• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବୟସ ମାତ୍ର ୧୭ ବର୍ଷ, ଚିନ୍ତାଧାରା କିନ୍ତୁ ୬୦ ବର୍ଷର । ମାତ୍ର ୧୭ ବର୍ଷ ବୟସରେ ଆତ୍ମହତ୍ୟା ତ କଲେ, ସେଥିରେ ଲେଖି ଦେଇଗଲେ ଏମିତି ଏକ ସୁଇସାଇଡ ନୋଟ୍, ଯାହା ଶୁଣିଲେ ଆପଣ ବି ହୋଇଯିବେ ତାଜୁବ୍ । କାହା ଜୀବନରେ କ’ଣ କେବେ ସବୁ ଇଚ୍ଛା ପୂରା ହୋଇପାରେ । ଆମେ ଶୁଣି ଆସିଛୁ ମଣିଷ ମନ ଅସରନ୍ତି ଆଶାର ଭଣ୍ତାର । ଯେତେ ପାଇଲେ ବି ଆହୁରି କିଛି ପାଇବାକୁ ଆଶା ରହିଥାଏ ।

କିନ୍ତୁ ଇଏ ଏମିତି ଏକ ପିଲା, ଯେ ନିଜ ସୁଇସାଇଡ ନୋଟରେ ଲେଖିଛନ୍ତି ଯେ ମୋ ଜୀବନକୁ ମୁଁ ପୂରା ଉପଭୋଗ କରିଛି । ମୋର ଆଉ କିଛି ବି ଆଶା ନାହିଁ । ଏଣୁ ମୁଁ ମରୁଛି । ଏମିତି ଏକ ଘଟଣା ମହାରାଷ୍ଟ୍ରରେ ଘଟିଯାଇଛି । ଛତ୍ରପତି ଶିବାଜୀନଗରରର ଡେପୁଟି କମିଶନର ଅଫ୍ ପୋଲିସ୍ ବା ଡିସିପିଙ୍କ ଏକମାତ୍ର ପୁଅ ଗତକାଲି ସକାଳେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।

ମୃତକଙ୍କ ନାମ ସାହିଲ୍ । ସେ ଆଇଆଇଟି ପାଇଁ ପ୍ରସ୍ତୁତି କରୁଥିଲେ । ତେବେ ସାହିଲ ନିଜ ବ୍ୟାଚରେ ମେଧାବୀ ଥିଲେ ବୋଲି ମଧ୍ୟ ଜଣା ପଡ଼ିଛି । ଶୁକ୍ରବାର ଦିନ ପରିବାର ଓ ସାଙ୍ଗମାନଙ୍କ ସହିତ ମିଶି ଦଶହରା ପାଳନ କରିବା ପରେ ସେ ରାତ୍ରୀ ଭୋଜନ କରିଥିଲେ । ପରେ ସେ କିଛି ଥଟ୍ଟାମଜା ମଧ୍ୟ କରିଥିବା ଜଣାପଡ଼ିଛି ।

ତେବେ ଏପରି ଚରମ ପଦକ୍ଷେପ ନେବା ପୂର୍ବରୁ ସାହିଲ୍ ନିଜ ଶୋଇବା ଘରର ଦର୍ପଣରେ ନିଜ ସୁଇସାଇଡ ନୋଟ୍ ଲେଖିଦେଇ ଯାଇଛନ୍ତି । ସେ ଲେଖିଛନ୍ତି, "ମୁଁ ଏହି ଜୀବନକୁ ପୂରାପୂରି ଉପଭୋଗ କରିସାରିଛି । ଏଣୁ ପୁଣି ନୂଆ ଆରମ୍ଭ କରିବାକୁ ଚାହୁଁଛି । ତେବେ ଏହା ମୋର ଶେଷ ନୁହେଁ ।" ଏଭଳି ଲେଖିବା ପରେ ସେ ଝୁଲି ପଡ଼ିଥିବା ପୋଲିସ ଅନୁମାନ କରୁଛି ।

ରବିବାର ସକାଳ ପ୍ରାୟ ସାଢ଼େ ଛଅଟା ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା । ଡିସିପି ନିଜ ପୁଅକୁ ଉଠାଇବାକୁ ଗଲା ବେଳେ ଏହି ଘଟଣା ବିଷୟରେ ଜାଣିଥିଲେ । ଭିତର ପଟୁ କବାଟ ବନ୍ଦ ଥିବା ବେଳେ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ । ଅନେକ ଥର ଠକ୍ ଠକ୍ କରିବା ପରେ ବି କୌଣସି ଉତ୍ତର ନପାଇବାରୁ ମନରେ ସନ୍ଦେହ ହୋଇଥିଲା ।

ପରେ ଝରକା ବାଟେ ସେ ନିଜ ପୁଅକୁ ଝୁଲୁଥିବାର ଦେଖିବାକୁ ପାଇଥିଲେ । ପରେ ସେ ପୋଲିସ ଓ ନିଜ ପରିବାରକୁ ଲୋକଙ୍କୁ ଜଣାଇଥିଲେ ଏବଂ ମୃତଦେହକୁ ମେଡିକାଲ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now