• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିହାରର ସୀତାମଢ଼ି ଠାରେ ଏଭଳି ଏକ ଛାତିଥରା ଘଟଣା ଘଟିଛି । ଜଣେ ୨୦ ବର୍ଷୀୟ ଯୁବକଙ୍କୁ ୧୦୦ ଥର ଛୁରି ଭୁସି ହତ୍ୟା କରାଯାଇଛି । କେହି ଜଣେ ଦୁର୍ବୃତ୍ତ ଏପରି କାଣ୍ଡ ଘଟାଇ ଯୁବକଙ୍କ ଶରୀରକୁ ଏକ ବୁଦା ଭିତ‌ରେ ଫିଙ୍ଗି ଦେଇ ଚାଲିଯାଇଥିଲା । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍‌ । ମୃତଦେହକୁ ଠାବ କରିବା ପରେ ଏବେ ତଦନ୍ତ ଆରମ୍ଭ କରିଛି ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ଛି ମୃତକଙ୍କ ନାମ ହେଲା ଚିଣ୍ଟୁ । ତାଙ୍କ ମୁହଁ ଓ ଗୋଡ଼ ଶରୀରର ଅନ୍ୟାନ୍ୟ ଅଙ୍ଗକୁ ଏକ ଛୁରିରେ ପ୍ରାୟ ୧୦୦ ଥର ଆକ୍ରମଣ କରାଯାଇଛି । ପୁରା ଶରୀରରକୁ କେବଳ କଟା ଦାଗ ଦେଖିବାକୁ ମିଳିଛି ।

ପୋଲିସ ସୂଚନା ଅନୁସାରେ  ଚିଣ୍ଟୁ ମଙ୍ଗଳବାର ତାଙ୍କ ଘରେ ଥିଲେ, ହେଲେ ହଠାତ୍ ସେ ଘରୁ ନିଖୋଜ ହୋଇଯାଇଥିଲେ । ଘର ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ଏହା ପରେ ସ୍ଥାନୀୟ ଲୋକ ବୁଧବାର ଦିନ ଏକ ବୁଦା ମୂଳରୁ ତାଙ୍କ ମୃତଦେହ ଠାବ କରିଥିଲେ । ହତ୍ୟାକାଣ୍ଡ ସଂପର୍କରେ ଜାଣିବା ପରେ ଚିଣ୍ଟୁଙ୍କ ଭାଇ ପଡ଼ୋଶୀ ରାମା ମହତୋ ମୁଖ୍ୟ ଅଭିଯୁକ୍ତ ବୋଲି ଅଭିଯୋଗ କରିଛନ୍ତି ।

୮, ମାର୍ଚ୍ଚ ୨୦୨୩ରେ ଚିଣ୍ଟୁ ଓ ରାମ ମହତୋଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ମୃତକଙ୍କ ଭାଇ ପୋଲିସକୁ କହିଛନ୍ତି, ଚିଣ୍ଟୁ ମାତ୍ର ଏକ ମାସ ପୂର୍ବରୁ ବିବାହ କରିଥିଲେ । ସେ ଏକ କବାଡ଼ି ଦୋକାନରେ କାମ କରୁଥିଲେ । ହତ୍ୟା ପରେ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି ।

ଚିଣ୍ଟୁଙ୍କ ମୃତଦେହ ପାଇବା ପରେ ସ୍ଥାନୀୟ ଲୋକ ରାସ୍ତାରୋକୋ କରିଛନ୍ତି । ମୃତ ଭାଇଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛି ପୋଲିସ୍‌ ।