Advertisment

କେତେ ବାଟ ଗଲା ମମିତା ମେହେର ହତ୍ୟା ମାମଲାର ତଦନ୍ତ?

ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମନ୍ତ୍ରୀଙ୍କ ସଂପୃକ୍ତି ନେଇ ପୀଡ଼ିତାଙ୍କ ବାପା ବି ଅଭିଯୋଗ କରିଛନ୍ତି। ତେଣୁ ମନ୍ତ୍ରୀଙ୍କ ସହ ଡିଆଇଜି, ବଲାଙ୍ଗିର ଏସପିଙ୍କୁ  ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ପରିଷଦ ନିବେଦନ କରିଛି।

author-image
Chandan Shishu
Mamita Murder Case

Mamita Murder Case

ଭୁବନେଶ୍ୱର: କେତେବାଟ ଗଲା ମମିତା ହତ୍ୟା ମାମଲାର ତଦନ୍ତ ? କାହା ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ? କେଉଁ କେଉଁ ଅଭିଯୋଗ ଏବଂ ପ୍ରମାଣ ହାତେଇଛି ବଲାଙ୍ଗିର ପୋଲିସ ? ବିସ୍ତୁତ ତଥ୍ୟ ଜାଣିବାକୁ ଚାହିଁଛନ୍ତି ହାଇକୋର୍ଟ। ରାଜ୍ୟ ସରକାରଙ୍କୁ ମାଗିଛନ୍ତି ଷ୍ଟାଟସ୍ ରିପୋର୍ଟ। କାରଣ ମମିତା ହତ୍ୟା ମାମଲାକୁ ମାସେ ବିତିଗଲାଣି। ତଥାପି ସରିନି ତଦନ୍ତ ପ୍ରକ୍ରିୟା। ତାହାରି ଭିତରେ କମ୍ପୁଛି ରାଜନୈତିକ ମୈଦାନ। ଆଉ ଏହାକୁ ନେଇ ମମିତାଙ୍କ ପରିବାର ଲୋକେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଲମ୍ବା ସମୟ ଧରି ତଦନ୍ତ ଜାରି ରହିିବା ଦ୍ୱାରା ପରିବାର ଲୋକେ ମାନସିକ ଚାପରେ ଥିବା ଦର୍ଶାଇଥିଲେ।

Advertisment

ତାସହ ତ୍ୱରିତ ଶୁଣାଣି ଓ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ପାଇଁ ହାଇକୋର୍ଟରେ ଅପିଲ କରିବା ସହ ଗୃହ ସଚିବ, ଡିଜିପି, ବଲାଙ୍ଗିର ଜିଲ୍ଲାପାଳ, ଏସ୍ପି ଏବଂ ସିନ୍ଧେକେଲା IICଙ୍କୁ ପକ୍ଷଭୁକ୍ତ ପାଇଁ ଆବେଦନ କରିଥିଲେ। ଏହାକୁ ଗ୍ରହଣ କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ତଦନ୍ତର ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି। ଆସନ୍ତା ଡିସେମ୍ବର ୩ରେ ଏହାର ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି। 

ମମିତା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ସହଯୋଗୀ ରାଧେର ଗିରଫଦାରୀ ପରଠୁ ଆଉ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ  ହୋଇନି।ପୋଲିିସର କହିବା କଥା, 164 CRPCରେ ୧୦ ଓ 161 CRPCରେ ୧୦୦ଜଣ ସାକ୍ଷୀଙ୍କ ବୟାନ୍ ରେକର୍ଡ କରାଯାଇଛି। ଗୋବିନ୍ଦ ବ୍ୟବହାର କରିଥିବା ପ୍ରାୟ ୬ଟି ମୋବାଇଲ୍ ପାଇଁ ଯେଉଁମାନଙ୍କ ନାଁରେ ସିମକାର୍ଡ କିଣାଯାଇଥିଲା ସେମାନଙ୍କର ବି 164 ବୟାନ୍ ରେକର୍ଡ ହୋଇଛି। ତେବେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସହ ଗୋବିନ୍ଦର ଲିଙ୍କକୁ ନେଇ କିନ୍ତୁ କମ୍ପୁଛି ରାଜନୈତିକ ମୈଦାନ।

Advertisment

ଅଣ୍ଡାମାଡ଼ଠୁ ଆରମ୍ଭ କରି ବିକ୍ଷୋଭ, ନାରାବାଜି, ହୋହଲ୍ଲା ଜାରି ରହିଛି। ଏ ହେଉଛି ଆଜିର ଦୃଶ୍ୟ। କେନ୍ଦୁଝର କାଶୀପୁରରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ କାରକେଡକୁ ଅଣ୍ଡାମାଡ଼ କରିଛି ବିଜେପି ଯୁବମୋର୍ଚ୍ଚା। ତାସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ତଦନ୍ତ ପରିସରଭୁକ୍ତ ଓ ଗିରଫ ଦାବିରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ଆଜି ବି ଦସ୍ତଖତ ଅଭିଯାନ କରିଛି।ା ତେବେ ରାଜ୍ୟବ୍ୟାପୀ ବିରୋଧୀଙ୍କ ଏଭଳି ଆଭିମୁଖ୍ୟକୁ କିନ୍ତୁ ରାଜ୍ୟ ସରକାର ଭୃକ୍ଷେପ କରୁନଥିବାବେଳେ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ ପାଇଁ ହାଇକୋର୍ଟରେ ଆବେଦନ କରିଛି ଭାରତୀୟ ବିକାଶ ପରିଷଦ।

ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମନ୍ତ୍ରୀଙ୍କ ସଂପୃକ୍ତି ନେଇ ପୀଡ଼ିତାଙ୍କ ବାପା ବି ଅଭିଯୋଗ କରିଛନ୍ତି। ତେଣୁ ମନ୍ତ୍ରୀଙ୍କ ସହ ଡିଆଇଜି, ବଲାଙ୍ଗିର ଏସପିଙ୍କୁ  ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ପରିଷଦ ନିବେଦନ କରିଛି।  ଗୋଟିଏ ପଟେ ହାଇକୋର୍ଟ ଯାଏଁ ପହଞ୍ଚିଲାଣି ମାମଲା, ଆରପଟେ ନିଜେ ନିଜକୁ କ୍ଲିନଚିଟ୍ ଦେଉଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର। ବିଜେଡି ବି କହୁଛି ଆଇନ ତାବାଟରେ ଯିବ। ଏସବୁ ଭିତରେ ହାଇକୋର୍ଟଙ୍କ ଡିସେମ୍ବର ୩ ଶୁଣାଣିକୁ ଏବେ ଅପେକ୍ଷା।

ରିପୋର୍ଟ: ପ୍ରଣୟ ପାଣି, ଗୌତମ ପଣ୍ଡା ଏବଂ ସୌମ୍ୟରଂଜନ ସାହୁ

Bolangir High Court Mamita Murder Case
Advertisment
Advertisment