Advertisment

ଏମିତି ବାପା କାହାକୁ ନମିଳୁ ! ୩ ବର୍ଷ ଯାଏ ଝିଅକୁ ଦୁଷ୍କର୍ମ କରୁଥିଲା ପିଶାଚ ବାପା ! ମା’ କରୁଥିଲେ ସପୋର୍ଟ...

୧୮ ବର୍ଷର ଝିଅକୁ ନିଜ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତା’ବି ପୁଣି ଥରେ କି ଦୁଇ ଥର ନୁହେଁ ବରଂ ଗତ ୩ ବର୍ଷ ଧରି ବ୍ୟକ୍ତି ଜଣକ ଅନେକ ଥର ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Man Arrested For Raping His Daughter In Gurugram

Man Allegedly Raped His Own Daughter In Last 3 Years

ସନ୍ତାନକୁ ସୁରକ୍ଷା ଦେବା ବଦଳରେ ପିଶାଚ ସାଜି ଇଜ୍ଜତ ଲୁଟିଲେ ନିଜ ବାପା। ୧୮ ବର୍ଷର ଝିଅକୁ ନିଜ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତା’ବି ପୁଣି ଥରେ କି ଦୁଇ ଥର ନୁହେଁ ବରଂ ଗତ ୩ ବର୍ଷ ଧରି ବ୍ୟକ୍ତି ଜଣକ ଅନେକ ଥର ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଯେବେବି ସେ ଏସମ୍ପର୍କରେ ମା’ଙ୍କୁ କହୁଥିଲେ, ସବୁଥର ବାପାଙ୍କୁ ହିଁ ମା’ ସପୋର୍ଟ କରୁଥିଲେ। ଶେଷରେ ଉପାୟଶୂନ୍ୟ ହୋଇ ଯୁବତୀ ଜଣକ ପୋଲିସ୍‌ରେ ଅଭିଯୋଗ କରିଥିଲା। ଅଭିଯୋଗ ଆଧାରରେ ପୋଲିସ୍‌ ଯୁବତୀଙ୍କ ବାପା-ମା’ଙ୍କୁ ଗିରଫ କରିଛି। ହରିୟାଣାର ରେୱାରିରେ ଏହି ଲଜ୍ଜାକର ଘଟଣା ଘଟିଛି। 

Advertisment

ଅଧିକ ପଢ଼ନ୍ତୁ: କୁକୁର ସହ ଦୁଷ୍କର୍ମ, ଭିଡିଓ ଭାଇରାଲ୍‌ ପରେ ବନ୍ଧା ହେଲେ...

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଗତ ୩ ବର୍ଷ ହେବ ନିଜ ବାପା ତାଙ୍କ ସହ ଦୁଷ୍କର୍ମ କରି ଆସୁଥିଲେ। ଏହାକୁ ବିରୋଧ କଲେ ହାତ, ଗୋଡ଼ କାଟି ଦେବା ସହ ଜୀବନରୁ ମାରି ଦେବାର ଧମକ ଦେଇ ଆସୁଥିଲେ ବାପା। ଘଟଣାକୁ ନେଇ ଯୁବତୀ ଜଣକ ତାଙ୍କ ମା’ଙ୍କୁ ମଧ୍ୟ କହିଥିଲେ। ହେଲେ ସମ୍ପୃକ୍ତ ମହିଳା ଝିଅକୁ ସହାୟତା କରିବା ବଦଳରେ ସ୍ୱାମୀଙ୍କୁ ସପୋର୍ଟ କରୁଥିଲେ। ଝିଅର ଅଭିଯୋଗ ଆଧାରରେ ପୋଲିସ୍‌ ଅଭିଯୁକ୍ତ ବାପା ଓ ମା’ଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। 

ସୂଚନାଥାଉ କି, ମଙ୍ଗଳବାର ଦିନ ଯୁବତୀଙ୍କ ଏକାଦଶ ଶ୍ରେଣୀର ପରୀକ୍ଷା ଥିଲା। ହେଲେ ପରୀକ୍ଷା ଦେବା ବଦଳରେ ସେ ସିଧା ଯାଇ ଥାନାରେ ପହଞ୍ଚିଥିଲେ। ପୋଲିସ୍‌ ମାମଲାକୁ ଗମ୍ଭୀରତାର ସହ ନେଇ ପ୍ରଥମେ ଯୁବତୀଙ୍କୁ ପରୀକ୍ଷା ଦେବାକୁ କହିଥିଲେ ଓ ପରେ ଘଟଣା ସମ୍ପର୍କରେ ବୁଝିଥିଲେ। ଏହାପରେ ଯୁବତୀଙ୍କ ମେଡିକାଲ୍‌ ଟେଷ୍ଟ୍‌ କରାଯାଇ ତାଙ୍କର ବୟାନ ରେକର୍ଡ କରାଯାଇଥିଲା।

Advertisment
Rape Case
Advertisment
Advertisment