ଜ୍ୱାଇଁଙ୍କୁ ପିଟି ପିଟି ମାରିଦେଲେ ଶ୍ୱଶୁର ଘର ଲୋକେ। ହତ୍ୟା ପରେ ମୃତଦେହକୁ ଅଖାରେ ଭର୍ତ୍ତି କରି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ ବେଳେ ପୋଲିସ କାବୁ କରିଥିଲା। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାବ୍ରିପାଲି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି।
ଅଧିକ ପଢ଼ନ୍ତୁ: ଶରୀର ସାରା କଳା ଦାଗ, ପିଟି ପିଟି ଅଭିନେତ୍ରୀଙ୍କ ଚେହେରା ବିଗାଡ଼ିଦେଲା ବୟଫ୍ରେଣ୍ଡ
ମିଳିଥିବା ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ରାଜଭାଟିପଡା ଗାଁର ରୁଦ୍ର ମେହେର, ଚାବ୍ରିପାଲି ଗାଁର ସରୋଜିନୀ ମେହେରଙ୍କୁ ବାହା ହୋଇଥିଲେ। ଉଭୟ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା। ତେଣୁ ନିଜ ବାପ ଘରକୁ ଚାଲି ଯାଇଥିଲେ ସରୋଜିନୀ। ସରୋଜିନୀଙ୍କୁ ଘରକୁ ନେବା ପାଇଁ ଗତକାଲି ଶ୍ୱଶୁର ଘରକୁ ରୁଦ୍ର ଯାଇଥିଲେ।
ରାତିରେ କୌଣସି କାରଣକୁ ନେଇ ଶ୍ୱଶୁର ଘର ଲୋକଙ୍କ ସହିତ ରୁଦ୍ରଙ୍କର ବଚସା ହୋଇଥିଲା। ହଠାତ୍ ରାଗି ଯାଇ ଶ୍ୱଶୁର ଘର ଲୋକେ ରୁଦ୍ରଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ହତ୍ୟା ପରେ ଏକ ଅଖା ବସ୍ତାରେ ଜ୍ୱାଇଁର ମୃତଦେହକୁ ଭର୍ତ୍ତି କରି ଏକ ମାରୁତି ଭ୍ୟାନ୍ରେ ଲୋଡ୍ କରିଥିଲେ।
ମାରୁତି ଭ୍ୟାନ୍ରେ ମୃତଦେହକୁ ନେଇ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରୁଥିଲେ। ଖପ୍ରାଖୋଲ ପୋଲିସ କୌଣସି ସୂତ୍ରରୁ ଖବର ପାଇ ମାରୁତି ଭ୍ୟାନ୍ ଅଟକାଇ ଗାଡ଼ି ଭିତରୁ ମୃତଦେହକୁ ଉଦ୍ଧାର କରିବା ସହ କିଛି ଲୋକଙ୍କୁ ଖପ୍ରାଖୋଲ ପୋଲିସ ଅଟକ ରଖିଛି।