Advertisment

Robbery Gang: ପୋଲିସକୁ ଲିଫ୍ଟ ମାଗି ଫସିଗଲା ଆନ୍ତଃରାଜ୍ୟ ଗ୍ୟାଙ୍ଗ; ୮ ଗିରଫ, ସାଢ଼େ ୩ କୋଟିରୁ ଅଧିକ ଟଙ୍କା ଜବତ

ପୋଲିସକୁ ଲିଫ୍ଟ ମାଗି ଫସିଗଲେ ଆନ୍ତଃରାଜ୍ୟ ଗ୍ୟାଙ୍ଗର ୨ ସଦସ୍ୟ। ଯାହାଙ୍କୁ ଧରି ସବୁ ତଥ୍ୟ ଉଗାରିବା ପରେ ଜଙ୍ଗଲ ଭିତରୁ ପୁଳା ପୁଳା ନୋଟକୁ ଜବତ କରିଥିଲା କଳାହାଣ୍ଡି ପୋଲିସ। କେମିତି ଥିଲା ପୂରା ଘଟଣା, ଆସନ୍ତୁ ଜାଣିବା...

undefined

Kalahandi Police Successfully Arrests 8 Members of Robbery Gang

Advertisment

ଝାଡ଼ଖଣ୍ଡରୁ ଆସିଲେ, ଓଡ଼ିଶାରେ ପଶି ଡକାୟତି କଲେ। ଧର୍ମଗଡ଼ ଉପକଣ୍ଠ ଏକ ଦେଶୀ ମଦଭାଟିରୁ ସାଢ଼େ ୩ କୋଟିରୁ ଅଧିକ ଟଙ୍କା ଲୁଟି ଖସି ପଳାଉଥିଲେ ଦୁର୍ବୃତ୍ତ। କିନ୍ତୁ, ପୋଲିସକୁ ଲିଫ୍ଟ ମାଗି ଫସିଗଲେ ଆନ୍ତଃରାଜ୍ୟ ଗ୍ୟାଙ୍ଗର ୨ ସଦସ୍ୟ। ଯାହାଙ୍କୁ ଧରି ସବୁ ତଥ୍ୟ ଉଗାରିବା ପରେ ଜଙ୍ଗଲ ଭିତରୁ ପୁଳା ପୁଳା ନୋଟକୁ ଜବତ କରିଥିଲା କଳାହାଣ୍ଡି ପୋଲିସ। କେମିତି ଥିଲା ପୂରା ଘଟଣା, ଆସନ୍ତୁ ଜାଣିବା...

Advertisment

ହଜାରେ କି ଲକ୍ଷେ ନୁହେଁ। ପୁଳା ପୁଳା ନୋଟ୍। ଅଛି ୫୦ରୁ ୫ଶହ ଟଙ୍କିଆ ବଣ୍ଡଲ ଯାଏଁ। ଯାହାର ପରିମାଣ ୩ କୋଟି ୫୧ ଲକ୍ଷ ଟଙ୍କା। କେଉଁ କୁବେର ସରକାରୀ ବାବୁଙ୍କ ନୁହେଁ, ବରଂ ଆନ୍ତଃରାଜ୍ୟ ଲୁଟେରାଙ୍କଠୁ ଜବତ ଟଙ୍କା। ଝାଡ଼ଖଣ୍ଡରୁ ଓଡ଼ିଶା ଭିତରେ ପଶି ଛତିଶଗଡ଼ ସୀମା ନିକଟ ଧର୍ମଗଡ଼ ସହର ଉପକଣ୍ଠ ଏକ ଦେଶୀ ମଦଭାଟିରୁ ଲୁଟ୍ ହୋଇଥିବା ଟଙ୍କା। ତା’ଉପରେ ଅଛି ହାତ ହତିଆର୍। ଯାହାର ପର୍ଦ୍ଦାଫାସ୍ କରିଛି କଳାହାଣ୍ଡି ପୋଲିସ। ଜାନୁୟାରୀ ୩୦ ତାରିଖ। ଝାଡ଼ଖଣ୍ଡର ୮ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ ମଦ ଭାଟିରେ ପଶି ଚଳାଇଥିଲେ ମିଡ୍ ନାଇଟ୍ ଅପରେସନ୍। ବନ୍ଧୁକ, ଭୁଜାଲି ଏବଂ ଛୁରୀ ଦେଖାଇ ପ୍ରଥମେ କର୍ମଚାରୀଙ୍କୁ ଭୟଭୀତ କଲେ। କାହାକୁ ବାନ୍ଧିଲେ, କାହାକୁ ମାଡ଼ ବି ମାରିଲେ। ଶେଷରେ ମଦଭାଟିରେ ଥିବା ସାଢ଼େ ୩ କୋଟିରୁ ଅଧିକ ନଗଦ ଟଙ୍କା ଲୁଟି ଖସିଗଲେ। 

ଅଧିକ ପଢ଼ନ୍ତୁ : ରାଜଧାନୀରେ ହୁଗୁଳି ଗଲାଣି ପୋଲିସିଂ ବ୍ୟବସ୍ଥା; ବଢୁଛି ଅପରାଧ, ମିଳୁନି ଅପରାଧୀଙ୍କ ପତ୍ତା

Advertisment

ଘଟଣା ପରେ କଳାହାଣ୍ଡି ପୋଲିସର ଆରମ୍ଭ ହୋଇଥିଲା ଧରପଗଡ଼ ଅଭିଯାନ। ପହଞ୍ଚିଥିଲେ କଳାହାଣ୍ଡି ଏସପିଙ୍କ ସହ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି। କଳାହାଣ୍ଡି ସମେତ ୧୧ ଜିଲ୍ଲାର ପୋଲିସକୁ ଲଗାଇ ଆରମ୍ଭ ହୋଇଥିଲା ଛାଡ଼ଖଣ୍ଡି ଡକାୟତ ଗ୍ୟାଙ୍ଗର ଧରପଗଡ଼। ୨୪ ଘଣ୍ଟା ଭିତରେ ୮ ଡକାୟତଙ୍କୁ ଧରିବାରେ ସଫଳ ହୋଇଥିଲା ପୋଲିସ ଟିମ୍। ରୋଚକ କଥା ହେଉଛି, ଲୁଟ୍ ପରେ ପରେ ୬ ଦୁର୍ବୃତ୍ତ ସିନା ଖସିଯାଇଥିଲେ, ହେଲେ ଅନ୍ୟ ୨ ଦୁର୍ବୃତ୍ତ ଧରାପଡ଼ିଲେ ପୋଲିସ ଗାଡ଼ିକୁ ଲିଫ୍ଟ ମାଗି। ଡକାୟତି ଖବର ପାଇ ପୋଲିସ ନାଲିବତି ଲାଗିନଥିବା ଏକ ଗାଡ଼ିରେ ଘଟଣାସ୍ଥଳକୁ ଯାଉଥିଲା। ଠିକ୍ ଏହି ସମୟରେ ମଦଭାଟିଠାରୁ ପ୍ରାୟ ୮ କିଲୋମିଟର ଦୂର ରାସ୍ତାରେ ସେହି ପୋଲିସ ଗାଡ଼ିକୁ ଲିଫ୍ଟ ମାଗିଥିଲେ ଏହି ଗ୍ୟାଙ୍ଗର ସିରାଜ୍ ଅନସାରୀ ଏବଂ କାମେଶ୍ବର ଯାଦବ। ପୋଲିସ ବି ଲିଫ୍ଟ ଦେଇଥିଲା। ଗାଡ଼ି ଭିତରେ ହିଁ ଜଣାପଡ଼ିଥିଲା ଏମାନେ ହେଉଛନ୍ତି ସେହି ଗ୍ୟାଙ୍ଗର ସଦସ୍ୟ। ସେମାନଙ୍କଠାରୁ ସବୁ ତଥ୍ୟ ଆଦାୟ କରି ଝାଡ଼ଖଣ୍ଡରୁ JH10 AP 4817 ନମ୍ବର ବିଶିଷ୍ଟ ବୋଲେରୋକୁ ଠାବ କରି ଅନ୍ୟ ୬ ଜଣଙ୍କୁ ଧରିଥିଲା ପୋଲିସ। ଆଜି ପ୍ରେସମିଟରେ ଘଟଣାର ଖୁଲାସା କରି ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି।

ପ୍ରଶ୍ନ ଉଠୁଛି, ସୁଦୂର ଝାଡ଼ଖଣ୍ଡରୁ ଧର୍ମଗଡ଼ ଯାଏଁ କେମିତି ପହଞ୍ଚିଲେ ଦୁର୍ବୃତ୍ତ ? ଏହି ଡକାୟତି ଗ୍ୟାଙ୍ଗର ନେଟୱର୍କ କେତେଦୂର ଲମ୍ବିଛି ? ମଦଭାଟିରେ ଏତେ ଟଙ୍କା ଗଚ୍ଛିତ ଥିବା ଏହି ଅଣଓଡ଼ିଆ ଡକାୟତି ଗ୍ୟାଙ୍ଗ କେମିତି ସୁରାଗ୍ ପାଇଲେ ? ମଦଭାଟିରେ ଏତେ ପରିମାଣର ଟଙ୍କା ରଖାଯିବା ପଛର ରହସ୍ୟ କ’ଣ ? 

Advertisment

ଅଧିକ ପଢ଼ନ୍ତୁ : ମୋତେ ବାହାହେଲୁନି, ତୋ ପ୍ରେମିକାକୁ ବିଷ ପିଆଇଦେଲି...

Kalahandi Police Looters Kalahandi Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ