Advertisment

ହୋମ୍‌ ଥିଏଟରରେ ବୋମା ଖଞ୍ଜି ଗର୍ଲଫ୍ରେଣ୍ଡ୍‌କୁ ୱେଡିଂ ଗିଫ୍ଟ ଦେଲେ ଏକ୍ସ-ବୟଫ୍ରେଣ୍ଡ୍‌

ବିବାହ ଉପହାରରେ ମିଳିଥିବା ହୋମ୍‌ ଥିଏଟର ମ୍ୟୁଜିକ୍‌ ସିଷ୍ଟମ ବିସ୍ଫୋରଣ ଯୋଗୁ ୨ ଜଣଙ୍କ ଜୀବନ ଚାଲି ଯାଇଛି। ମୃତକଙ୍କ ମଧ୍ୟରେ ନବବିବାହିତ ଯୁବକ ଓ ତାଙ୍କ ଭାଇ ଅଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Man Gifts Home Theatre With Bomb As Wedding Gift to Ex

Man Gifts His Ex Home Theatre With Bomb As Wedding Gift

ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତାହା କେହିବି କହିପାରିବେ ନାହିଁ। ହସଖୁସିରେ ବାହାଘର ସରିଗଲା। ହେଲେ କେହି ଜାଣି ନଥିଲେ ଏହି ଖୁସି ମାତ୍ର ଅଳ୍ପ ଦିନ ପାଇଁ ଥିଲା। କାରଣ ଗିଫ୍ଟରେ ଆସିଥିଲା ମୃତ୍ୟୁର ଉପହାର। ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଏହି ଉପହାର କନ୍ୟାର ଏକ୍ସ-ବୟଫ୍ରେଣ୍ଡ୍‌ ପଠାଇଥିଲା।  ତେବେ ବିବାହ ଉପହାରରେ ମିଳିଥିବା ଏହି ମ୍ୟୁଜିକ୍‌ ସିଷ୍ଟମ ବିସ୍ଫୋରଣ ଯୋଗୁ ୨ ଜଣଙ୍କ ଜୀବନ ଚାଲି ଯାଇଛି। ମୃତକଙ୍କ ମଧ୍ୟରେ ନବବିବାହିତାଙ୍କ ସ୍ୱାମୀ  ଓ ତାଙ୍କ ଭାଇ ଅଛନ୍ତି। ସୋମବାର ଦିନ ଛତିଶଗଡ଼ର କବୀରଧାମ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। 

Advertisment

ହୋମ୍‌ ଥିଏଟର ମ୍ୟୁଜିକ୍‌ ସିଷ୍ଟମକୁ ପ୍ଲଗ୍‌ରେ ଲଗାଇବା କ୍ଷଣି ଭୟଙ୍କର ବିସ୍ଫୋରଣ ହୋଇଥିଲା। ସବୁଠାରୁ ବଡ଼ କଥା, ଏହି ଗିଫ୍ଟ କନ୍ୟାର ଏକ୍ସ-ବୟଫ୍ରେଣ୍ଡ୍‌ ପଠାଇଥିବା ପୋଲିସ୍‌ ତଦନ୍ତରୁ ଜଣାପଡ଼ିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏଥିରେ ଘରର କାନ୍ଥ ଓ ଛାତ ଭୁଶୁଡ଼ି ଯାଇଥିଲା। ପୋଲିସ୍‌ ସୂଚନା ଅନୁସାରେ, ୨୨ ବର୍ଷୀୟ ନବବିବାହିତ ହେମେନ୍ଦ୍ର ମେରାୱି ହୋମ୍‌ ଥିଏଟର ମ୍ୟୁଜିକ୍‌ ସିଷ୍ଟମରେ ଇଲେକ୍ଟ୍ରିକ୍‌ ସଂଯୋଗ କରିବା କ୍ଷଣି ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ ହିଁ ହେମେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କ ଭାଇ ରାଜକୁମାର(୩୦)ଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଅଧିକ ପଢ଼ନ୍ତୁ: ଇଣ୍ଟରଭିୟୁ ନେଉଥିବା ବ୍ୟକ୍ତି ଥିଲେ ଏକ୍ସ-ବୟଫ୍ରେଣ୍ଡ୍‌, ସାମ୍ନାରେ ଦେଖି ଯୁବତୀଙ୍କ ହୋସ୍‌ ଉଡ଼ିଗଲା...

Advertisment

ପୋଲିସ୍‌ ତଦନ୍ତରୁ ଜଣାପଡ଼ିଛି, ହୋମ୍‌ ଥିଏଟର ସିଷ୍ଟମରେ ପୂର୍ବରୁ ବିସ୍ଫୋରକ ସାମଗ୍ରୀ ଖଞ୍ଜା ଯାଇଥିଲା। ଘଟଣା ପରେ ବିବାହ ଉପହାରରେ ମିଳିଥିବା ଗିଫ୍ଟ ତାଲିକାକୁ ପୋଲିସ୍‌ ଛାନ୍‌ଭିନ୍‌ କରି ଜାଣିବାକୁ ପାଇଥିଲା, ମ୍ୟୁଜିକ୍‌ ସିଷ୍ଟମକୁ କନ୍ୟାର ଏକ୍ସ-ବୟଫ୍ରେଣ୍ଡ୍‌ ଗିଫ୍ଟ କରିଥିଲା। ଘଟଣାର ତଦନ୍ତ କରି ପୋଲିସ୍‌ କନ୍ୟାର ଏକ୍ସ-ବୟଫ୍ରେଣ୍ଡ୍‌ ସର୍ଜୁଙ୍କୁ ଗିରଫ କରିଥିଲା। ଜେରା ବେଳେ ସର୍ଜୁ କହିଥିଲା ଯେ, ଏକ୍ସ-ଗର୍ଲଫ୍ରଣ୍ଡ୍‌ର ବାହାଘର ଖବର ଶୁଣି ସେ ରାଗି ଯାଇଥିଲେ। ତେଣୁ ମ୍ୟୁଜିକ୍‌ ସିଷ୍ଟମରେ ବିସ୍ଫୋରକ ସାମଗ୍ରୀ ଖଞ୍ଜି ଉପହାର ସ୍ୱରୂପ ଦେଇଥିଲେ। 

ପୋଲିସ୍‌ ସୂଚନା ଅନୁସାରେ, ଏପ୍ରିଲ ୧ରେ ହେମେନ୍ଦ୍ର ମେରାୱିଙ୍କ ବିବାହ ହୋଇଥିଲା। ମ୍ୟୁଜିକ୍‌ ସିଷ୍ଟମ୍‌ ବିସ୍ଫୋରଣ ଯୋଗୁ ଘଟଣାସ୍ଥଳରେ ହେମେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ରାଜକୁମାର ଓ ଜଣେ ଶିଶୁଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାଜକୁମାରଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟମାନେ ଚିକିତ୍ସିତ ହେଉଛନ୍ତି। 

Marriage Viral News
Advertisment
Advertisment