/odishatv-khabar/media/post_attachments/uploadimage/library/16_9/16_9_0/Crime_1711950287.jpg)
Crime
ନର ରାକ୍ଷସର ବର୍ବର କାଣ୍ତ । ପ୍ରଥମେ ନିଜ ପତ୍ନୀକୁ ମାରିଲା । ଏତିକିରେ ମନ ଶାନ୍ତି ହେଲାନି ଯେ, ପରେ ହତ୍ୟାକାଣ୍ତ ଦେଖିଥିବା ଦୁଇ ଛୁଆଙ୍କୁ ମଧ୍ୟ ମାରିଦେଲା । ଏପରି କାର୍ଯ୍ୟ କରିବା ପରେ ମୃତଦେହ ସହ ୩ ରାତି ମଧ୍ୟ ବିତାଇଥିଲା । ଏପରି ଅତି ଭୟଙ୍କର ତଥା ଅମାନୁଷିକ ଘଟଣା ଘଟିଛି ଲକ୍ଷ୍ନୌରେ ।
ଗତ ରବିବାରରେ ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତି ନିଜ ପତ୍ନୀ ଏବଂ ଦୁଇ ପିଲାଙ୍କୁ ହତ୍ୟା କରିଛି । ଏହା ସହ ମୃତଦେହ ପାଖରେ ତିନିରାତି ବିତାଇଥିଲା । ପରକୀୟା ପ୍ରୀତି ସନ୍ଦେହରେ ଏପରି କରିଥିବା ପୋଲିସ ସନ୍ଦେହ କରୁଛି । ଅଭିଯୁକ୍ତ ଜଣକ ହେଲା ରାମ ଲାଗାନ୍ । ପତ୍ନୀଙ୍କ ନାମ ଜ୍ୟୋତି । ଓଢ଼ଣାରେ ଜ୍ୟୋତିଙ୍କୁ ହତ୍ୟା କରିବା ବେଳେ ପିଲାମାନେ ମଧ୍ୟ ଦେଖି ଦେଇଥିଲେ । ଫଳରେ ନିଜ ଦୁଇ ସନ୍ତାନ ପାୟଲ (୬) ଏବଂ ଆନନ୍ଦ (୩)ଙ୍କୁ ମଧ୍ୟ ହତ୍ୟା କରିଥିଲା ଅଭିଯୁକ୍ତ ।
ଲକ୍ଷ୍ନୌର ବିଜନୋର ଅଞ୍ଚଳରେ ଥିବା ସରଭନ ନଗରରେ ଘଟଣାଟି ଘଟିଛି । ପ୍ରାୟ ସାତ ବର୍ଷ ତଳେ ରାମର ବିବାହ ଜ୍ୟୋତିଙ୍କ ସହ ହୋଇଥିଲା । ବିବାହର କିଛି ବର୍ଷ ପରେ ପତ୍ନୀଙ୍କର ପରକୀୟା ପ୍ରୀତି ଥିବା ସନ୍ଦେହ କରିଥିଲା ରାମ । ପତ୍ନୀ ଅନୈତିକ କାର୍ଯ୍ୟରେ ଲିପ୍ତ କଥା କହି ବାରମ୍ବାର ଝଗଡ଼ା ମଧ୍ୟ କରୁଥିଲା ରାମ । ଏଣୁ ପ୍ରାୟତଃ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିରହୁଥିଲା । ଗତ ମାର୍ଚ୍ଚ ୨୮ ରାତିରେ ମଧ୍ୟ ପ୍ରବଳ ଝଗଡ଼ା ହୋଇଥିଲା । ଏହା ପରେ ସେ ପତ୍ନୀ ଓ ପିଲାମାନଙ୍କୁ ହତ୍ୟା କରିଥିଲା ବୋଲି ଡେପୁଟି କମିଶନର କହିଛନ୍ତି ।
ତିନି ଜଣଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ସେହି ରୁମରେ ହିଁ ରାତି କଟାଇଥିଲେ । ପ୍ରାୟ ତିନୋଟି ରାତି ସେ ଉକ୍ତ ମୃତଦେହ ପାଖରେ କଟାଇଥିଲେ । ପରେ ପଡ଼ୋଶୀମାନେ ଦୁର୍ଗନ୍ଧ ବାରି ସନ୍ଦେହ କରିଥିଲେ । କବାଟ ବନ୍ଦ ନଥିବା ବେଳେ ଶବ ତିନୋଟି ଅଖା ଭିତରେ ପଡ଼ିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।
ଅଞ୍ଚଳଟି ଜନଗହଳି ପୂର୍ଣ୍ଣ ହୋଇଥିବାରୁ ରାମ ମୃତଦେହ ଗୁଡ଼ିକୁ ବାହାର କରିପାରିନଥିଲା । ପଡ଼ୋଶୀମାନଙ୍କୁ ଜଣାଇଥିଲା ଯେ, ପରିବାର ହୋଲି ପାଳନ କରିବାକୁ ସମ୍ପର୍କୀୟଙ୍କ ଘରକୁ ଯାଇଛନ୍ତି । ପୋଲିସ ଗିରଫ କରିବା ପରେ ସେ ନିଜ ଅପରାଧ ସ୍ୱୀକାର କରିଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏନେଇ ଅଧିକ ଅନୁସନ୍ଧାନ ଚାଲିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)