• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ବଲାଙ୍ଗିରର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ କେବଳ ଗୋବିନ୍ଦ ଓ ରାଧେଙ୍କ ସମ୍ପୃକ୍ତି ଥିଲା।  ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏଭଳି ଉତ୍ତର ରଖିଛନ୍ତି।

ବିଧିବଦ୍ଧ ଭାବେ ତଦନ୍ତ ପ୍ରକ୍ରିୟା ଓ ପର୍ଯ୍ୟାପ୍ତ ତଥ୍ୟ ପ୍ରମାଣ ଭିତ୍ତିକରି ତଦନ୍ତ ସରିଛି। କେବଳ ମାମଲାରେ ଗୋବିନ୍ଦ ଓ ରାଧେଶ୍ୟାମର ସମ୍ପୃକ୍ତି ଥିଲା। ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତ ନଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ଏମାନଙ୍କ ନାଁରେ ତଦନ୍ତ ପରେ ଚାର୍ଜସିଟ୍ ଦାଖଲ ହୋଇଛି। 

ଗୋବିନ୍ଦ ଓ ରାଧେ ଉଭୟ ଏବେ ବିଚାରାଧୀନ ବନ୍ଦୀ ଭାବେ କଣ୍ଟାବାଞ୍ଜି ଜେଲ୍‌ରେ ଅଛନ୍ତି। ମମିତା ମେହର ହତ୍ୟା ମାମଲାରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଭିଯୋଗ କରିଥିଲେ ବିରୋଧୀ। ଏହାକୁ ନେଇ ସାରା ରାଜ୍ୟରେ ସେତେବେଳେ ତମ୍ବିତୋଫାନ ହୋଇଥିଲା।