• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହାରାଷ୍ଟ୍ରର ପୁଣେରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ୩୬ ବର୍ଷିୟ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ ନାକରେ ମୁଥ ମାରି ଜୀବନ ନେଇଯାଇଛନ୍ତି । ହେଲେ ହତ୍ୟା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । ଜନ୍ମଦିନ ପାଳନ କରିବାକୁ ସ୍ୱାମୀ ତାଙ୍କ ସ୍ତ୍ରୀକୁ ଦୁବାଇ ନେବାକୁ ମନା କରିଦେବାରୁ ଏଭଳି କାଣ୍ଡ ଘଟାଇଛି ଅଭିଯୁକ୍ତ ସ୍ତ୍ରୀ । ଶୁକ୍ରବାର ଦିନ ପୁଣେର ୱାନବଡ ଅଞ୍ଚଳରେ ଥିବା ଏକ ସ୍ମାର୍ଟ ରେସିଡେନ୍‌ସିଆଲ ଆପାର୍ଟମେଣ୍ଟରେ ସୋସାଇ‌ଟିରେ ଏହି ଘଟଣା ଘଟିଛି ।

ମୃତକ ହେଲେ ନିର୍ମାଣ ଶିଳ୍ପ ବ୍ୟବସାୟ କରୁଥିବା ୩୬ ବର୍ଷିୟ ନିଖିଳ ଖାନ୍ନା । ୬ ବର୍ଷ ପୂର୍ବେ ସେ ୩୮ ବର୍ଷୀୟ ସ୍ତ୍ରୀ ରେଣୁକାଙ୍କୁ ପ୍ରେମବିବାହ କରିଥିଲେ । ଜନ୍ମଦିନ ପାଳନ ପାଇଁ ସ୍ତ୍ରୀକୁ ଦୁବାଇ ନ ନେବା ଏବଂ ମୂଲ୍ୟବାନ ଉପହାର ଦେଉ ନଥିବା କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାସହ ସମ୍ପର୍କୀୟଙ୍କ ଜନ୍ମଦିନ ପାଳିବା ପାଇଁ ଦିଲ୍ଲୀ ଯିବାକୁ ଚାହୁଥିଲେ ରେଣୁକା । ହେଲେ ସେଥିପାଇଁ ବି ନିଖିଳ ମନା କରିଦେଇଥିଲେ । ଏଥିପାଇଁ ରେଣୁକା ସ୍ୱାମୀ ନିଖିଲଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ।

ଅନ୍ୟପଟେ ଏହି କାରଣରୁ ଝଗଡ଼ା ହେବାରୁ ରେଣୁକା ନିଖିଳଙ୍କ ମୁହଁକୁ ଏକ ଶକ୍ତ ମୁଥ ମାରିଥିଲେ। ସେ ଏତେ ଜୋରରେ ସ୍ୱାମୀଙ୍କୁ ମୁଥ ମାରିଥିଲେ ଯେ ନିଖିଳଙ୍କ ନାକ ଓ ଦାନ୍ତ ଭାଙ୍ଗିଯାଇଥିଲା । ପ୍ରବଳ ରକ୍ତସ୍ରାବ ହେବାରୁ ନିଖିଳ ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ। ଏହି କାରଣରୁ ନିଖିଲଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ପୋଷ୍ଟମୋଟର୍ମ ରିପୋର୍ଟ ଆସିବା ପରେ ମୃତ୍ୟୁର ଅସଲ କାରଣ ଜଣାପଡ଼ିବ ।

ଏହାରି ମଧ୍ୟରେ ଧାରା ୩୦୨ ଅନୁସାରେମାମଲା ରୁଜୁ କରି ରେଣୁକାଙ୍କୁ ଗିରଫ କରିବା ସହିତ ଘଟଣାର ତଦନ୍ତ କରୁଛି ପୋଲିସ ।