Advertisment

ବିଚ୍‌ ବଜାରରେ ମହିଳାଙ୍କ ପ୍ରାଇଭେଟ୍‌ ପାର୍ଟକୁ କାଟିଦେଲା ସୈତାନ ଯୁବକ

ଉପସ୍ଥିତ ଲୋକମାନେ ମହିଲାଙ୍କୁ ଉଦ୍ଧାର ନକରି କେବଳ ଦର୍ଶକ ସାଜିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Man cuts woman's breast

Man cuts woman's breast, hands, ears in Bihar market

ଦିଲ୍ଲୀର ଶ୍ରଦ୍ଧା ଘଟଣା ମନରୁ ଲିଭୁଣୁ ସାମନାକୁ ଆସିଛି ଆଉ ଏକ ବିଭତ୍ସ ହତ୍ୟାକାଣ୍ଡ। ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗକୁ କାଟି ପକାଇଲା ଯୁବକ। ବିଚ୍‌ ବଜାରରେ ମହିଳାଙ୍କ ହାତ, କାନ, ନାକ ଓ ସ୍ତନକୁ କାଟିଦେଲା ସୈତାନ ଯୁବକ। ଏଭଳି ଘଟଣା ଘଟିଛି ବିହାରର ବାଘଲପୁର ଜିଲ୍ଲାରେ। 

Advertisment

ଘଟଣାଟି ଥିଲା ଏମିତି

ନୀଲମ ଦେବୀ ନାମକ ଜଣେ ବିବାହିତ ମହିଳାଙ୍କ ନିକଟତର ହେବାକୁ ଚାହାନ୍ତି ମହମ୍ମଦ ସକିଲ ନାମକ ଯୁବକ। ଯାହାକୁ ନୀଲମ ଆଦୌ ପସନ୍ଦ କରିନଥିଲେ। ତଥାପି ସକିଲ, ନୀଲମଙ୍କ ପିଛା ଛାଡ଼ିନଥିଲେ। ଏଭଳି ହରକତ୍‌ରୁ ଦୂରେଇ ରହିବା ପାଇଁ ସକିଲକୁ ଆଗୁଆ ଚେତାଇ ଦେଇଥିଲେ ନୀଲମଙ୍କ ପରିବାର ଲୋକ। ଏନେଇ ନୀଲମ ଦୂରେଇ ଯିବାରୁ ପ୍ରତିଶୋଧ ନେବାକୁ ଚାହିଁଥିଲା ସକିଲ।

ବାଘଲପୁର ଜିଲ୍ଲାର ପାରପେଣ୍ଟି ଗାଁର ଏକ ଦୋକାନକୁ ନୀଲମ ଗ୍ରସରି କିଣିବାକୁ ଯିବାବେଳେ ଆକ୍ରମଣ କରିଥିଲା ସକିଲ। ପ୍ରଥମେ ନୀଲମଙ୍କୁ କାବୁ କରିନେଇଥିଲା ସକିଲ। ଏହାପରେ ଧାରୁଆ ଅସ୍ତ୍ରରେ ନୀଲମଙ୍କୁ ଆକ୍ରମଣ କରିଥିଲା। ବିଚ୍‌ ବଜାରରେ ମହିଳାଙ୍କ ହାତ, କାନ, ନାକ ଓ ସ୍ତନକୁ କାଟିଦେଇଥିଲା ସୈତାନ ଯୁବକ। ଉପସ୍ଥିତ ଲୋକମାନେ ଉଦ୍ଧାର ନକରି କେବଳ ଦର୍ଶକ ସାଜିଥିଲେ। 

Advertisment

ଅଧିକ ପଢ଼ନ୍ତୁ: ପ୍ରେମିକ ପାଲଟିଲା ଜହ୍ଲାଦ ! ପ୍ରେମିକାକୁ ପୋଡ଼ି ଜଙ୍ଗଲରେ ଫିଙ୍ଗିଲା

ଅଭିଯୁକ୍ତ ସକିଲ ନାରକୀୟ କାଣ୍ଡ ଭିଆଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। କିଛି ଲୋକ ସାହାସ କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ଓ ପରେ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେତେବେଳକୁ ବିଳମ୍ବ ହୋଇଯାଇଥିଲା। ଶରୀରରୁ ଅଧିକ ରକ୍ତସ୍ରାବ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ନୀଲମଙ୍କ ସ୍ୱାମୀ କହିଛନ୍ତି ଯେ ସକିଲଙ୍କ ସହ ତାଙ୍କର କୌଣସି ଶତ୍ରୁତା ନଥିଲା, ସକିଲ କାହିଁକି ଏପରି କାମ କଲା ଜାଣିନଥିବା ସେ କହିଛନ୍ତି।  ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଚଢଉ ଜାରି ରଖିଛି। ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରକୁ ପୋଲିସ ଏକ ମାଠିଆରୁ ଜବତ କରିଛି।   

Advertisment
Advertisment