Advertisment

ପ୍ରେମିକକୁ ହତ୍ୟା କଲା ପ୍ରେମିକାର ବାପା; ଅଭିଯୁକ୍ତ ଫେରାର୍...

ଝିଅର ପ୍ରେମିକକୁ ହତ୍ୟା କଲା ପ୍ରେମିକାର ବାପା । ଏଭଳି କିଛି ଜଘନ୍ୟକାଣ୍ଡ ଘଟିଛି ରାୟଗଡ଼ା କାଶୀପୁର ଥାନା ଅଡ଼ାଜୋର ଗାଁରେ ।

ଅଦ୍ୟତନ ହୋଇଛି
Man Kills Daughters Lover with axe

Man Kills Daughters Lover

Advertisment

ଝିଅର ପ୍ରେମିକକୁ ହତ୍ୟା କଲା ପ୍ରେମିକାର ବାପା । ଏଭଳି କିଛି ଜଘନ୍ୟକାଣ୍ଡ ଘଟିଛି ରାୟଗଡ଼ା କାଶୀପୁର ଥାନା ଅଡ଼ାଜୋର ଗାଁରେ। ସ୍ଥାନୀୟ ଅଞ୍ଚଳର ବିଜୟ ମାଝୀ ନିଜ ଝିଅ ଲଳିତା ଓ ତାର ପ୍ରେମିକ ମଙ୍ଗଲସିଂଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥଲେ । ଫଳରେ ଘଟଣାସ୍ଥଳରେ ମଙ୍ଗଲସିଂ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଛି।

Advertisment

କାଶୀପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଗୁରୁତର ଝିଅକୁ ଉଦ୍ଧାରକରି କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

ଅଧିକ ପଢ଼ନ୍ତୁ: ଚୋରି କରିବାକୁ ଆସି ବେକ କାଟି ଦେଲା ଚୋର

ମିଳିଥିବା ସୂଚନା ମୁତାବକ ଝିଅର ପ୍ରେମ ସମ୍ପର୍କକୁ ନେଇ ଅସନ୍ତୁଷ୍ଟ ଥିଲେ ବିଜୟ। ତିନି ଦିନ ତଳେ ଝିଅ ପ୍ରେମିକ ସହ ପଳାଇଥିଲେ। ବାରମ୍ବାର ବାପା କହିବା ପରେ ବି ଝିଅ ତାଙ୍କ କଥା ନଶୁଣିବାରୁ ଯୋଜନାବଦ୍ଧ ଭାବେ ଝିଅ ଓ ତାଙ୍କ ପ୍ରେମିକଙ୍କୁ ଡାକି ବିବାହ କରିବାକୁ କହି ଏଭଳି କାଣ୍ଡ ଭିଆଇଥିବା ସୂଚନା ମିଳିଛି। 

Advertisment

ଏପଟେ ଗଣେଶ ମୂର୍ତ୍ତି ଭସାଣି ବେଳେ ଛୁରାମାଡ଼ରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଗତକାଲି ଧୁରୁଷିଆ ଗାଁର ଗୋପାଳ ସାହି ଓ ହରିଜନ ସାହିର  ଗଣେଶ ଭସାଣ ଚାଲିଥିବା ବେଳେ ୨ ମେଢ ସାମ୍ନାସାମ୍ନି ହୋଇଥିଲେ। ଫଳରେ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଉଭୟ ଗୋଷ୍ଠୀ ମଧରେ ଛୁରା , ଭୁଜାଲି ମାଡ ହେବା ଯୋଗୁଁ  ୪ ଜଣ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହୁପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଜଣକର ମୃତ୍ୟୁ ହୋଇଥିଲା। ଆଉ ୨ ଗୁରୁତର କଟକ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଗାଁରେ ଏବେ ବି ଲାଗି ରହିଛି ଚାପା ଉତ୍ତେଜନା । ଗାଁରେ ପୋଲିସ ଫୋର୍ସ ମୃତୟନ ହୋଇଥିବା ବେଳେ ପୋଲିସ ୨ ଜଣକୁ ଅଟକ ରଖି ପଚରାଉଚରା କରୁଛି । 

Crime News Lovers Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ