Advertisment

ଛି ଛି ଏତେ ତଳକୁ ଖସିଗଲା ମଣିଷ ! କୁକୁର ସହ ଦୁଷ୍କର୍ମ, ଭିଡିଓ ଭାଇରାଲ୍‌ ପରେ ବନ୍ଧା ହେଲେ...

କୁକୁରକୁ ଦୁଷ୍କର୍ମ କରିବା ଘଟଣାରେ ପୋଲିସ୍‌ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ବ୍ୟକ୍ତି ଜଣକ ଏଭଳି ଘୃଣ୍ୟ କାର୍ଯ୍ୟ କରୁଥିବା ବେଳେ କେହି ଜଣେ ଏହାର ଭିଡିଓ କରିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Man Arrested For Raping Dog

Man Arrested For Raping Dog

ଦିନକୁ ଦିନ ମଣିଷ ହିଂସ୍ର ହେବାରେ ଲାଗିଛି। ମାନବିକତା ଭୁଲି ଗୋଟିଏ ପରେ ଗୋଟିଏ ଜଘନ୍ୟ କାଣ୍ଡ କରିଚାଲିଛି। ହେଲେ ମଣିଷ ଯେ ପଶୁକୁ ଦୁଷ୍କର୍ମ କରିବ ତାହା ସହଜରେ ବିଶ୍ୱାସ ହେଉନି। ଏମିତି ଅନେକ ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। କୁକୁରକୁ ଦୁଷ୍କର୍ମ କରିବା ଘଟଣାରେ ପୋଲିସ୍‌ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଦିଲ୍ଲୀର ହରି ନଗର ଅଞ୍ଚଳରେ ଥିବା ଏକ ପାର୍କରେ ସମ୍ପୃକ୍ତ ବ୍ୟକ୍ତି କୁକୁର ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଗିରଫ ବ୍ୟକ୍ତି ବିବାହିତ ହୋଇଥିବା ବେଳେ ତାଙ୍କର ପିଲା ମଧ୍ୟ ଅଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଶେଷରେ ଏତେ ତଳକୁ ଖସିଗଲେ ଏହି ଦମ୍ପତି; ନାବାଳିକାଙ୍କୁ ପିଟିଲେ, ଡଷ୍ଟବିନ୍‌ରୁ ଖାଇବାକୁ ବାଧ୍ୟ କଲେ...

ଗତ ସପ୍ତାହରେ ଏନେଇ ଅଭିଯୋଗ ପରେ ରବିବାର ଦିନ ଏଫ୍‌ଆଇଆର୍‌ ରୁଜୁ କରାଯାଇଥିଲା ଓ ସୋମବାର ଦିନ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ବ୍ୟକ୍ତି ଜଣକ ଏଭଳି ଘୃଣ୍ୟ କାର୍ଯ୍ୟ କରୁଥିବା ବେଳେ କେହି ଜଣେ ଏହାର ଭିଡିଓ କରିଥିଲେ। ପରେ ସୋସିଆଲ୍‌ ମିଡିଆ ରେ ଏହା ଭାଇରାଲ୍‌ ହେବା ସହ ପୋଲିସ୍‌ ପାଖରେ କଥା ପହଞ୍ଚି ଥିଲା।

Advertisment

ଭିଡିଓ ଭାଇରାଲ୍‌ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ଲାଗି ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଥିଲା। ଶେଷରେ ଅଭିଯୁକ୍ତକୁ ଧରିଥିଲା। ଅଭିଯୁକ୍ତକୁ ଗିରଫ କରି ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଛି। ପୂର୍ବରୁ ଏଭଳି ଘଟଣାରେ ବ୍ୟକ୍ତି ଜଣକ ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ପୋଲିସ୍‌ ତଦନ୍ତ ଚଳାଇଛି। 

Dog
Advertisment
Advertisment