Advertisment

ଭାଇ-ଭାଉଜଙ୍କ ଆତ୍ମହତ୍ୟା; ନ୍ୟାୟରେ ବିଳମ୍ବ ଯୋଗୁଁ ଆଙ୍ଗୁଠି କାଟି ପ୍ରତିବାଦ କଲେ ଯୁବକ

ଭାଇ ଓ ଭାଉଜଙ୍କ ଆତ୍ମହତ୍ୟା ମାମଲାରେ ନ୍ୟାୟ ମିଳିବାରେ ବିଳମ୍ବ ହେବାରୁ ଯୁବକ ନିଜ ଆଙ୍ଗୁଠି କାଟି ପ୍ରତିବାଦ କଲେ। କହିଲେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ପ୍ରତି ସପ୍ତାହରେ ଶରୀରର ଗୋଟିଏ ଗୋଟିଏ ଅଂଶ କାଟି ସରକାରଙ୍କୁ ପଠାଇବେ।

author-image
Pramod Behera
ଅଦ୍ୟତନ ହୋଇଛି
ନ୍ୟାୟରେ ବିଳମ୍ବ ଯୋଗୁଁ ଆଙ୍ଗୁଠି କାଟି ପ୍ରତିବାଦ କଲେ ଯୁବକ

ନ୍ୟାୟରେ ବିଳମ୍ବ ଯୋଗୁଁ ଆଙ୍ଗୁଠି କାଟି ପ୍ରତିବାଦ କଲେ ଯୁବକ

ମହାରାଷ୍ଟ୍ରର ଥାନେରେ ଏକ ଦମ୍ପତି ଆତ୍ମହତ୍ୟା କରିବା ଅଭିଯୋଗରେ ପୋଲିସ ଶୁକ୍ରବାର ଚାରି ଜଣଙ୍କୁ ଗିରଫ କରିଛି। କୁହାଯାଉଛି ଯେ ଆତ୍ମହତ୍ୟା ପାଇଁ ସେମାନଙ୍କୁ ଉସ୍‌କାଯାଇଛି। ଏହାପୂର୍ବରୁ ମୃତ ବ୍ୟକ୍ତିଙ୍କ ଭାଇ କ୍ୟାମେରା ଆଗରେ ଆଙ୍ଗୁଳି କାଟି ମାମଲାର ତଦନ୍ତରେ ବିଳମ୍ବକୁ ବିରୋଧ କରିଥିଲେ। ନନ୍ଦକୁମାର ନାନାଭରେ ଏବଂ ତାଙ୍କ ପତ୍ନୀ ଉଜ୍ଜ୍ୱଳା ନାନାଭରେ ଅଗଷ୍ଟ ୧ରେ ଥାନେର ଉହ୍ଲାସନଗରରେ ଥିବା ନିଜ ଘରର ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

Advertisment

ପୋଲିସ ଅଧିକାରୀ ଶୁକ୍ରବାର ଦିନ କହିଛନ୍ତି ଯେ ଆତ୍ମହତ୍ୟା ନୋଟ ଆଧାରରେ ଏହି ମାମଲାରେ କମଲେଶ ନିକମ, ନରେଶ ଗାଇକୱାଡ, ଗଣପତି କାମ୍ବଲେ ଏବଂ ଶଶିକାନ୍ତ ସାଠେଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ସତାରା ଜିଲ୍ଲାର ଫଲଟନ ଟାଉନ ନିକଟରେ ନନ୍ଦକୁମାରଙ୍କ ଭାଇ ଧନଞ୍ଜୟ ନାନାଭରେ ଏକ ଛୁରିରେ ନିଜ ଆଙ୍ଗୁଠି କାଟିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଧନଞ୍ଜୟଙ୍କ ଏକ ଅଭିଯୋଗ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଧନଞ୍ଜୟ ଅଭିଯୋଗ କରିଛନ୍ତି ଯେ ଜଣେ ମନ୍ତ୍ରୀ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ଏବଂ ମୃତ୍ୟୁ ପୂର୍ବରୁ ତାଙ୍କ ଭାଇ ମନ୍ତ୍ରୀଙ୍କ ନାଁ ନେଇଛନ୍ତି, କିନ୍ତୁ ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।

Advertisment

ଆଙ୍ଗୁଠି କାଟିବା ପୂର୍ବରୁ ସେ କହିଥିଲେ ଯେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ପ୍ରତି ସପ୍ତାହରେ ଶରୀରର ଗୋଟିଏ ଗୋଟିଏ ଅଂଶ କାଟି ସରକାରଙ୍କୁ ପଠାଇବେ। ପରେ ସେ ଫଲଟନ ଟାଉନ ପୋଲିସ ଷ୍ଟେସନରେ ପଞ୍ଚିଥିଲେ ଏବଂ ତାଙ୍କୁ ଡାକ୍ତରଖାନା ପଠାଯାଇଥିଲା। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ତାଙ୍କୁ ବର୍ତ୍ତମାନ ପୁଣେର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Seeking Justice
Advertisment
Advertisment