Advertisment

ମୋବାଇଲ ବ୍ୟବହାର କରୁଥିଲା କିନ୍ତୁ ସିମକାର୍ଡ଼ ନିଜ ନାଁରେ ରଖିନଥିଲା ଗୋବିନ୍ଦ

ଯେତେ ଖୋଳିଲେ ସେତେ ବାହାରୁଛି। ମମିତା ମେହେର ହତ୍ୟା ଘଟଣାରେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ତଥ୍ୟ ସାମ୍ନାକୁ ଆସୁଛି

author-image
Sarbeswar
ଅଦ୍ୟତନ ହୋଇଛି
Gobinda Sahoo

Gobinda Sahoo

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାରେ ଦିନକୁ ଦିନ ଖୋଲୁଛି ନୂଆ ନୂଆ ତଥ୍ୟ। ଅଭିଯୁକ୍ତ ଗୋବିନ୍ଦ ସାହୁକୁ ନେଇ ଆସିଛି ନୂଆ ଖୁଲାସା। ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ବ୍ୟବହାର କରୁଥିଲା ୬ଟି ମୋବାଇଲ ଫୋନ୍ । ଏବଂ ଚାଂଚଲ୍ୟକର କଥା ହେଉଛି, ଏହି ସମସ୍ତ ମୋବାଇଲ ଫୋନରେ ବ୍ୟବହାର ହେଉଥିବା ସିମକାର୍ଡ ଗୋବିନ୍ଦ ସାହୁ ନାଁରେ ନଥିଲା। ମୋବାଇଲ ସିମକାର୍ଡ କିଛି ଗ୍ରାମବାସୀ ଏବଂ କର୍ମଚାରୀଙ୍କ ନାଁରେ ଥିଲା।

Advertisment

ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ସାକ୍ଷୀଙ୍କ ବୟାନ ରେକର୍ଡ କରିଛି ପୋଲିସ । ଗତ ୯ ତାରିଖରେ ୩ ଜଣଙ୍କ ବୟାନ ରେକର୍ଡ କରିଥିବାବେଳେ ପୂର୍ବରୁ ୩ ଜଣଙ୍କ ବୟାନ ରେକର୍ଡ କରିଛି ପୋଲିସ। ଏବଂ ଗତକାଲି ୪ ଜଣଙ୍କ ବୟାନ ରେକର୍ଡ କରିଛି । ପୋଲିସ ପଚରାଉଚରା କରିଥିବା ୧୦ ସାକ୍ଷୀଙ୍କ ମଧ୍ୟରେ ରହିଛନ୍ତି ପଶ୍ଚିମବଂଗର ଦୁଇ ବ୍ୟକ୍ତି । ତେବେ କିଏ ଏହି ଦୁଇ ବଙ୍ଗାଳି ବ୍ୟକ୍ତି ?

ଦୁଇ ବ୍ୟକ୍ତିଙ୍କ ମମିତା ମେହେର ହତ୍ୟାକାଣ୍ଡ ସହ କଣ ରହିଛି ସମ୍ପର୍କ? ଏମାନଙ୍କ ପାଖରୁ କଣ ତଥ୍ୟ ପାଇଛି ପୋଲିସ? ବୟାନ ରେକର୍ଡ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ କଲେଜର କିଛି କର୍ମଚାରୀ ଏବଂ ଛାତ୍ର ଥିବା ସୂଚନା ମିଳିଛି। ଗୋବିନ୍ଦଙ୍କ କିଛି କର୍ମଚାରୀଙ୍କ ମଧ୍ୟ ବୟାନ ରେକର୍ଡ କରାଯାଇଥିବା ଜଣାପଡିଛି। ଗୋବିନ୍ଦ ସାହୁ ବ୍ୟବହାର କରୁଥିବା ସିମକାର୍ଡ଼ ଯାହା ନାଁରେ ରହିଛି ସେମାନଙ୍କୁ ପୋଲିସ ଆଣି ପଚରାଉଚରା କରିଥିବା ଜଣାପଡିଛି।

Advertisment

ତଦନ୍ତରେ ମହାଲିଙ୍ଗ କଲେଜର ରୁମ୍ ନମ୍ବର ୨୦କୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ। ଏହି ରୁମ୍ ନମ୍ବର ୨୦ରୁ ପୋଲିସ ହାତରେ ଲାଗିଛି କି କିଛି ପ୍ରମାଣ? ଯାହାକୁ ନେଇ ତନାଘନା ଚଳାଇଛି ପୋଲିସ । ତେବେ ହତ୍ୟାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ଏ ନେଇ ବଲାଙ୍ଗିର ପୋଲିସ କିଛି ସ୍ପଷ୍ଟ କରିନାହିଁ। ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ତଦନ୍ତର ଅଗ୍ରଗତି ନେଇ ଗତକାଲି ପ୍ରେସମିଟ୍ କରି ସୂଚନା ଦେଇଥିଲେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର।

Odisha Police Accused Gobinda Sahu Mamita Murder Case
Advertisment
Advertisment