/odishatv-khabar/media/post_attachments/uploadimage/library/16_9/16_9_0/s_1679546419.jpg)
Man Allegedly Kills His Wife Burying Body In 3 Pieces
ସ୍ତ୍ରୀକୁ ହତ୍ୟା ପରେ ଶବକୁ ୩ ଖଣ୍ଡ କଲା ଓ ମାଟି ତଳେ ଏସବୁକୁ ପୋତି ଦେଲା ଜହ୍ଲାଦ ସ୍ୱାମୀ। ଯାହାକୁ ଭରସା କରିଥିଲେ, ଦିନେ ସେ ହିଁ ଜୀବନ ନେଇଯିବ ବୋଲି ସେ ଜାଣିନଥିଲେ। କୋଲକାତାରେ ଏହି ଘଟଣା ଘଟିଛି। ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ମୃତଦେହ ଖଣ୍ଡ ଗୁଡ଼ିକ କୋଲକାତାର ବିଷ୍ଣୁପୁର ଥାନା ଅନ୍ତର୍ଗତ ଶାରଦା ଗାର୍ଡେନ ଅଞ୍ଚଳରୁ ଉଦ୍ଧାର କରାଯାଇଛି।
ଅଧିକ ପଢ଼ନ୍ତୁ: ଯୁବକଙ୍କୁ ୧୦୦ ଥର ଛୁରି ଭୁସି ହତ୍ୟା, ବୁଦା ତଳୁ ଉଦ୍ଧାର ହେଲା ମୃତଦେହ
ଅଭିଯୁକ୍ତ ଅଲିମ୍ ଶେଖ ନିଜ ପତ୍ନୀ ମମତାଜ ଶେଖଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଛି। ଏହାସହ ଉଦ୍ଧାର ହୋଇଥିବା ମୃତଦେହ ଖଣ୍ଡ ଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପୋଲିସ୍ ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ପତ୍ନୀଙ୍କୁ ଅଫିସରୁ ଆଣିବା ପାଇଁ ଅଲିମ୍ ବାଇକ୍ରେ ଯାଇଥିଲା। ହେଲେ ଘରକୁ ଏକୁଟିଆ ହିଁ ଫେରିଥିଲା। ପରିବାର ଲୋକ ପଚାରିବାରୁ କହିଥିଲା, କିଣାକିଣି କରିବା ପାଇଁ ମମତାଜ ସ୍ଥାନୀୟ ବଜାରରେ ଓହ୍ଲାଇ ପଡ଼ିଥିଲେ।
ହେଲେ ବିଳମ୍ବିତ ରାତି ଯାଏ ମମତାଜ ଘରକୁ ନଫେରିବାରୁ ପରିବାର ଲୋକ ବାରମ୍ବାର ଅଲିମ୍କୁ ପଚାରିଥିଲେ। ତଥାପି ସେ ଚୁପ୍ ଥିଲା। ଶେଷରେ ପରିବାର ସଦସ୍ୟ ଘଟଣା ସମ୍ପର୍କରେ ପୋଲିସ୍ରେ ଜଣାଇଥିଲେ। ପୋଲିସ୍ ପଚରାଉଚରା କରିବା ପରେ ଅଲିମ୍ ନିଜ ଅପରାଧ ସ୍ୱୀକାର କରିଥିଲା। ପୋଲିସ୍ ଅଲିମ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲା, ଯେଉଁଠାରେ ସେ ସ୍ତ୍ରୀର ହତ୍ୟା କରି ପୋତିଥିଲା।
ସୂଚନା ଅନୁସାରେ, ଅଲିମ୍ ପ୍ରଥମେ ସ୍ତ୍ରୀକୁ ଶୂନ୍ଶାନ୍ ସ୍ଥାନକୁ ନେଇ ଯାଇ ସେଠାରେ ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ସେ ଶବକୁ ୩ ଖଣ୍ଡ କରି ଏସବୁକୁ ପୋଖରୀ ନିକଟରେ ମାଟି ତଳେ ପୋତି ଦେଇଥିଲା। ହେଲେ କେଉଁ କାରଣ ପାଇଁ ସେ ଏଭଳି ଜଘନ୍ୟ କାଣ୍ଡ ଘଟାଇଲେ ତାହାର ଖୁଲାସା ସେ କରିନାହିଁ। ଏସବୁ ପଛରେ ପରକୀୟା ପ୍ରୀତି ଥିବା ପୋଲିସ୍ ସନ୍ଦେହ କରୁଛି। ଏନେଇ ପୋଲିସ୍ ତଦନ୍ତ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)