Advertisment

Love Triangle Tragedy in Talcher: ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ପାଇଁ ନୂଆ ଫଣ୍ଡା; ଟ୍ରକ୍ ଚକା ତଳେ ଶୁଆଇଦେଲେ

ପୋଲିସ ତଦନ୍ତ କରି ଅଭିଯୁକ୍ତ ଆନନ୍ଦ ନାଏକକୁ ଗିରଫ କରିଥିବା ବେଳେ, ସମ୍ପୃକ୍ତ କାର୍ ଜବତ କରିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଅନୁଗୁଳ ଏସପି ରାହୁଲ ଜୈନ କହିଛନ୍ତି।

ଅଦ୍ୟତନ ହୋଇଛି
murder

murder

Advertisment

ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଲୋମଟାଙ୍କୁରା ହତ୍ୟାକାଣ୍ଡ। ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଅଭିଯୁକ୍ତମାନେ ଆପଣାଇଲେ ଫିଲ୍ମ ଷ୍ଟାଇଲ୍ ଫର୍ମୁଲା। ତାଳଚେର ଲାଙ୍ଗିଜୋଡ଼ାର ବିଶ୍ବଜିତ ନାଏକ ଗତମାସ ୨୭ ତାରିଖରୁ ନିଖୋଜ ହେବା ଏବଂ ୮ ଦିନ ପରେ ରାସ୍ତାକଡ଼ ନାଳରୁ ଗଳିତ ମୃତଦେହ ଓ ସ୍କୁଟି ଜବତ ହେବା ଘଟଣାରେ, ବଡ଼ ଖୁଲାସା କରିଛି ପୋଲିସ।

Advertisment

ଅଧିକ ପଢ଼ନ୍ତୁ: ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀଙ୍କ ବେପାର ନିଶାକୁ ଦେଖି ତାଜୁବ୍ ଭିଜିଲାନ୍ସ: ତିନି ତିନିଟି ଫ୍ୟାକ୍ଟ୍ରି ଠାବ

ତଦନ୍ତରୁ ଜଣାପଡ଼ିଛି ଯେ, ଆନନ୍ଦ ନାଏକ ଓ ସତ୍ୟପ୍ରକାଶ ନାଏକ ନାମକ ୨ ଅଭିଯୁକ୍ତ ବେନାମୀ ମୋବାଇଲ୍ ସିମ୍ କାର୍ଡ କିଣି ବିଶ୍ବଜିତଙ୍କୁ ଫୋନ କରି ଡକାଇଥିଲେ ଏବଂ ପ୍ରେମଜନିତ ବିବାଦକୁ ନେଇ କିଛି ସହଯୋଗୀଙ୍କ ସହ ମିଶି ନିର୍ମମ ହତ୍ୟା କରିଥିଲେ। ସେମାନେ ବିଶ୍ବଜିତଙ୍କୁ ଏକ କାରରେ ବସାଇ ଦେଉଳବେଢ଼ା ଗ୍ରୀନଗ୍ରାସ୍ ଷ୍ଟାଡିୟମ ପାଖରୁ ଏକଡାଳ ଗାଁ ଜଙ୍ଗଲକୁ ନେଇଥିଲେ ।

Advertisment

ଏହାପରେ ଶିବରାମପୁର ଗାଁ ପାଖକୁନେଇ ଏକ କୋଇଲା ବୋଝେଇ ଟ୍ରକ୍ ପଛ ଚକାତଳେ ତାଙ୍କୁ ଶୁଆଇ ଦେଇଥିଲେ। ଟ୍ରକ୍ ଡ୍ରାଇଭର ଶୋଇଥିବା ବେଳେ, ତାକୁ ଉଠାଇ ଆତଙ୍କିତ କରିବାରୁ ସେ ତରବରିଆ ଭାବେ ଟ୍ରକ୍ ନେଇ ପଳାଇଯାଇଥିଲା । ଫଳରେ ବିଶ୍ବଜିତଙ୍କ ମୁଣ୍ଡ ଉପରେ ଟ୍ରକ୍ ଚକା ଚଢ଼ି ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଅଭିଯୁକ୍ତମାନେ ମୃତଦେହ ଓ ସ୍କୁଟିକୁ ପାଖ ନାଳରେ ଫିଙ୍ଗିଦେଇଥିଲେ।

ପୋଲିସ ତଦନ୍ତ କରି ଅଭିଯୁକ୍ତ ଆନନ୍ଦ ନାଏକକୁ ଗିରଫ କରିଥିବା ବେଳେ, ସମ୍ପୃକ୍ତ କାର୍ ଜବତ କରିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଅନୁଗୁଳ ଏସପି ରାହୁଲ ଜୈନ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ସରକାରୀ ବାବୁଙ୍କ ଏତେ ସମ୍ପତ୍ତି ! ଘର ଦେଖି ଭିଜିଲାନ୍ସ ଟେରା...

Murder Deadbody
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ