Advertisment

ଫ୍ଲାଟ୍‌ ଭିତରୁ ମିଳିଲା ୩ ମୃତଦେହ: ସ୍ତ୍ରୀ, ୮ ବର୍ଷର ଛୁଆକୁ ମାରି ନିଜେ ଆତ୍ମହତ୍ୟା କଲେ...

ସ୍ତ୍ରୀ, ଛୁଆକୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲେ। ଏକ ଫ୍ଲାଟ୍‌ରୁ ୪୪ ବର୍ଷୀୟ ଇଞ୍ଜିନିୟର, ତାଙ୍କ ସ୍ତ୍ରୀ ଓ ୮ ବର୍ଷ ଶିଶୁର ମୃତଦେହ ଉଦ୍ଧାର ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bangalore Murder Case

Kills Wife And 8-Year-Old Son Dies By Suicide

ସ୍ତ୍ରୀ, ଛୁଆକୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲେ। ପୁଣେର ଅନ୍ଧ ଅଞ୍ଚଳରେ ଥିବା ଏକ ଫ୍ଲାଟ୍‌ରୁ ଆଜି ୪୪ ବର୍ଷୀୟ ଇଞ୍ଜିନିୟର, ତାଙ୍କ ସ୍ତ୍ରୀ ଓ ୮ ବର୍ଷ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି, ଇଞ୍ଜିନିୟର ଜଣକ ପ୍ରଥମେ ସ୍ତ୍ରୀ ଓ ପୁଅକୁ ମାରି ନିଜେ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ- ସୁଦୀପ୍ତ ଗାଙ୍ଗୁଲି, ତାଙ୍କ ପତ୍ନୀ ପ୍ରିୟଙ୍କା ଓ ପୁଅ ତନିସ୍କା।

Advertisment

ଅଧିକ ପଢ଼ନ୍ତୁ: ଅଜବ ଚିନ୍ତାଧାରା ! ପତ୍ନୀଙ୍କୁ ହତ୍ୟା କରି ଅଫିସ୍ ଗଲା, ଫେରିଲା ପରେ...

ସୁଦୀପ୍ତ ଓ ପ୍ରିୟଙ୍କା ଫୋନ୍‌ ନଉଠାଇବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ଏହାପରେ ବେଙ୍ଗାଲୁରୁରେ ରହୁଥିବା ସୁଦୀପ୍ତଙ୍କ ଭାଇ ତାଙ୍କର ଜଣେ ସାଙ୍ଗଙ୍କୁ ଫ୍ଲାଟ୍‌କୁ ଯାଇ ଚେକ୍‌ କରିବାକୁ କହିଥିଲେ। ଘରେ ତାଲା ପଡ଼ି ଥିବା ଜାଣି ସୁଦୀପ୍ତଙ୍କ ଭାଇ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଫୋନ୍‌ ଟ୍ରାକ୍‌ ପରେ ଫ୍ଲାଟ୍‌ ଭିତରୁ ଉଭୟ ସୁଦୀପ୍ତ ଓ ପ୍ରିୟଙ୍କାଙ୍କ ଫୋନ୍‌ ମିଳିଥିଲା।

Advertisment

ଡୁପ୍ଲିକେଟ୍‌ ଚାବି ସହାୟତାରେ ପୋଲିସ୍‌ ଫ୍ଲାଟ୍‌ ଭିତରେ ପଶି ଘର ଭିତରୁ ସୁଦୀପ୍ତ, ତାଙ୍କ ସ୍ତ୍ରୀ ଓ ଛୁଆର ମୃତଦେହ ଉଦ୍ଧାର କରିଥିଲେ। ଝୁଲନ୍ତା ଅବସ୍ଥାରେ ସୁଦୀପ୍ତଙ୍କ ମୃତଦେହ ମିଳିଥିବା ବେଳେ ତାଙ୍କ ପତ୍ନୀ ଓ ଛୁଆର ମୃତଦେହ ତଳେ ପଡ଼ିଥିଲା। ସେମାନଙ୍କ ମୁହଁକୁ ପଲିଥିନ୍‌ ବ୍ୟାଗ୍‌ରେ କଭର୍‌ କରାଯାଇଥିଲା। ଘଟଣାସ୍ଥଳରୁ କୌଣସି ସୁଇସାଇଡ୍‌ ନୋଟ୍ ମିଳିନାହିଁ। 

ସୂଚନାଥାଉ କି, ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ ସେ ଚାକିରି ଛାଡ଼ି ଦେଇଥିଲେ। ଅନ୍ୟପକ୍ଷେ, ଘଟଣାକୁ ନେଇ ପୋଲିସ୍‌ ତଦନ୍ତ ଚଳାଇଛି।

Murder Murder Case Suicide Case
Advertisment
Advertisment