Advertisment

୭୦ ହଜାର ଟଙ୍କା ଦେଇ ବାହାହେଲା, ନିଜ ହାତରେ ମାରିଦେଲା

ଅଧିକ ଦିନ ତିଷ୍ଠିଲାନି କିଣାରେ ଆସିଥିବା ସମ୍ପର୍କ। କିଣି ଆଣି ବିବାହ କରିଥିବା ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ।

author-image
Chandan Shishu
ଅଦ୍ୟତନ ହୋଇଛି
man killed his wife

man killed his wife

ଅଧିକ ଦିନ ତିଷ୍ଠିଲାନି କିଣାରେ ଆସିଥିବା ସମ୍ପର୍କ। କିଣି ଆଣି ବିବାହ କରିଥିବା ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ। ୭୦ ହଜାର ଟଙ୍କା ଦେଇ ଯାହାକୁ କିଣି ଆଣି ବିବାହ କରିଥିଲା, ଶେଷରେ ତାଙ୍କରି ଜୀବନ ନେଇଗଲା। ଏପରି ଅଭାବନୀୟ ଘଟଣା ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଫତେହପୁର ବେରୀ ଅଞ୍ଚଳରେ ଘଟିଛି। ପୋଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତା ମହିଳାଙ୍କ ସ୍ୱାମୀଙ୍କୁ ପୁଲିସ୍ ଗିରଫ କରିଛି।

Advertisment

ପୁଲିସର ସୂଚନା ଅନୁସାରେ  ୭୦ ହଜାର ଟଙ୍କା ଦେଇ ବିହାରର ପାଟଣା ଅଞ୍ଚଳର ସ୍ୱିଟିଙ୍କୁ କିଣି ଆଣି ବିବାହ କରିଥିଲା ଅଭିଯୁକ୍ତ ସ୍ୱାମୀ। ମାତ୍ର ଉଭୟଙ୍କ ମଧ୍ୟରେ ଭଲ ପଡ଼ୁ ନ ଥିଲା। ଏପରିକି ସ୍ୱିଟିଙ୍କ ବ୍ୟବହାର ତାଙ୍କୁ ଅତିଷ୍ଠ କରୁଥିବା ବେଳେ ସେ ବେଳେବେଳେ କିଛି ନ କହି ଘରୁ ଗାଏବ ହୋଇ ଯାଉଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ କଳହ ଲାଗି ରହୁଥିଲା।

ଆଉ ଶେଷରେ ସ୍ତ୍ରୀକୁ ହତ୍ୟା କରି ଏକ ନିଛାଟିଆ ସ୍ଥାନକୁ ଫୋପାଡ଼ି ଦେଇଥିଲା। ଫତେହପୁର ବେରୀ ଅଞ୍ଚଳର ଏକ ନିଛାଟିଆ ସ୍ଥାନରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଖବର ପାଇ ପୁଲିସ୍‌ ତାହାକୁ ଜବତ କରିଥିଲା। ପୁଲିସ୍‌ ଆଖପାଖ ସିସିଟିଭି ଯାଞ୍ଚ କରି ଶନିବାର ବିଳମ୍ବିତ ରାତିରେ ଉକ୍ତ ଅଞ୍ଚଳରେ ଏକ ଅଟୋ ବୁଲୁଥିବା ଦେଖିବାକୁ ପାଇଥିଲା। ଏହାପରେ ଉକ୍ତ ଅଟୋ ଚାଳକଙ୍କୁ ପୁଲିସ୍‌ ଉଠାଇ ଆଣି ପଚରାଉଚରା କରିବାରୁ ସେ ସବୁ ସତ ବଖାଣିଥିଲେ।

Advertisment

ମୃତା ମହିଳା ଧର୍ମବୀରଙ୍କ ପତ୍ନୀ ସ୍ୱିଟି ବୋଲି ଚିହ୍ନଟ ହେଲା। ଏହାପରେ ପୁଲିସ୍‌ ଧର୍ମବୀରଙ୍କୁ ଉଠାଇ ଆଣି ପଚରାଉଚରା କରିବାରୁ ସେ ସବୁ କଥା ମାନି ଯାଇଥିଲା। 

Murder
Advertisment
Advertisment