• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗୁଣି ଗାରେଡି ସନ୍ଦେହରେ ହତ୍ୟା । ମୃତକ ଜଣକ ହେଲେ ହରନାବେବି ଗ୍ରାମର ମଣି ଚରଣ ସାହୁ । କୌଣସି ଆଦିବାସୀ ଅଧ୍ୟୁଷିତ ନୁହେଁ, ଏଭଳି ଲୋମହର୍ଷକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବନ୍ତପାଟଣା ଅଂଚଳରେ । ଏବେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଦୀର୍ଘ ଦିନ ଧରି ମନରେ ଥିବା ସନ୍ଦେହରୁ ଏପରି ଘଟଣା ଘଟିଥିବା ସୂଚନା ମିଳିଛି ।

ବନ୍ତପାଟଣା ହରନବାବି ଗାଁର ମଣିଚରଣ ସାହୁ ରାତିରେ ଘରେ ଶୋଇଥିବା ବେଳେ ପଡୋଶୀ ଅଜୁ ମହାରଣା ଓ ତାଙ୍କର ଦୁଇପୁଅ ବିପିନି ମହାରଣା ଓ ଗୁନୁଆ ମହାରଣା ତାଙ୍କ ଘର କବାଟ ଭାଙ୍ଗି ପଶିଥିଲେ । ଆଉ ରାତି ଅଧରେ ଏକ ଶାବଳରେ ମଣିଚରଣଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ ।

ଅତର୍କିତ ଆକ୍ରମଣରେ ମଣିଚରଣ ଗୁରୁତର ହୋଇପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଓ ପରେ କଟକ ମେଡିକାଲକୁ ନେଇଯାଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରଛନ୍ତି । ଏଭଳି ଘଟଣା ସାରା ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି ।

  • Reported by:
  • PRABIR KUMAR NAYAK