• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସମ୍ପତ୍ତି ଲୋଭରେ ଭାଇ ସାଜିଲା ଭାଇର ହତ୍ୟାକାରୀ । କେଇଟା ଟଙ୍କା, ଧନସମ୍ପତ୍ତି , ଜମି ପାଇଁ ନିଜ ସାନ ଭାଇକୁ ରାସ୍ତାରୁ ହଟେଇ ଦେଲା । ଉତ୍ତରପ୍ରଦେଶର ଏଟା ଜିଲ୍ଲା ଅନ୍ତର୍ଗତ ଶ୍ରୀକରା ଗ୍ରାମରେ ଦମ୍ପତିଙ୍କୁ ନିର୍ମମ ହତ୍ୟା କରାଯାଇଛି । ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । ତେବେ ହତ୍ୟାକାଣ୍ଡର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍‌ ।

ବଡ ଭାଇ କୋଟି କୋଟି ଟଙ୍କାର ସମ୍ପତ୍ତି ହାତେଇବା ପାଇଁ ସାନଭାଇ ଏବଂ ତାଙ୍କ ପତ୍ନୀଙ୍କୁ ଗଳା କାଟି ହତ୍ୟା କରିଛି । ଏଥିସହ ତିନି ବର୍ଷର ପୁତୁରା ମୁଣ୍ଡକୁ ହାତୁଡ଼ିରେ ଛେଚିଦେବା ପରେ ମୃତ ଭାବି ଘଟଣାସ୍ଥଳରୁ ଫେରାର ମାରିଥିଲା ।

ଏଟା ଜିଲ୍ଲାର ଶ୍ରୀକରା ଗ୍ରାମରେ ରୁହନ୍ତି ବଡ଼ ଭାଇ ପଙ୍କଜ ଏବଂ ସାନ ଭାଇ ଜିତେନ୍ଦ୍ର । ବାପାଙ୍କର ପାଞ୍ଚଟି ବଡ ଜମି ଥିଲା, ସେଥିରୁ ଅଢ଼େଇ ଅଢ଼େଇ ବିଘା ଜମି ଉଭୟ ଭାଇଙ୍କ ଭାଗରେ ପଡ଼ିଥିଲା । ହେଲେ ମା’ ନାମରେ ଥିବା ୭ ବିଘା ଜମିକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ମାମୁଁଘର ପକ୍ଷରୁ ମିଳିଥିବା ଜମିର ମୋଟ୍‌ ମୂଲ୍ୟ ଥିଲେ ୧କୋଟି ୮୦ ଲକ୍ଷ । ହେଲେ ମା’ର ସାନ ପୁଅ ପ୍ରତି ଅଧିକ ସ୍ନେହ ଦେଖି ବଡ଼ ଭାଇ ପଙ୍କଜ ମନରେ ଭୟ ସୃଷ୍ଟି ହୋଇଥିଲା ।

ଅଧିକ ପଢ଼ନ୍ତୁ: ମୁଣ୍ଡରେ ପଥର ଛେଚି ଇଟା ଭାଟି ମାଲିକଙ୍କୁ ହତ୍ୟା

ପ୍ରାୟ ଦୁଇ କୋଟିର ସମ୍ପିତ୍ତି ଏକା ଖାଇବା ଲୋଭରେ ଭାଇର ପୂରା ବଂଶକୁ ସଫା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ଜଣେ ମାଂସ ଦୋକାନୀଙ୍କୁ ୫ ଲକ୍ଷ ଦେଇ ନିଜ ସହ ସାମିଲ କରିଥିଲା । ଘଟଣା ଦିନ ଧାରୁଆ ଅସ୍ତ୍ର ନେଇ ଭାଇ ଘରେ ପହଞ୍ଚି ଯାଇଥିଲା ।

ହେଲେ ସେତେବେଳେ ଘରେ ନଥିଲା ସାନ ଭାଇ ଜିତେନ୍ଦ୍ର । ଭାଇବୋହୂ ଓ ପୁତୁରା ଶୋଇଥିବା ଦେଖି ପ୍ରଥମେ ଭାଇବୋହୂକୁ ଛୁରୀରେ ବାରମ୍ବାର ଆକ୍ରମଣ କରି ମାରି ଦେଇଥିଲା । ଆଉ କୁନି ପୁଅ ମୁଣ୍ଡରେ ହାତୁଡ଼ି ମାରିବା ଘରେ ଅପେକ୍ଷା କରି ବସିଥିଲା ।

ଜିତେନ୍ଦ୍ର ଘରେ ପହଞ୍ଚିବା ମାତ୍ରେ ଉଭୟ ଅଭିଯୁକ୍ତ ତାଙ୍କୁ କାବୁ କରି ହତ୍ୟା କରିଥିଲେ । ଆଉ ତା’ପରେ ଘଟଣାସ୍ଥଳରୁ ଫେରାର ମାରିଥିଲେ ।

ଏହି ଘଟଣା ଜଣାପଡ଼ିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍ । ପ୍ରାୟ ୫୦ ଲୋକଙ୍କୁ ପଚରାଉଚରା କରିବା ପରେ ବଡ଼ ଭାଇ ଉପରେ ସନ୍ଦେହ ହୋଇଥିଲା । କାରଣ ତା’ର କଥାରେ ମେଳ ଖାଉ ନଥିଲା । ଅଧିକ ପଚରାଉଚରା କରିବା ପରେ ନିଜର ଦୋଷ ସ୍ୱୀକାର କରିଛି ପଙ୍କଜ । ଏବେ ଉଭୟଙ୍କୁ ଗିରଫ କରିଛି ପୋଲିସ ।