• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକ: ମମିତା ହତ୍ୟା ମାମଲାରେ ନୁଆ ଟ୍ୱିଷ୍ଟ । ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମିତାଙ୍କ ପରିବାର ସଦସ୍ୟ । ନିର୍ଦ୍ଦିଷ୍ଟ ସମୟ ଭିତରେ ତଦନ୍ତ ଶେଷ କରିବାକୁ ଆବେଦନ । ଗୃହ ସଚିବ, ଡିଜିପି, ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ପକ୍ଷଭୁକ୍ତ ପାଇଁ ଆବେଦନ । ସିନ୍ଧେକେଲା IICଙ୍କୁ ମଧ୍ୟ ପକ୍ଷଭୁକ୍ତ କରିବାକୁ ଆବେଦନ କଲେ ମମିତାଙ୍କ ପରିବାର ଲୋକ ।

ଅନ୍ୟପକ୍ଷରେ ଏହି ମାମଲା ନେଇ ଏବେ ସାରା ରାଜ୍ୟରେ ନିଆଁ ଜଳୁଛି । ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ଥିବା ଅଭିଯୋଗ ଆଣି ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ବ୍ୟାପି ଆନ୍ଦୋଳନ ଚଳାଇଛନ୍ତି । ଏମିତିକି ମମିତାଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ମଧ୍ୟ ଦିଆଯାଇଥିଲା । 

ମହାଲିଙ୍ଗ ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଗୋବିନ୍ଦ ସାହୁଙ୍କ ପ୍ରେମ କାହାଣୀ ଜାଣିଥିଲେ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର । ସେଥିପାଇଁ ତାଙ୍କୁ ଅନେକ ସମୟରେ ଧମକଚମକ ଦେଉଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଗୋବିନ୍ଦ ଅଡୁଆରେ ପଡ଼ିଯାଇଥିଲେ । ଆଉ ତା’ ପରେ ମମିତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ।

ସେପଟେ ପୂର୍ବରୁ ମମିତା ନିଖୋଜ ଘଟଣାରେ ଗୋବିନ୍ଦଙ୍କ ହାତ ଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଗୋବିନ୍ଦକୁ ଥାନାକୁ ଆଣି ଜେରା କରିଥିଲା । ମାତ୍ର ଗୋବିନ୍ଦ ବାରାକରୁ ଚମ୍ପଟ ମାରିଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ପରେ ବଲାଙ୍ଗିର ଏସ୍‌ପି ପୁରସ୍କାର ଘୋଷଣା କରିଥିଲେ । ପୁରସ୍କାର ଘୋଷଣା ହେବାର ପ୍ରାୟ ଘଣ୍ଟାଏ ପରେ ଅଭିଯୁକ୍ତ ଗୋବିନ୍ଦକୁ ପୋଲିସ ଆଖୁ କିଆରିରୁ ଗିରଫ କରିଥିଲା । ମମିତା ହତ୍ୟା ନେଇ ଗୋବିନ୍ଦ ସ୍ୱୀକାର କରିଥିବା ପୋଲିସ କହିଛି । ବର୍ତ୍ତମାନ ସୁଦ୍ଧା ମମିତା ହତ୍ୟା ମାମଲାରେ ପୋଲିସ ଗୋବିନ୍ଦ ଓ ତା’ ସହଯୋଗୀ ରାଧେକୁ ଗିରଫ କରି କୋର୍ଟ ଚାଲାଣ କରିଛି ।