/odishatv-khabar/media/post_attachments/uploadimage/library/16_9/16_9_0/Crime_1678845671.jpg)
Crime
ପୁଣି ଏକ ଜଘଣ୍ୟ ହତ୍ୟାକାଣ୍ଡ । ସକାଳୁ ସକାଳୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ତାପରେ ସାଧାରଣ ଭାବେ ଅଫିସ୍ ଗଲା । ଆଉ ସେଠାରେ ସବୁଦିନ ପରି କାମ ବି କଲା । ଏପରିକି ସହକର୍ମୀମାନେ ମଧ୍ୟ ସଂପୃକ୍ତ ବ୍ୟକ୍ତିଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଲକ୍ଷ୍ୟ କରିପାରିଲେ ନାହିଁ। ତେବେ ଅଫିସ୍ରୁ ଘରକୁ ଫେରିବା ପରେ ଘରେ ପତ୍ନୀର ମୃତ ଦେହ ଦେଖି ପୋଲିସକୁ ଖବର ଦେଲା । ଖାଲି ଖବର ଦେଲା, ସେତିକି ନୁହେଁ ନିଜକୁ ପୋଲିସ ନିକଟରେ ସରେଣ୍ଡର ମଧ୍ୟ କଲା । ଏଭଳି ଘଟଣା ମହାରାଷ୍ଟ୍ରର ପାଲଘର ଅଞ୍ଚଳରେ ଦେଖାଯାଇଛି ।
ପାଲଘରର ନାଲାସୁପାରା ଅଞ୍ଚଳରେ ଏହି ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କ ସହ ରହୁଥିଲେ । ମାର୍ଚ୍ଚ ୧୪ ତାରିଖ ଭୋରୁ ନିଜ ପତ୍ନୀଙ୍କୁ ହତ୍ୟା କଲେ । ସନ୍ଧ୍ୟାରେ ଅଫିସରୁ ଫେରି ପେଲହାର ପୋଲିସ ଷ୍ଟେସନ୍ରେ ଅଭିଯୋଗ କଲେ ଏବଂ ନିଜକୁ ସରେଣ୍ଡର କଲେ । ପୋଲିସ ମଧ୍ୟ ଏଭଳି ଚିନ୍ତାଧାରା ଦେଖି ଆଶ୍ଚର୍ଯ୍ୟ । ତେବେ ଏହି ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।
ହତ୍ୟାକାଣ୍ଡର ମୁଖ୍ୟ କାରଣ ହେଲା ସନ୍ଦେହ । ପତ୍ନୀଙ୍କ ଉପରେ ଉକ୍ତ ବ୍ୟକ୍ତି ଜଣକ ସନ୍ଦେହ କରୁଥିଲା । କଳେ ତାଙ୍କ ପତ୍ନୀ ଅନ୍ୟ ପୁରୁଷଙ୍କ ସହ ସମ୍ବନ୍ଧ ରଖିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)