/odishatv-khabar/media/post_attachments/uploadimage/library/16_9/16_9_0/fire_1684128476.jpg)
fire
ମାତାଲ ଯୁବକଙ୍କ ଉନ୍ମତ୍ତ କାଣ୍ଡ। ଡେଇଁ ଡେଇଁ ନାଚଗୀତ କରି ନିଜ ଘରେ ନିଆଁ ଲଗାଇ ଦେଲା ମଦ୍ୟପ ଯୁବକ । ଏଭଳି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୌଭାଗ୍ୟବଶଃତ ଘର ଭିତରେ କେହି ନଥିବାରୁ ମୃତାହତର ସୂଚନା ନାହିଁ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ସାହାଜଖାଲ ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି ।
ଗତକାଲି ରାତିରେ ସଂପୃକ୍ତ ଯୁବକ ଜଣଙ୍କ ମଦ ପିଇ ଆସି ଘରେ ପହଞ୍ଚିଥିଲେ । ଆଉ ତା’ପରେ କେହି କିଛି ଜାଣିବା ପୂର୍ବରୁ ଘରେ ନିଆଁ ଲଗାଇ ଦେଇଥିଲେ । ପାଖ ପଡ଼ୋଶୀ ଯୁବକଙ୍କୁ ଘରେ ନିଆଁ ନ ଲଗାଇବା ପାଇଁ ଯେତେ ବାରଣ କରିଥିଲେ ମଧ୍ୟ ଯୁବକ ଜଣଙ୍କ କିଛି ଶୁଣି ନଥିଲେ । ଭିଡିଓରେ ସ୍ପଷ୍ଟ ଦେଖିବା ପାଇଁ ମିଳୁଛି, ଯୁବକ ଜଣକ ନିଆଁ ଲଗାଇବା ପରେ ଉଦଣ୍ଡ ନୃତ୍ୟ କରୁଛନ୍ତି ।
ମାତାଲ ଯୁବକଙ୍କ ଅଭାବନୀୟ କାଣ୍ଡ । ନିଜ ଘରେ ନିଆଁ ଲଗେଇ ଦେଲା ମଦ୍ୟପ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । #Kandhamala#OTVpic.twitter.com/1LpnzSY0qq
— ଓଟିଭି (@otvkhabar) May 15, 2023
ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଭଞ୍ଜନଗର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏନେଇ ଅଗ୍ନିଶମ ବାହିନୀ କିମ୍ବା ସଂପର୍କୀୟ କାହାର ପ୍ରତିକ୍ରିୟା ମିଳିପାରିନି । ତେବେ ସେହି ସମୟରେ ଘରେ କେହି ନଥିଲେ । ଅନ୍ୟପଟେ ନିଆଁରେ ଘରର ସମସ୍ତ ଆସବାବ ପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଏହି ଭଡ଼ିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)