Advertisment

ରାଜଧାନୀରେ ପୁଣି ଚାଞ୍ଚଲ୍ୟ, ପଟିଆ ଷ୍ଟେସନ ନିକଟରେ ଜଣେ ଠିକାଦାରଙ୍କୁ ହତ୍ୟା !

ହତ୍ୟା ଅଭିଯୋଗ ଆଣିଲେ ମୃତ ଠିକାଦାରଙ୍କ ଭାଇ । ସଠିକ ତଦନ୍ତ କରି ହତ୍ୟାକାରୀଙ୍କୁ ଧରିବାକୁ ଦାବି ।

ଅଦ୍ୟତନ ହୋଇଛି
Bhubaneswar Murder Case

Bhubaneswar Murder

Advertisment

ରାଜଧାନୀରେ ପୁଣି ଚାଞ୍ଚଲ୍ୟ। ରାଜକିଶୋର ପଣ୍ଡା ନାମକ ଜଣେ ଠିକାଦାରଙ୍କୁ ପଟିଆ ରେଳଷ୍ଟେସନ ନିକଟରେ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବଡଭାଇ ନବକିଶୋର ପଣ୍ଡା ଏହି ଅଭିଯୋଗ ଆଣିଛନ୍ତି। ୩୦ ବର୍ଷିୟ ରାଜକିଶୋର ଠିକା କାମ କରିବା ସହ ଏକ ଜୀବନ ବୀମା କମ୍ପାନୀର ଏଜେଣ୍ଟ ଭାବେ କାମ କରୁଥିଲେ ।

Advertisment

ତେବେ ଗତରାତିରେ କୌଣସି କାମରେ କଟକ ଯାଇଥିବାବେଳେ ରାତି ପ୍ରାୟ ୧୦ଟାରେ ଫୋନରେ ବଡଭାଇଙ୍କୁ ଆଉ ୧୦-୧୫ମିନିଟରେ ପହଞ୍ଚିବି ବୋଲି କହିଥିଲେ। ହେଲେ ସେ ଘରକୁ ନଫେରିବାରୁ ପରିବାର ଲୋକେ ରାତି ଗୋଟାଏରେ କଲ କଲାବେଳକୁ ତାଙ୍କ ମୋବାଇଲ ସୁଇଚ୍ ଅଫ୍ ଥିଲା। ରାତି ପାହିଲା ବେଳକୁ ପୋଲିସ କ୍ୟାପିଟାଲ ହସ୍ପିଟାଲ ଆସି ମୃତଦେହ ନେଇ ଯିବାକୁ କହିଥିଲା। ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ରାଜକିଶୋର କଟକରୁ ଲକ୍ଷ୍ମୀସାଗର ନଆସି ପଟିଆ କାହିଁକି ଗଲେ ବୋଲି ପ୍ରଶ୍ନ ଉଠାଇବା ସହ ହତ୍ୟାକାରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ବଡ଼ଭାଇ ନବକିଶୋର ପଣ୍ଡା।

ତେବେ ପୋଲିସ ଏହାକୁ ଏକ ଆତ୍ମହତ୍ୟା ବୋଲି ଆଶଙ୍କା କରୁଥିବା ନବକିଶୋର କହିଛନ୍ତି । ଏନେଇ କିନ୍ତୁ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment

Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ