Advertisment

ଅଭାବନୀୟ ଘଟଣା: ବୋହୂର ନାକ କାଟିଦେଲା ଶ୍ବଶୁର !

ଗୁରୁତର ଅବସ୍ଥାରେ ବୋହୂ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଅଭିଯୁକ୍ତ ଶ୍ବଶୁରଙ୍କୁ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି।

ଅଦ୍ୟତନ ହୋଇଛି
Man cuts daughter-in-law nose

Man cuts daughter-in-law nose

Advertisment

ବୋହୂର ନାକ କାଟିଦେଲା ଶ୍ବଶୁର। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି କଟକ ଗୁରୁଡ଼ିଝାଟିଆ ଥାନା ଗୋବରା ଗାଁରେ। ମିଳିଥିବା ସୂଚନା ମୁତାବକ, ନାତୁଣୀ ଛୁରି ଧରି ଖେଳୁଥିବା ବେଳେ ଶ୍ବଶୁର ଅମର ନାୟକ ଏହାକୁ ଆପତ୍ତି ଉଠାଇବା ସହ ନାତୁଣୀକୁ ପିଟିଥିଲେ। ଏହି ଘଟଣାକୁ ନେଇ ବୋହୂ ଓ ଶ୍ବଶୁର ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ରାଗି ଯାଇ ନାତୁଣୀ ଧରିଥିବା ଛୁରୀରେ ବୋହୂର ନାକ କାଟି ଦେଇଥିଲେ ଅଭିଯୁକ୍ତ ଶ୍ବଶୁର।

Advertisment

ଅଧିକ ପଢନ୍ତୁ :  ୮୭ ବର୍ଷର ଶ୍ୱଶୁରକୁ ନିର୍ମମ ଭାବେ ପିଟିଲା ବୋହୂ; ଭିଡ଼ିଓ ଦେଖିଲେ କହିବେ...

ଗୁରୁତର ଅବସ୍ଥାରେ ବୋହୂ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଅଭିଯୁକ୍ତ ଶ୍ବଶୁରଙ୍କୁ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି। 

Advertisment

ସେମିତି ଆଉ ଏକ ଅଭାବନୀୟ ଘଟଛି । ବାଲଟିରେ ପିଟିପିଟି ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ। ପାରିବାରିକ କଳହର ଏପରି କିଛି କରୁଣ ପରିଣତି ଦେଖିବାକୁ ମିଳିଛି ବାଲେଶ୍ବର ଜଳେଶ୍ବର ଥାନା ବାଣିଦା ଗାଁରେ।

Advertisment

ସୂଚନା ଅନୁଯାୟୀ ବାଣିଦା ଗାଁର ସଞ୍ଜୟ ମହାନ୍ତି ଓ କବିତାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା। ଆଜି ସକାଳୁ ଉତ୍ୟକ୍ତ ହୋଇ ବାଲଟିରେ ସ୍ତ୍ରୀକୁ ମାଡ଼ ମାରିଥିଲେ ସ୍ବାମୀ ସଞ୍ଜୟ। ଘଟଣା ପରେ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ତଦନ୍ତ କରୁଛି ପୋଲିସ୍।    

Knife Attack Knife
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ