Advertisment

ମୁଖ୍ୟମନ୍ତ୍ରୀଙ୍କୁ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ରେ ହତ୍ୟା ଧମକ ! ଆଜମେର ଗିରଫ...

ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଶନିବାର ଜୁଲାନା ପୋଲିସ ତାକୁ ଗିରଫ କରିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Nayab Singh Saini

Nayab Singh Saini

ଗୋଟିଏ ପଟେ ମହାରାଷ୍ଟ୍ର NCP ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଥିବା ବେଳେ ଅନ୍ୟପଟେ ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ମିଳିଛି ହତ୍ୟା ଧମକ । ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ରେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଜଣାପଡ଼ିଛି । ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଶନିବାର ଜୁଲାନା ପୋଲିସ ତାକୁ ଗିରଫ କରିଛି ।

Advertisment

ଅଭିଯୁକ୍ତ ଜଣକ ହେଲା ଆଜମେର୍‌ । ସେ ଜିନ୍ଦ ଜିଲ୍ଲାସ୍ଥିତ ଦେବାରର ଗାଁର ମୂଳ ବାସିନ୍ଦା । ଜିନ୍ଦ ଏପ୍‌ପି କହିଛନ୍ତି ଆଜ୍‌ମେର ଅକ୍ଟୋବର ୮ ତାରିଖରେ ଭୋଟ ଗଣତି ବେଳେ ଏକ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ରେ ହତ୍ୟା ଧମକ ଦେଇଥିଲା । ଯେତେବଳେ ଏହି ଖବର ପୋଲିସ ପାଖରେ ପହଞ୍ଚିଲା, ସେତେବେଳେ ତୁରନ୍ତ ଏନେଇ ଥାନାରେ ଏକ ମାମଲା ରୁଜୁ କରାଗଲା ଆଉ ଆଜ୍‌ମେରକୁ ଗିରଫ କରାଗଲା ।

ତେବେ ଆସନ୍ତା ୧୭ରେ ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାଏବ ସିଂ ସୈନି । ଅକ୍ଟୋବର ୧୭ ରେ ପଞ୍ଚକୁଲାରେ ନୂଆ ସରକାରର ଶପଥ ସମାରୋହ ଉତ୍ସବ ଆୟୋଜିତ ହେବ । ସକାଳ ୧୦ଟାରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ ସାମିଲେ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହରିୟାଣାରେ ଲଗାତାର ତୃତୀୟ ଥର ପାଇଁ ସରକାର କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି ।

Advertisment

ଏବେ ବାବା ସିଦ୍ଦିକି ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଅନୁଯାୟୀ ପଚରାଉଚରା ବେଳେ ଗିରଫ ଅଭିଯୁକ୍ତମାନେ ବିଶ୍ନୋଇ ଗ୍ୟାଙ୍ଗ ସହ ଜଡିତ ଥିବା କହିଛନ୍ତି। ଅଭିଯୁକ୍ତମାନେ ଗତ ୨୫-୩୦ ଦିନ ଧରି ସେହି ଅଞ୍ଚଳର ରେକି କରୁଥିଲେ। ଏହି ତିନି ଅଭିଯୁକ୍ତ ଘଟଣା ପୂର୍ବରୁ ଅଟୋ ରିକ୍ସା ଦ୍ୱାରା ବାନ୍ଦ୍ରା ଇଷ୍ଟରେ ପହଞ୍ଚିଥିଲେ । ସୂତ୍ରରୁ ପ୍ରକାଶ ଯେ ବାବା ସିଦ୍ଧିକିଙ୍କ ଉପରେ ଗୁଳିମାଡ଼ କରିବା ପୂର୍ବରୁ ତିନିଜଣ ସେଠାରେ କିଛି ସମୟ ଅପେକ୍ଷା କରିଥିଲେ।

Advertisment
Advertisment