Advertisment

Crime News: ଝିଅକୁ ନ୍ୟାୟ ଦେବାକୁ ବାପା ସାଜିଲେ ହତ୍ୟାକାରୀ; କୁଏତରୁ ଆସି ଫିଲ୍ମ ଷ୍ଟାଇଲ୍‌ରେ କଲେ ହତ୍ୟା

ଏମିତି ଜଣେ ବାପା ଯିଏ ନିଜ ଝିଅକୁ ସୁରକ୍ଷା ଦେବାକୁ ଯାଇ ପାଲଟିଗଲେ କିଲର୍। ଝିଅକୁ ଦୁର୍ବ୍ୟବହାର ଓ ନିର୍ଯାତନା ଦେଇଥିବା ଲୋକକୁ ଜୀବନରୁ ମାରିଦେବାକୁ କୁଏତରୁ ଆସି ପହଞ୍ଚିଗଲେ ଆନ୍ଧ୍ରପ୍ରଦେଶରେ।

ଅଦ୍ୟତନ ହୋଇଛି
kill relative

kill relative

Advertisment

ବାପା କେବେଳ ଦୁଇଟି ଅକ୍ଷର କି ଗୋଟିଏ ନୁହେଁ। ଏହା ଗୋଟିଏ ଶବ୍ଦକୋଷ। ପିଲାର ଖୁସି ପାଇଁ ବାପା କିଛି ବି କରିପାରେ। କେତେବେଳେ ପିଲାଙ୍କୁ ନାଉ କରି ବୁଲାଏ ତ ଆଉ କେତେବେଳେ ପିଲାଙ୍କୁ ସୁରକ୍ଷା ଦେବା ପାଇଁ ସାଜିପାରେ ଶକ୍ତିମାନ୍। ହେଲେ ଏମିତି ଜଣେ ବାପା ଯିଏ ନିଜ ଝିଅକୁ ସୁରକ୍ଷା ଦେବାକୁ ଯାଇ ପାଲଟିଗଲେ କିଲର୍। ଝିଅକୁ ଦୁର୍ବ୍ୟବହାର କରିଥିବା ଲୋକକୁ ଜୀବନରୁ ମାରିଦେବାକୁ କୁଏତରୁ ଆସି ପହଞ୍ଚିଗଲେ ଆନ୍ଧ୍ରପ୍ରଦେଶରେ।

Advertisment

କୁଏତର ଜଣେ ପ୍ରବାସୀ ଶ୍ରମିକ ଭାବେ କାମ କରନ୍ତି ଅଞ୍ଜନେୟ ପ୍ରସାଦ ଓ ତାଙ୍କ ସ୍ତ୍ରୀ ଚନ୍ଦ୍ରକଳା। ସେମାନଙ୍କ ୧୨ ବର୍ଷର ଝିଅ ଆନ୍ଧ୍ରପ୍ରଦେଶର ଅନନାମୟ ଜିଲ୍ଲାରେ ମଉସା ଭେଙ୍କଟରମଣ ଓ ମାଉସୀ ଲକ୍ଷ୍ମୀଙ୍କ ସହ ରହୁଥିଲେ। ସେଠାରେ ଭେଙ୍କଟରମଣଙ୍କ ବାପା ଗୁଟ୍ଟା ଅଞ୍ଜନେୟୁଲୁ ତାଙ୍କ ଝିଅକୁ ଦୁର୍ବ୍ୟବହାର କରୁଥିଲେ, ଶାରିରୀକ ନିର୍ଯାତନା ବି ଦେଉଥିଲେ । ଏନେଇ ଝିଅ ମା’ ଚନ୍ଦ୍ରକଳାଙ୍କୁ କହିଥିଲେ। ଏହାପରେ ଚନ୍ଦ୍ରକଳା ଓବୁଲାଭରିପାଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପରିବାର ଲୋକ ଦାବି କରିଛନ୍ତି ଯେ ପୋଲିସ କେବଳ ତାଙ୍କୁ ଚେତାବନୀ ଦେଇ ଛାଡିଦେଇଥିଲେ।

ବାପା ପ୍ରସାଦ ଝିଅକୁ ଦେଖା କରିବା ପାଇଁ ଡିସେମ୍ୱର ୭ ତାରିଖରେ ଆନ୍ଧ୍ର ପ୍ରଦେଶ ଆସିଥିଲେ। ସେ ଆସିବା ପରେ ଗୁଟ୍ଟା ଅଞ୍ଜନେୟୁଲୁଙ୍କ ମୃତଦେହ ମିଳିଥିଲା। ଯିଏକି ଶାରୀରିକ ଭାବେ ଅକ୍ଷମ ଥିଲେ। ପୋଲିସ ଏହାକୁ ଏକ ଏତେଟା ଗୁରୁତର ଭାବେ ନେଇ ନଥିଲା। ମାତ୍ର ବାପା କୁଏତରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ପୋଷ୍ଟ କରି ଏ ବିଷୟରେ ସୂଚନା ଦେଇଥିଲେ। ଏକ ଭିଡିଓ ବିବୃତ୍ତିରେ ପ୍ରସାଦ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି ଏବଂ କହିଛନ୍ତି ଯେ ସେ ତାଙ୍କ ଝିଅର ସୁରକ୍ଷା ପାଇଁ ଏପରି କରିଛନ୍ତି। ତେବେ ସେ ନିଜେ ଆତ୍ମସମର୍ପଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପୋଲିସ ବର୍ତ୍ତମାନ ପ୍ରସାଦଙ୍କ ବିବୃତ୍ତି ଏବଂ ମାମଲାର ପରିସ୍ଥିତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି।

Advertisment

ଅଧିକ ପଢ଼ନ୍ତୁ: ମରିଗଲା ମାନବିକତା; ଦୁର୍ଘଟଣା ପରେ ଉଦ୍ଧାର ନକରି କାଢ଼ି ନେଲେ ଗହଣା

Murder Andhra Pradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ