Advertisment

Phone Snatched: ସ୍ୱାମୀର ଫୋନ୍ ଚୋରି କରିବା ପାଇଁ ସ୍ତ୍ରୀ ରଚିଲା ଡ୍ରାମା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦିଲ୍ଲୀର ସୁଲତାନପୁରରେ ଜଣେ ବ୍ୟକ୍ତିଙ୍କ ମୋବାଇଲ ଚୋରି ହୋଇଥିଲା । ତଦନ୍ତରେ ତାଙ୍କ ସ୍ତ୍ରୀ ହିଁ ଫୋନ୍ ଚୋରି କରିଥିବା ଜଣା ପଡିଥିଲା । ମହିଳାଙ୍କ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତ ବେଳର ଫଟୋ ସ୍ୱାମୀଙ୍କ ଫୋନରେ ଥିବାରୁ ସେ ଚୋରି କରିବା ପାଇଁ ପ୍ଲାନିଂ କରିଥିଲେ ।

ଅଦ୍ୟତନ ହୋଇଛି
phone

phone

Advertisment

ଦକ୍ଷିଣ ଦିଲ୍ଲୀର ସୁଲତାନପୁରରେ ଜଣେ ବ୍ୟକ୍ତିଙ୍କ ମୋବାଇଲ ଫୋନ୍ ଚୋରି ହୋଇଥିଲା । ସେ କାମରୁ ଘରକୁ ଫେରୁଥିବା ବେଳେ ଫୋନ୍ ଚୋରି ହୋଇଯିବାରୁ ସେ ଥାନାରେ ଅଭିଯୋଗ କରିଥିଲେ । ୧୫ ଦିନ ପରେ ପୋଲିସ୍ ତାଙ୍କ ମୋବାଇଲ ଫୋନ୍ ପାଇବା ସହ ଚୋରି କରିଥିବା ଲୋକଙ୍କୁ ମଧ୍ୟ ଚିହ୍ନଟ କରିଥିଲେ । ପରେ ଜଣା ପଡିଥିଲା ଯେ, ଚୋରି ଆଉ କେହି ନୁହେଁ ବରଂ ତାଙ୍କ ସ୍ତ୍ରୀ ହିଁ ଚୋରି କରିଥିଲେ । ତେବେ ସ୍ତ୍ରୀ ସ୍ୱାମୀଙ୍କ ଫୋନ୍ ଚୋରି କରିବାର କାରଣ ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ ।

Advertisment

ଅଧିକ ପଢନ୍ତୁ: ବଏଫ୍ରେଣ୍ଡକୁ ବନ୍ଧୁକ ଦେଇ ସ୍ୱାମୀକୁ ଗୁଳି କରିବାକୁ କହିଲା ସ୍ତ୍ରୀ, ହତ୍ୟା ପରେ ସରେଣ୍ଡର କଲା ଅଭିଯୁକ୍ତ

ତଦନ୍ତରୁ ଜଣା ପଡିଛି ଯେ, ଉକ୍ତ ମହିଳାଙ୍କର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତ ବେଳର ଫଟୋ ତାଙ୍କ ସ୍ୱାମୀଙ୍କ ଫୋନରେ ଥିବାରୁ ସେ ସେହି ଫୋନକୁ ହାତେଇବାକୁ ଚାହୁଁଥିଲେ । ତେଣୁ ସେ ଏହି ଚୋରିର ନାଟକ ରଚିଥିଲେ । ମହିଳାଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କୁ କୋର୍ଟରେ ହାଜର କରାଯିବ ।

Advertisment

ମିଳିଥିବା ସୂଚନା ମୁତାବକ, ଏହି ଉଭୟ ସ୍ୱାମୀ ସ୍ତ୍ରୀ ରାଜସ୍ଥାନର ବାସିନ୍ଦା । ସେମାନେ ଦେଢ ବର୍ଷ ପୂର୍ବରୁ ବିବାହ କରିଥିଲେ । କିନ୍ତୁ ବାହାଘର ପୂର୍ବରୁ ମହିଳାଙ୍କ ଅନ୍ୟ ଜଣେ ପୁରୁଷଙ୍କ ସହିତ ପ୍ରେମ ସମ୍ପର୍କ ଥିଲା । ହେଲେ ମହିଳାଙ୍କ ବିବାହ ପରେ ବି ସେମାନଙ୍କ ସମ୍ପର୍କ ଛିନ୍ନ ହୋଇନଥିଲା । ବରଂ କେତେବେଳେ କେମିତି ପରସ୍ପର ଦେଖା ହେଉଥିଲେ । ଏ ବିଷୟରେ ତାଙ୍କ ସ୍ୱାମୀ ଜାଣି ପାରିଥିଲେ । ତେଣୁ ସେ ତାଙ୍କୁ ରେଡ୍ ହ୍ୟାଣ୍ଡ ଧରିବାକୁ ଚାହୁଁଥିଲେ । ଯେତେବେଳେ ମହିଳା ଜଣଙ୍କ ଶୋଇଥିଲେ, ତାଙ୍କ ସ୍ୱାମୀ ତାଙ୍କ ଫୋନରେ ଥିବା ସବୁ ଫଟୋକୁ ନିଜ ଫୋନକୁ ଟ୍ରାନ୍ସଫର କରି ନେଇଥିଲେ । ଏ ବିଷୟରେ ଜାଣି ପାରିଥିଲେ ମହିଳା । କାଳେ ଏ ଅନୈତିକ ସମ୍ପର୍କ ବିଷୟରେ ପରିବାର ଲୋକଙ୍କୁ କହିଦେବେ, ସେ ନେଇ ସେ ଭୟଭୀତ ହୋଇ ଯାଇଥିଲେ । ଯାହା ପରେ ଆଉ ଜଣେ ବ୍ୟକ୍ତିଙ୍କ ଦ୍ୱାରା ତାଙ୍କ ଫୋନ୍ ଚୋରି କରିବା ପାଇଁ ପ୍ଲାନିଂ କରିଥିଲେ ।

ପ୍ଲାନିଂ ମୁତାବକ, ସେହି ଫୋନ୍ ଚୋରି କରିଥିବା ଲୋକଟି ତାଙ୍କର ଜଣେ ସାଙ୍ଗଙ୍କ ସହିତ ରାଜସ୍ଥାନରୁ ଦିଲ୍ଲୀ ଆସିଥିଲେ । ଏହା ପରେ ସେମାନେ ଉକ୍ତ ମହିଳାଙ୍କ ସ୍ୱାମୀଙ୍କ ଗତିବିଧି ସମ୍ପର୍କରେ ସବୁ ଖବର ରଖିଥିଲେ । ଏହା ପରେ ସେମାନେ ପୁଣି ରାଜସ୍ଥାନ ପଳାଇ ଯାଇଥିଲେ । ଜୁନ୍ ୧୮ ତାରିଖରେ ପୁଣି ଦିଲ୍ଲୀ ଆସି ତାଙ୍କ ଫୋନକୁ ଛଡାଇ ନେଇଗଲେ । ପୋଲିସ୍ କହିଛି ଯେ, ଜୁନ୍ ୧୯ରେ ସୁଲତାନପୁରରେ ଥିବା ତାଙ୍କ ଅଫିସ୍ ନିକଟରେ ଏହି ଘଟଣା ଘଟିଥିଲା । 

Advertisment

ଅଧିକ ପଢନ୍ତୁ: ଛୁଟି ନେଇ ଅଫିମ ଚାଲାଣ କରୁଥିଲେ କନଷ୍ଟେବଳ, ସାଥ୍ ଦେଉଥିଲା ଗାର୍ଲଫ୍ରେଣ୍ଡ

Delhi Theft
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ