/odishatv-khabar/media/post_attachments/uploadimage/library/16_9/16_9_0/love_story_1686832130.jpg)
love story
ବିହାଘର ହେବ, ପିଲାଛୁଆ ହେବେ । ହସଖୁସିରେ ପରିବାର ପୂରି ଉଠିବ.. ଏପରି କେତେ ଯେ ସ୍ୱପ୍ନ ତାଙ୍କୁ ଶୁଆଇ ଦେଉନଥିଲା । ସବୁ କିଛି ଠିକ୍ ଥିଲା.. କିନ୍ତୁ ନାବାଳିକାକୁ ପ୍ରେମ କରି ଏବେ ହରଡଘଣାରେ ଯୁବକ । ଛତିଶଗଡ଼ରେ ପ୍ରେମ କରିଥିବା ଯୁବକ ବଲାଙ୍ଗିରରେ ଗିରଫ ହୋଇଛନ୍ତି ।
ନଜର ପକାଇବା ପୁରା ଘଟଣା ଉପରେ
ନୂଆପଡା ଜିଲ୍ଲା ମାଗୁରପାନୀ ଗାଁର ଯୁବକ ଉମାଶଙ୍କର ମାଝୀ ଛତିଶଗଡ଼ ରାଜ୍ୟରେ କାମ କରୁଥିଲେ । ସେହି ସମୟରେ ଛରା ଥାନା ପେଲମା ଗାଁର ଜଣେ ନାବାଳିକାଙ୍କ ପ୍ରେମରେ ପଡିଯାଇଥିଲେ । ହେଲେ ଉଭୟଙ୍କ ସମ୍ପର୍କକୁ ଗ୍ରହଣ କରି ନଥିଲେ ଘରଲୋକ । ଉଭୟଙ୍କୁ ମିଳାମିଶା କରିବା ପାଇଁ ବାରଣ କରିଥିଲେ । ଶେଷରେ ବାହା ପାଇଁ ପରିବାର ଲୋକେ ବାଧା ଦେବାରୁ ସାତ ଦିନ ତଳେ ଫେରାର ମାରିଥିଲେ ପ୍ରେମୀ ଯୁଗଳ ।
ଦୁଇଜଣ ଯାକ ଲୁକିଛପି ସାତ ଦିନ ହେଲା ବଲାଙ୍ଗିର ସହର ଉପକଣ୍ଠ ଛୁଇଁବନ୍ଧ ଠାରେ ଥିବା ଏକ ସିମେଣ୍ଟ ଇଟା କାରଖାନାରେ କାମ କରୁଥିଲେ । ସେପଟେ ନାବାଳିକାଙ୍କ ପରିବାର ଲୋକେ ଛତିଶଗଡ଼ ଛରା ଥାନାରେ ନିଖୋଜ ନେଇ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ଫେରାର ପ୍ରେମୀ ଯୁଗଳ ବଲାଙ୍ଗିର ସହର ଭିତରେ ଥିବା ଜାଣିବାକୁ ପାଇଥିଲା ।
ତିନିଦିନ ହେଲା ଛତିଶଗଡ଼ ପୋଲିସ ବଲାଙ୍ଗିର ସହର ଭିତରେ ଡେରା ବାନ୍ଧିଥିଲା । ଆଜି ଉଭୟଙ୍କୁ ଛତିଶଗଡ଼ ପୋଲିସ କାବୁ କରିଥିଲା । ନାବାଳିକାକୁ ଉଦ୍ଧାର କରିବା ସହିତ ଯୁବକ ଉମାଶଙ୍କରକୁ ଗିରଫ କରିଛି । ଏନେଇ କେହି କୌଣସି ପ୍ରକାର ମତାମତ ଦେଇନାହାନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)