Special story
ମହଙ୍ଗା ପଡିଲା ନାଗକୁ ନିର୍ଯାତନା । ବନ୍ଧା ହେଲା ସାପଧରାଳୀ । ଗିରଫ ସାପଧରାଳୀ ହେଲେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ବିଲେଇସର୍ଡା ଗାଁର ବୀରଳା ବିଶ୍ୱାଳ । ଗତକାଲି ବୀର ଏକ ନାଗ ସାପକୁ ଧରି ତାର ଦାନ୍ତକୁ ନେଲ କଟରରେ ଓପାଡି ଦେଉଥିବା ଭିଡିଓ ଭାଇରାଲ ହୋଇଥିଲା । ଏନେଇ ଓଟିଭିରେ ଖବର ପ୍ରସାରଣ ହେବା ପରେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା ।
ଗତକାଲି ବିଲମ୍ୱିତ ରାତିରେ ବୀରଳାଙ୍କୁ ଧରିବାରେ ସଫଳ ହୋଇଥିଲା ବନ ବିଭାଗ । ପୁଇଁନ୍ତଳାର ବିଭିନ୍ନ ଜାଗାରେ ଚଢଉ କରି ବୀରଳାକୁ ଗିରଫ କରିଛି ବନ ବିଭାଗ । ଗିରଫ ବୀରଳା ବିଶ୍ୱାଳଙ୍କୁ ପଚରା ଉଚରା କରାଯାଉଛି ।
ସେପଟେ ସାପର ମୁଣ୍ଡରେ କଣ୍ଟା ଲାଗି ଯାଇଥିବାରୁ ନେଲକଟରରେ କଣ୍ଟା କାଢୁଥିବା ନେଇ ସଫେଇ ଦେଇଛି ଗିରଫ ବୀରଳା ତେବେ ଏନେଇ ବନବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ । କିନ୍ତୁ ଅଭିଯୁକ୍ତ ଅଭ୍ୟାସଗତ ଭାବେ ମଦ ପିଇ ସାପ ମାନଙ୍କୁ ଧରି ଏମିତି ନିର୍ଯାତନା ଦିଏ ବୋଲି ସୂଚନା ମିଳିଛି । ଏଥର କିନ୍ତୁ ବୀର ବିଶ୍ୱାଳର କାରନାମା କ୍ୟାମେରାରେ କଏଦ ହୋଇ ଭାଇରାଲ ହୋଇଥିଲା । ଆଉ ଶେଷରେ ବିଷଦାନ୍ତ ଭାଙ୍ଗି ଫଶିଗଲା ବୀର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)