଲ ପିଇଲେ ବୃଦ୍ଧ । ଜଗତସିଂହପୁର ଜିଲ୍ଲା ର ବୃଦ୍ଧ ରବିନ୍ଦ୍ର ଦାସ ଲୋକସେବା ଭବନ ଆଗରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଫିନାଇଲ ପିଇବା ପରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ । ଥାନାରେ ପୋଲିସ ବାବୁ ଏତଲା ରଖୁନଥିବାରୁ ରବିନ୍ଦ୍ର ମ୍ରିୟମାଣ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି ।

Advertisment

ସୂଚନା ଅନୁସାରେ, ରବିନ୍ଦ୍ରଙ୍କର ଭୁବନେଶ୍ୱର କଳିଙ୍ଗ ବିହାରରେ ଏକ ଦୋକାନ ଥିଲା । ତାଙ୍କ ପାଖରେ କାମ କରୁଥିବା ଜଣେ ପିଲା ଦୋକାନକୁ ହଡ଼ପ କରିଥିଲା । ଏସମ୍ପର୍କରେ ରବିନ୍ଦ୍ର ତମାଣ୍ଡୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ଏତଲା ରଖୁନଥିବା ଅଭିଯୋଗ କରି ଆଜି ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ରିବନ୍ଦ୍ର ।

Suicide Attempt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ