/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671986811.jpg)
Gujarat triple murder
ନାଇଟ୍ ଡ୍ୟୁଟିରେ ଶୋଇ ପଡ଼ିଲେ କର୍ମଚାରୀ। ସକାଳୁ ଏହାକୁ ଦେଖି ପାଟି କଲେ ମାଲିକ ଓ ବାହାର କରିଦେଲେ ଚାକିରିରୁ। ହେଲେ କଥା ଏତିକିରେ ସରିଲାନି। ଚାକିରିରୁ ବାହାର କରିଦେଲେ ବୋଲି ୨ ଜଣ କର୍ମଚାରୀ ଉତ୍ୟକ୍ତ ହୋଇ ସେହି ଫ୍ୟାକ୍ଟ୍ରି ଭିତରେ ମାଲିକ, ତାଙ୍କ ପୁଅ ଓ ଶାଳକଙ୍କୁ ଛୁରି ଭୂଷି ହତ୍ୟା କଲେ। ଏଭଳି ନିର୍ମମ ହତ୍ୟାକାଣ୍ଡ ଘଟିଛି ଗୁଜରାଟ ସୁରତ ସହର ଅମ୍ରୋଲି ଅଞ୍ଜନି ଇଣ୍ଡଷ୍ଟ୍ରିଜ୍ ଅଞ୍ଚଳରେ ଥିବା ଏକ ଏମ୍ବ୍ରୋଡୋରି ଫ୍ୟାକ୍ଟ୍ରିରେ।
ଆଉ ଏକ ବଡ଼ କଥା ହେଉଛି, ଏହି ବିଭତ୍ସ ଟ୍ରିପଲ୍ ମର୍ଡର କରିଥିବା ୨ ଅଭିଯୁକ୍ତ ଓଡ଼ିଶାର। ସେମାନଙ୍କ ଘର ଗଞ୍ଜାମ କେ. ସୁମଙ୍ଗଳ ଓ କୋଦଳା ଭାଲିଆଜଳ ହୋଇଥିବା ସୂଚନା ମିଳିଛି।
ଉଭୟ ହତ୍ୟାକାରୀ ପୋଲିସ ହାତରେ ଧରାପଡ଼ିଥିବା ବେଳେ, ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ବୋଲି ପୋଲିସ କହିଛି। ହତ୍ୟାକାଣ୍ଡର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସେପଟେ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ପଟ୍ଟିଦାର ସମାଜ। ଗୁଜରାଟର ଗୃହମନ୍ତ୍ରୀଙ୍କୁ ଭେଟି ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)