/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673354472.jpg)
Crime Against Women
ଅତ୍ୟନ୍ତ ହୃଦୟ ବିଦାରକ ଦୃଶ୍ୟ । ମହିଳାଙ୍କୁ ଘୋଷାଡ଼ି ଘୋଷାଡ଼ି ନେଉଛି ପୋଲିସ । ଭାଇରାଲ ହେଉଛି ଭିଡିଓ । କଥାରେ ଅଛି ବାଡ଼ ଯଦି ଫସଲ ଖାଏ ତେବେ କହିବା କାହାକୁ । ରକ୍ଷକ ଯଦି ଭକ୍ଷକ ସାଜିବ ତେବେ କହିବା କାହାକୁ । ଠିକ୍ ସେମିତି ଯେଉଁ ପୋଲିସ ଲୋକଙ୍କୁ ସୁରକ୍ଷା ଦେବା ବା ମହିଳାଙ୍କୁ ସୁରକ୍ଷା ପାଇଁ ନିୟୋଜିତ ସେହି ପୋଲିସ ଯଦି ନିଜେ ଅତ୍ୟାଚାର କରିବ ତେବେ କହିବା କାହାକୁ । ଗୁହାରୀ ଶୁଣିବ କିଏ ?
ଏମିତି କିଛି ହୃଦୟ ବିଦାରକ ଦୃଶ୍ୟ ତଥା ପୋଲିସର ନିଷ୍ଠୁର ପଣିଆ ସାମ୍ନାକୁ ଆସିଛି । ଜଣେ ବୟସ୍କ ମହିଳାଙ୍କୁ ମଧ୍ୟପ୍ରଦେଶ ପୋଲିସ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଉଛି । ଆଉ ପୋଲିସ ଗାଡ଼ିରେ ବସାଉଛି । ମହିଳା ଜଣକ ରକ୍ଷା କର ରକ୍ଷା କର ବୋଲି ଯେତେ ଚିତ୍କାର କରୁଥିଲେ ବି ପୋଲିସ ବାବୁ ଜଣଙ୍କ କିଛି ଶୁଣୁ ନାହାନ୍ତି । ମହିଳା କାକୁତି ମିନତି ହୋଇ ଛାଡ଼ିବାକୁ କହୁଥିଲେ ବି ପୋଲିସ ବାବୁ ନିଷ୍ଠୁରତାର ସହ ଲୋକଙ୍କ ସାମ୍ନାରେ ମହିଳାଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇ ଗାଡ଼ି ଭିତରେ ବସାଇଲେ ।
ତେବେ ଏହି ପୁରା ଘଟଣାର ଭିଡିଓ ଏବେ ନିଆଁ ଭଳି ଭାଇରାଲ ହେଉଛି । ସୋସିଆଲ ମିଡିଆରେ ଏହି ଭିଡିଓକୁ ଡାଉନ୍ଲୋଡ୍ ଅନେକ ୟୁଜର ନିଜ ନିଜ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଆଉ ମଧ୍ୟପ୍ରଦେଶ ପୋଲିସର ଏଭଳି କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି । ଏହି ଘଟଣା ମଧ୍ୟପ୍ରଦେଶର ମୋରେନ୍ ଜିଲ୍ଲାରେ ଘଟିଛି । ଏହି ସମୟରେ କୌଣସି ମହିଳା ପୋଲିସ ମଧ୍ୟ ସେଠାରେ ଉପସ୍ଥିତ ନଥିଲେ ।
ଜଣେ ବ୍ୟକ୍ତି ପୋଲିସର ଏଭଳି କାର୍ଯ୍ୟକୁ ବିରୋଧ କରିବା ସହ ମୋବାଇଲ ସାହାଯ୍ୟରେ ପୁରା ଘଟଣାର ଭିଡିଓ ଉତ୍ତୋଳନ କରିଛନ୍ତି । ଆହୁରି ଆଶ୍ଚର୍ଯ୍ୟକର କଥା ହେଲା ଏହି ଘଟଣାର ଭିଡିଓ ରେକର୍ଡ କରାଯାଉଥିବା ଜାଣିବା ପରେ ମଧ୍ୟ ପୋଲିସ ବାବୁଙ୍କ ଟିକେ ବି ଡର ଭୟ ନଥିଲା । କିମ୍ବା ବର୍ତ୍ତମାନର ମିଡିଆ ଓ ପ୍ରଶାସନକୁ ଖାତିର ନଥିଲା ।
एमपी पुलिस का अमानवीय चेहरा…
मोरेना जिले में बुजुर्ग महिला को घसीटकर ले गए गाड़ी में। महिला पुलिस भी नहीं थी साथ।@mohdept@DGP_MP@ChouhanShivraj@NCIBMPpic.twitter.com/Cd9FgYpiyQ— NCIB Headquarters (@NCIBHQ) January 10, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)