• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ତ୍ରୀକୁ ବଞ୍ଚାଇବା ପରେ ଜୀବନ ନେଇଗଲା ଦାନବ ସ୍ୱାମୀ । ଛତିଶଗଡର ଯଶପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ମଦ ନିଶାରେ ଚୁର୍‌ ହୋଇ ଘରକୁ ଫେରିବା ପରେ ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀକୁ ବାଧ୍ୟ କରିଥିଲା । ଏହି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଜୋର୍‌ରେ ଝଗଡ଼ା ହୋଇଥିଲା । ଫଳରେ ରାଗିଯାଇ ଆତ୍ମହତ୍ୟା କରିବାକୁ କୂଅ ଭିତରକୁ ଡେଇଁ ପଡ଼ିଥିଲେ ସ୍ତ୍ରୀ । ସ୍ୱାମୀ ପ୍ରଥମେ ସ୍ତ୍ରୀକୁ କୂଅରୁ ବାହାର କରି ଜୀବନ ରକ୍ଷା କରିଥିଲା । ଆଉ ତା’ପରେ କୂଅ ପାଖରେ ହିଁ ସ୍ତ୍ରୀର ଜୀବନ ନେଇଗଲା । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମୋର୍ଟମ ପାଇଁ ପଠାଇ ଦେଇଛି । ମାମଲାର ଝାନଭିନ୍‌ ଆରମ୍ଭ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ୍‌ ।

ଯଶପୁରର ବଗିଚା ଥାନା ଅନ୍ତର୍ଗତ ରାଉନି ଗାଁରେ ଏଭଳି ଘଟଣା ଘଟିଛି । ଏଠାରେ ରହୁଥିବା ଶଙ୍କର ରାମ ତାଙ୍କ ପତ୍ନୀ ଆଶାବାଇଙ୍କ ସହ ରହୁଥିଲେ । ସୋମବାର ରାତିରେ ଉଭୟେ ମଦ୍ୟପାନ କରି ଶୋଇଥିଲେ । ଏହି ସମୟରେ ଶଙ୍କର ତାଙ୍କ ସ୍ତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ । ହେଲେ ଆଶା ବାଇ ଏଥିପାଇଁ ରାଜି ହୋଇନଥିଲେ । ଏଥିପାଇଁ ମଧ୍ୟରାତ୍ରରେ ହିଁ ଉଭୟଙ୍କ ମଧ୍ୟରେ ଜୋରଦାର ଝଗଡ଼ା ଆରମ୍ଭ ହୋଇଯାଇଥିଲା ।

ଝଗଡ଼ା ଏତେ ବଢ଼ିଗଲା ଯେ ଆଶା ଆତ୍ମହତ୍ୟା କରିବାକୁ କୂଅକୁ ଡେଇଁ ପଡିଥିଲେ । ସ୍ତ୍ରୀ ଡେଇଁ ପଡ଼ିବା ପରେ ତାଙ୍କୁ ବଞ୍ଚାଇବା ପାଇଁ ଶଙ୍କର ମଧ୍ୟ କୂଅକୁ ଡେଇଁ ପଡିଥିଲେ । କିଛି ସମୟ ପରେ ସେ ଆଶାଙ୍କୁ କୂଅରୁ ବାହାର କରିଦେଲେ ।

କୂଅରୁ ବାହାର କରିବା ପରେ ପୁଣି ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆଉ ତା’ପରେ ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀର ପ୍ରାଇଭେଟ୍‌ ପାର୍ଟରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ । ଏହା ପରେ ସେ ରାତିସାରା ନିଜ ସ୍ତ୍ରୀଙ୍କ ଶବ ନିକଟରେ ବସି ରହିଥିଲେ ।

ସକାଳେ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଶଙ୍କରଙ୍କୁ ଗିରଫ କରିଥିଲା । ଏବେ ପୂରା ଘଟଣାର ତଦନ୍ତ କରାଯାଉଛି ।