Advertisment

ବନୀକରଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା !

ପାଟଣାଗଡ଼ରେ ସାମ୍ନାକୁ ଆସିଲା 'କାଂପା' କେଳେଙ୍କାରୀ !  'କାଂପା' ସ୍କାମ୍ ଅଭିଯୋଗରେ ଫରେଷ୍ଟର୍ ସସପେଣ୍ଡ୍ ।

author-image
Sujit kumar Swain
CAMPA Scheme

CAMPA Scheme

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ କାଂପା ଯୋଜନାରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟାପକ ଅନିୟମିତତା ଅଭିଯୋଗ। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଳା ପାଟଣାଗଡର ଜଂଗଲ ବିଭାଗରେ । ପାଟଣାଗଡ ରେଂଜରେ କାମ୍ପା ଯୋଜନାରେ କେଲେଙ୍କାରୀକୁ ନେଇ ଦିନକ ତଳେ ଖୋଲତାଡ଼ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ । ସେ ନିଜେ ବନବିଭାଗ ଅଧିକାରୀଙ୍କ ସହିତ ବଣଜଂଗଲ ବୁଲିବା ସହ ଅଫିସରେ ଦଲିଲ ଦେଖିବା ପରେ, ରାତିଅଧିଆ ଫାଇଲ ଆଣିଥିଲା ଭିଜିଲାନସ । ପ୍ରାଥମିକ ତଦନ୍ତ ପରେ ଫରେଷ୍ଟର ନିଲମ୍ବିତ ହୋଇଛନ୍ତି।

Advertisment

ବନୀକରଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା ! ପାଟଣାଗଡ଼ରେ ସାମ୍ନାକୁ ଆସିଲା 'କାଂପା' କେଳେଙ୍କାରୀ !  'କାଂପା' ସ୍କାମ୍ ଅଭିଯୋଗରେ ଫରେଷ୍ଟର୍ ସସପେଣ୍ଡ୍ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରେଞ୍ଜର ଲରମ୍ଭା ସେକ୍ସନ। ଷ୍ଟେଟ୍‌କଂପେନସେଟୋରି ଏଫୋରେଷ୍ଟେନ୍ ଫଣ୍ଡ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ପ୍ଲାନିଂ ଅଥରିଟି ବା କାମ୍ପା ଯୋଜନାରେ  ବୃକ୍ଷରୋପଣ ହେବା କଥା । ଅଭିଯୋଗ ଅନୁସାରେ, ହେକ୍ଟର ପିଛା ହଜାରେ ଗଛ, ଅର୍ଥାତ୍ ୨୦ ହେକ୍ଟର ଜାଗାରେ ୨୦ ହଜାର ଗଛ ଲଗାଇବା ପାଇଁ ୧୧ ଲକ୍ଷ ଟଙ୍କା ଉଠାଇଛି ବନବିଭାଗ। ହେଲେ ବାସ୍ତବ ଚିତ୍ର କିନ୍ତୁ ଖୁବ୍ ଉଦବେଗଜନକ । ମାତ୍ର ହଜାରେ ପାଖାପାଖି ଗଛ ଲଗାଇ ୨୦ ହଜାର ଗଛ ଲାଗିଥିବା ଦର୍ଶାଯାଇଛି କାଗଜପତ୍ରରେ ।

ଏହି ଅଭିଯୋଗ ପାଇବା ପରେ, ବନବିଭାଗ କର୍ମଚାରୀ ଓ ଅଧିକାରୀଙ୍କୁ ଧରି ଗ୍ରାଉଣ୍ଡ୍ ଜିରୋରେ ପହଞ୍ଚିଥିଲେ ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କେ.ଭି. ସିଂଦେଓ। ଛୁଟି ଦିନରେ ବି, ଡିଏଫଓ ଏବଂ ରେଞ୍ଜରଙ୍କୁ ଧରି ବଣଜଙ୍ଗଲ ବୁଲିଥିଲେ ଏବଂ ବାସ୍ତବ ଚିତ୍ର ଦେଖି ସେମାନଙ୍କୁ ଜୋରଦାର ତାଗିଦ କରିଥିଲେ । ବନବିଭାଗ କର୍ମଚାରୀ ଚଳିତବର୍ଷ ବୃକ୍ଷରୋପଣ ପାଇଁ ଟଙ୍କା ଉଠାଇଥିଲେ ବି, ତାକୁ ନଦେଖାଇ ଏଣେ ତେଣେ ବୁଲାଇ ପୁରୁଣା ଗଛ ଗୁଡ଼ିକ ଦେଖାଉଛନ୍ତି ବୋଲି ଅଭିଯୋଗ କରିଥିଲେ କେଭି। ଉପମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଡିଏଫଓ ।

Advertisment

ଜଙ୍ଗଲ ଓ ଡଙ୍ଗର ତଦନ୍ତ କରିବା ପରେ, ଫାଇଲ ଯାଞ୍ଚ କରିବାକୁ ସିଧା ପାଟଣାଗଡ଼ ବନ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ। କାମ୍ପା ଯୋଜନାରେ ଉଠିଥିବା ୧୧ ଲକ୍ଷ ଟଙ୍କାର ଦଲିଲ ଦେଖାଇବାକୁ ତାଗିଦ କରିଥିଲେ। କିନ୍ତୁ ଖଣ୍ଡେ ଦି ଖଣ୍ଡ କାଗଜ ବ୍ୟତୀତ କୌଣସି ଦଲିଲ ଦେଖାପାରିନଥିଲେ ବନ ଅଧିକାରୀ। ଏହାପରେ ସେ ଭିଜିଲାନସକୁ ଖବର ଦେଲେ ଏବଂ ଅଧାରାତିରେ ବଲାଙ୍ଗିରରୁ ଭିଜିଲାନସ ଟିମ୍ ପାଟଣାଗଡ଼ ବନବିଭାଗ ଅଫିସ ଯାଇ ଫାଇଲ ଅଣ୍ଡାଳିଥିଲେ। କାମ୍ପା ଯୋଜନାରେ ସଂପୃକ୍ତ ସବୁ ଫାଇଲକୁ ଜବତ କରିବା ସହ ମାମଲାର ତଦନ୍ତ ଜାରି ରଖିଛି ଭିଜିଲାନସ। 

ସେପଟେ ଏହି ଘଟଣାରେ, ଦାୟିତ୍ବରେ ଥିବା ଫରେଷ୍ଟର ପ୍ରିୟବ୍ରତ ନାଏକଙ୍କୁ ନିଲମ୍ବନ କରାଯାଇଛି। ତାଙ୍କର ଅନ୍ୟତ୍ର ବଦଳି ହେବା ସତ୍ତ୍ବେ, ସରକାରୀ ନିର୍ଦ୍ଦେଶକୁ ଅମାନ୍ୟ କରି ସେ ପାଟଣାଗଡ଼ ଅଫିସ୍ ଛାଡୁନଥିଲେ ବୋଲି ଅଭିଯୋଗ ହୋଇଛି । ସେପଟେ ଡିଏଫଓ ଓ ରେଞ୍ଜରଙ୍କ ଭୂମିକା ବି ସନ୍ଦେହ ଘେରରେ ଥିବା କୁହାଯାଉଛି।

Scam
Advertisment
Advertisment