/odishatv-khabar/media/post_attachments/uploadimage/library/16_9/16_9_0/murder_1681556796.jpg)
murder
ଛୁରା ମାଡରେ ଭିଣୋଇ ମୃତ, ଶଳା ଗୁରୁତର । ଗତକାଲି ବିଳମ୍ବିତ ରାତିରେ ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଳା ଆଳି ଥାନା ଦହିଅଣ୍ଟା ଗାଁରେ । ମୃତକ ସହିରା ଗାଁର ଅମିତ କୁମାର ପାତ୍ର ବୋଲି ଜଣାପଡିଛି ।
ଗତକାଲି ଦହିଅଣ୍ଟା ଗାଁରେ ବିଳମ୍ବିତ ରାତି ଯାଏ ହରିହାଟ କାର୍ଯ୍ୟକ୍ରମ ଚାଲିଥିଲା । ଅମିତ ଓ ତାଙ୍କ ଶଳା ସଞ୍ଜୟ ଜେନା ସେଠାକୁ ପ୍ରସାଦ ସେବନ ପାଇଁ ଯାଇଥିଲେ । ତେବେ ଫେରିବା ବେଳେ ଗାଁର ଜଣେ ବ୍ୟକ୍ତି ଦୁଇ ଜଣଙ୍କୁ ଛୁରା ମାଡ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ସେଠାରେ ଅମିତଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଅନ୍ୟପକ୍ଷରେ ସଞ୍ଜୟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ରାଜନୈତିକ ଆକ୍ରୋଶ ରଖି ହତ୍ୟା କରାଯାଇଥିବା ମୃତ ଅମିତଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ଛୁରାମାଡ କରିଥିବା ବ୍ୟକ୍ତିକୁ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ପଟ୍ଟାମୁଣ୍ଡାଇ ଏସଡିପିଓ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)