Advertisment

‘ଗୋବିନ୍ଦକୁ ଫାଶି ଦିଆଯାଉ’

ମହିଳା କମିଶନ ଅଧ୍ୟକ୍ଷା ବଲାଙ୍ଗିର ତୁରେକେଲା ଝରଣୀ ଗାଁକୁ ଯାଇ ମମିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ଘଟଣା ପାଇଁ ଦୁଃଖ ପ୍ରକାଶ ଓ ସମବେଦନା ଜଣାଇଥିଲେ ମହିଳା କମିଶନ ଅଧ୍ୟକ୍ଷା। ତେବେ ଦୋଷୀ ଯେପରି କଠୋର ଦଣ୍ଡ ପାଇବ ସେ ବିଷୟରେ କଥା ହୋଇଥିଲେ।

author-image
Rajalaxmi Sahoo
Mamita Meher Father

Mamita Meher Father

ବଲାଙ୍ଗିର: ମହାଲିଙ୍ଗ ଷ୍ଟାଡିୟମରେ ପହଞ୍ଚି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ତଦନ୍ତ କରିଛନ୍ତି। ଯେଉଁ ସ୍ଥାନରେ ଅଭିଯୁକ୍ତ ଗୋବିନ୍ଦ ସାହୁ ମମିତାଙ୍କୁ ହତ୍ୟା କରି ପୋତିଥିଲା, ସେହି ସ୍ଥାନରେ ପହଞ୍ଚି ମହିଳା କମିଶନ ଅଧ୍ୟକ୍ଷା ତଦନ୍ତ କରିଛନ୍ତି। ଏହାସହ ସେ କେଗାଁ ଥାନାରେ ପହଞ୍ଚି ପୋଲିସ ସହ ଆଲୋଚନା ମଧ୍ୟ କରିଛନ୍ତି। ମମିତା ମେହରଙ୍କ ବାପାମାଆ ଦେଇଥିବା ଅଭିଯୋଗ ଓ ପୋଲିସର ପଦକ୍ଷେପ ନେଇ ମହିଳା କମିଶନ ଅଧ୍ୟକ୍ଷା ଆଲୋଚନା କରିଛନ୍ତି।  

Advertisment

ଏହା ପୂର୍ବରୁ ମହିଳା କମିଶନ ଅଧ୍ୟକ୍ଷା ବଲାଙ୍ଗିର ତୁରେକେଲା ଝରଣୀ ଗାଁକୁ ଯାଇ ମମିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ଘଟଣା ପାଇଁ ଦୁଃଖ ପ୍ରକାଶ ଓ ସମବେଦନା ଜଣାଇଥିଲେ ମହିଳା କମିଶନ ଅଧ୍ୟକ୍ଷା। ତେବେ ଦୋଷୀ ଯେପରି କଠୋର ଦଣ୍ଡ ପାଇବ ସେ ବିଷୟରେ କଥା ହୋଇଥିଲେ। ଉଭୟଙ୍କ ମଧ୍ୟରେ ଆଲୋଚନା ବେଳେ ମମିତାଙ୍କ ବାପା ଦୋଷୀକୁ ଫାଶି ଦଣ୍ଡ ଦେବାକୁ ଦାବି କରିଥିଲେ।

Advertisment

ମମିତାଙ୍କ ବାପା କହିଛନ୍ତି, ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଫାଶି ଦଣ୍ଡ ଦିଆଯାଉ। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶି ଦେବାକୁ ଦାବି କରୁଛୁ। ଏକମାତ୍ର ରୋଜଗାରିଆ ଝିଅର ମୃତ୍ୟୁ ପରେ ଭାଙ୍ଗି ପଡ଼ିଛୁ। ଘରର ଆର୍ଥିକ ଅବସ୍ଥା ଦୋହଲି ଯାଇଛି। ପୁଅକୁ ଚାକିରି ଦିଆଯାଉ।’

ସେପଟେ ମହାଲିଙ୍ଗ କଲେଜର ଲେଡିଜ ହଷ୍ଟେଲର ରୁମ୍ ନମ୍ବର ୨୦କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଯୁକ୍ତ ୩ର ଲେଡିଜ୍ ହଷ୍ଟେଲର ଏହି ରୁମ୍‌ ନଂ ୨୦ରେ ଏକ ଭିନ୍ନ ତାଲା ପଡ଼ିଛି। ହଷ୍ଟେଲର ଅନ୍ୟ ସବୁ ରୁମ୍‌ରେ ଗୋଟିଏ ପ୍ରକାର ତାଲା ପଡ଼ିଥିବାବେଳେ ୨୦ ନମ୍ବର ରୁମ୍‌ରେ ଏକ ଅଲଗା ତାଲା ପଡ଼ିଛି।

Govind Sahu Mamita Meher Mamita Murder Case Mamita Meher Murder Case
Advertisment
Advertisment