/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684139567.jpg)
Man kills wife
ସ୍ତ୍ରୀକୁ ହତ୍ୟାପରେ ବକ୍ସ ପଲଙ୍କରେ ମୃତଦେହ ଲୁଚାଇଲା ସ୍ୱାମୀ । ଘରୋଇ କଳହକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ଏପରି କାଣ୍ଡ କରିଥିବା ଜଣାପଡ଼ିଛି । ସୂଚନା ମୁତାବକ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ଘରୋଇ କଳହକୁ କେନ୍ଦ୍ର କରି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି । ତେବେ କେଉଁ କାରଣରୁ ଭଭୟଙ୍କ ମଧ୍ୟରେ ବଚସା ହୋଇଥିଲା ତାହା ଜଣାପଡ଼ିନାହିଁ ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୧୯୯୬ ମସିହାରେ ଦିପା ବାଇଙ୍କୁ ବିବାହ କରିଥିଲେ ବିନୟ ପରମାର । ବିବାହର କିଛି ଦିନ ଯାଏଁ ଉଭୟଙ୍କ ମଧ୍ୟରେ ଠିକ୍ଠାକ୍ ଚାଲିଥିଲା । ହେଲେ ସେମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଧୀରେ ଧୀରେ ଦୂରତା ସୃଷ୍ଟି ହୋଇଥିଲା । ଫଳରେ ବିନୟଙ୍କ ଠାରୁ ଦିପା ଛାଡ଼ପତ୍ର ଚାହୁଁଥିଲେ । ଏନେଇ ପୋଲିସ ନିକଟରେ କହିଛନ୍ତି ଦିପାଙ୍କ ଭାଇ ହେମନ୍ତ ।
ଖାଲି ସେତିକି ନୁହେଁ, ହେମନ୍ତଙ୍କ କହିବା ଅନୁସାରେ କିଛି ଘରୋଇ ବିବାଦକୁ ନେଇ ଦିପା ବିନୟଙ୍କ ବିରୋଧରେ ଅଭିଯୋଗ ମଧ୍ୟ ଆଣିଥିଲେ । ଅଭିଯୋଗର ବୁଝାମଣା ସରିବା ପରେ ବିନୟ ପୁଣି ଦିପାଙ୍କୁ ତାଙ୍କ ଘରକୁ ଫେରାଇନେଇଥିଲେ ଏବଂ ବିବାଦର ଅନ୍ତ ଘଟିଥିବା ନିଶ୍ଚିତ କରିଥିଲେ । ହେଲେ ପରେ ଉଭୟଙ୍କ ମଧ୍ୟରେ ବଚସା ହେବା ସହ ଏପରି ଘଟଣା ଘଟିଥିବା ପୋଲିସ ଆଗରେ କହିଛନ୍ତି ଦିପାଙ୍କ ଭାଇ ହେମନ୍ତ ।
ସେପଟେ ଦିପା ଓ ହେମନ୍ତଙ୍କର ଦୁଇଟି ସନ୍ତାନ ରହିଛି । ଝିଅ ବୟସ ୨୧ ବର୍ଷ ହୋଇଥିବାବେଳେ ପୁଅର ବୟସ ୧୭ ବର୍ଷ ବର୍ଷ ବୋଲି ଜଣାପଡ଼ିଛି । ଅନ୍ୟପଟେ ଏହି ହତ୍ୟାକାଣ୍ଡରେ ବିନୟଙ୍କ ସହ ତାଙ୍କ ମା’ ଓ ଭଉଣୀଙ୍କ ହାତ ରହିଥିବା ଅଭିଯୋଗ ହୋଇଛି ।
ଏନେଇ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିନୟଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)