Advertisment

ତହସିଲଦାରଙ୍କୁ ଟାର୍ଗେଟ୍‌, ମିଳିଲା ହତ୍ୟା ଧମକ...

ବେଆଇନ୍‌ ପଥର ଗାଡ଼ିକୁ ଜରିମାନା କରିବାରୁ ତହସିଲଦାରଙ୍କୁ ଦୁର୍ବ୍ୟହାର କରାଯାଇଥିବା ଅଭିଯୋଗ ହୋଇଛି। ଏହାସହ ତାଙ୍କୁ ହତ୍ୟା ଧମକ ମଧ୍ୟ ମିଳିଛି।

author-image
Rajalaxmi Sahoo
Man Threatened To Kill Karanjia Tahsildar

Man Threatened To Kill Karanjia Tahsildar

ବେଆଇନ୍‌ ପଥର ଗାଡ଼ିକୁ ଜରିମାନା କରିବାରୁ ତହସିଲଦାରଙ୍କୁ ଦୁର୍ବ୍ୟହାର କରାଯାଇଥିବା ଅଭିଯୋଗ ହୋଇଛି। ଏହାସହ ତାଙ୍କୁ ହତ୍ୟା ଧମକ ମଧ୍ୟ ମିଳିଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ତହସିଲଦାର ସ୍ମୃତିରଞ୍ଜନ ସାହୁ ଏଭଳି କିଛି ଅଭିଯୋଗ ଆଣିଛନ୍ତି। ସୂଚନା ଅନୁସାରେ, ଶନିବାର ସକାଳେ କରଞ୍ଜିଆ ବ୍ଲକ ଭଅଁରା ଗାଁ  ନିକଟରୁ ୨ଟି ବେଆଇନ୍‌ ବାଲି ଓ ପଥର ବୋଝେଇ ଗାଡ଼ିକୁ ତହସିଲଦାର ଜବତ କରିଥିଲେ। ସମ୍ପୃକ୍ତ ଗାଡ଼ିର ମାଲିକ ମଧ୍ୟ ୯ ହଜାର ଟଙ୍କା ଲେଖାଏ ଜରିମାନା ଦେଇ ଗାଡ଼ି ରିଲିଜ୍‌ କରିଥିଲେ।

Advertisment

ଯାହାକୁ ନେଇ ପରବର୍ତ୍ତୀ ସମୟରେ ଭୁବନ ବିହାରୀ ସାହୁ ନାମକ ଜଣେ ବ୍ୟକ୍ତି କରଞ୍ଜିଆ ତହସିଲଦାରଙ୍କୁ ନିଜ ପ୍ରକୋଷ୍ଠରେ ଦୁର୍ବ୍ୟହାର କରିବା ସହ ଜୀବନରୁ ମାରିଦେବାର ଧମକ ଦେଇଥିଲେ। ଏନେଇ ତହସିଲଦାର କରଞ୍ଜିଆ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଅବଗତ କରିଛନ୍ତି।  

ଘଟଣାକୁ ନେଇ ତହସିଲଦାର କହିଛନ୍ତି, ‘ଭଅଁରା ନିକଟରେ ୨ଟି ଟ୍ରାକ୍ଟରକୁ ଜବତ କରାଯାଇଥିଲା। ଫାଇନ୍‌ ଦେଇ ୨ ଗାଡ଼ିର ମାଲିକ ଗାଡ଼ି ରିଲିଜ୍‌ କରିଥିଲେ। ହେଲେ ଏହାପରେ ଭୁବନ ବିହାରୀ ସାହୁ ଓରଫ ଲୁନା ସାହୁ ନାମକ ଜଣେ ବ୍ୟକ୍ତି ଅଫିସ୍‌ ଆସି ମୋତେ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। କାହିଁକି ଗାଡ଼ି ଧରିଲ, ତୁମକୁ ମର୍ଡର କରିଦେବି ବୋଲି ସେ ଧମକ ଦେଇଥିଲେ। ଘଟଣାକୁ ନେଇ କରଞ୍ଜିଆ ଥାନାରେ ଅଭିଯୋଗ କରିଛି। ଏହାସହ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଘଟଣା ସମ୍ପର୍କରେ ମଧ୍ୟ ଜଣାଇଛି।

Advertisment

ଅନ୍ୟପକ୍ଷେ, ଘଟଣା ସମ୍ପର୍କରେ ଭୁବନ ବିହାରୀ ସାହୁଙ୍କ ସହ ଯୋଗାଯୋଗ କରାଯାଇଥିଲେ ବି ଏନେଇ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। 

Threaten Tahsildar
Advertisment
Advertisment