• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସାମାନ୍ୟ ବଚସାରୁ ଚାଲିଗଲା ଜୀବନ । ଘର ଆଗରେ ଜୋତା ରଖିବାକୁ ନେଇ ପ୍ରବଳ ପାଟିତୁଣ୍ଡ ହେବାପରେ ଛୁରୀ ଭୁସିଦେଲା ପଡ଼ୋଶୀ । ଗୁରୁତର ଅବସ୍ଥାରେ ବ୍ୟକ୍ତି ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ ବ୍ୟକ୍ତି ଜଣକ ଗତକାଲି ଜଣେ ପଡ଼ୋଶୀଙ୍କ ଘର ସାମ୍ନାରେ ଜୋତା ରଖିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ପରେ ପରେ ପଡ଼ୋଶୀ ଦମ୍ପତି ବ୍ୟକ୍ତି ଜଣକଙ୍କ ସହ ଖୁବ୍‌ ଜୋର୍‌ରେ ପାଟି କରିବା ସହ ଏକ ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ ବ୍ୟକ୍ତି ଜଣକ ଆହତ ହୋଇଥିଲେ ।

ମହାରାଷ୍ଟ୍ରର ଥାନେ ଥାନା ଅଧିନସ୍ଥ ନୟାନଗରରେ ଏଭଳି ଘଟଣା ଘଟିଛି । ଯେଉଁଠି ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଚପଲ ରଖିବାକୁ ନେଇ ବିବାଦ ଉପୁଜିବା ପରେ ଘଟଣା ଉଗ୍ରରୂପ ଧାରଣ କରିଛି । ଜଣେ ଆଉ ଜଣକ ଘର ସାମ୍ନାରେ ସ୍ଲିପର ରଖିବାକୁ ନେଇ ଗତକାଲି ରାତିରେ ଛୁରାମାଡ଼ ହୋଇଛି ।

ଏଥିରେ ଅଫସର୍ ଖର୍ତି ନାମକ ବ୍ୟକ୍ତିଙ୍କୁ ପଡ଼ୋଶୀ ଦମ୍ପତି ଆକ୍ରମଣ କରିଥିଲେ । ଛୁରୀ ମାଡ଼ରେ ଗୁରୁତର ଆହତ ହୋଇଥିବା ଅଫସର୍‌ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ମୃତ୍ୟୁ ହୋଇଛି ।

ଘଟଣାକୁ ନେଇ ଥାନେ ପୋଲିସ ବର୍ତ୍ତମାନ ତଦନ୍ତ ଚଳାଇଛି । ଅଭିଯୁକ୍ତଙ୍କୁ ଏନେଇ ଅଟକ ରଖିବା ସହ ପଚରାଉଚରା କରୁଛି । କାହିଁକି ଏପରି କାଣ୍ଡ ଘଟିଲା ସେନେଇ ତଦନ୍ତ ଜାରି ରହିଛି ।