Advertisment

Smart Lootera: ସ୍ମାର୍ଟ ସିଟିର ସ୍ମାର୍ଟ ଲୁଟେରା, ଟାର୍ଗେଟରେ ହୋଟେଲରେ ହେଉଥିବା ବିବାହ

ରାଜଧାନୀ ଭୁବନେଶ୍ବରରେ ଆପାର୍ଟମେଣ୍ଟ ଓ ଘର ପରେ ଏବେ ଟାର୍ଗେଟରେ ହୋଟେଲରେ ହେଉଥିବା ବିବାହ। ପୋଲିସର ନାକ ତଳେ ଲୁଟି ନେଇଛନ୍ତି ୧୦ ଲକ୍ଷ ଟଙ୍କାର ସୁନା ଓ ହୀରା ଗହଣା ସହ ଅଢେଇ ଲକ୍ଷର ନଗଦ। ହୋଟେଲ୍ ସିସିଟିଭିରେ କଏଦ ହୋଇଛି ଲୁଟେରାର ପୁରା କାରନାମା।

ଅଦ୍ୟତନ ହୋଇଛି
undefined

LOOT

Advertisment

ରାଜଧାନୀ ଭୁବନେଶ୍ବରରେ ଆପାର୍ଟମେଣ୍ଟ ଓ ଘର ପରେ ଏବେ ଟାର୍ଗେଟରେ ହୋଟେଲରେ ହେଉଥିବା ବିବାହ। ପୋଲିସର ନାକ ତଳେ ଲୁଟି ନେଇଛନ୍ତି ୧୦ ଲକ୍ଷ ଟଙ୍କାର ସୁନା ଓ ହୀରା ଗହଣା ସହ ଅଢେଇ ଲକ୍ଷର ନଗଦ। ହୋଟେଲ୍ ସିସିଟିଭିରେ କଏଦ ହୋଇଛି ଲୁଟେରାର ପୁରା କାରନାମା। ନିକଟରେ ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକଙ୍କ ଘରେ ଲୁଟେରା କଳାକନା ବୁଲାଇଥିଲେ, ତାର ବି ଏଯାଏ ଟେର୍ ପାଇପାରିନି କମିଶନରେଟ୍ ପୋଲିସ।

Advertisment

ରାଜଧାନୀର ମୈତ୍ରୀ ବିହାର ଅଂଚଳର ଏକ ତାରକା ହୋଟେଲରେ ଏଭଳି କଳାକନା ବୁଲାଇଛନ୍ତି ଲୁଟେରା। ମଞ୍ଚ ଉପରେ ପରିବାର ଓ ସମ୍ପର୍କୀୟଙ୍କ ସହ ବର-କନ୍ୟା ଫଟୋ ପୋଜ୍ ଦେଉଥିବା ବେଳେ ତଳେ ଚାହିଁ ରହିଛି ଲୁଟେରା। ଧିରେ ଧିରେ ଭିଡ ବଢିବା ସହ ବ୍ୟସ୍ତତାର ସୁଯୋଗ ନେଇ ବଢୁଛି ମଂଚ ଉପରକୁ। ସମସ୍ତେ ଫଟୋ ଉଠାଇବାରେ ବ୍ୟସ୍ତ ଥିବା ବେଳେ ପଛପଟୁ ଗହଣା ବ୍ୟାଗ ଧରି ସେଠାରୁ ଚମ୍ପଟ ମାରୁଛି। ପରେ ସମସ୍ତଙ୍କ ସାମ୍ନାରେ ହୋଟେଲରୁ ବାହାରି ସହଯୋଗୀ ସହ ଗାଡିରେ ଫେରାର ହୋଇଯାଇଛି ଲୁଟେରା। ଦିନ ଦିପହରେ ବେଧଡକ ଲୁଟି ନେଇଛି ୧୦ ଲକ୍ଷ ଟଙ୍କାର ସୁନା ଓ ହୀରା ଗହଣା ସହ ଅଢେଇ ଲକ୍ଷ ନଗଦ ଟଙ୍କା।

ଅଧିକ ପଢ଼ନ୍ତୁ: NAAC ରେଟିଂ ଲାଂଚ ମାମଲା; ୧୦ ଜଣଙ୍କୁ ଗିରଫ କଲା CBI

ବିବାହ ଉତ୍ସବରୁ ଲୁଟ୍ ସମ୍ପର୍କରେ ଜାଣିବା ପରେ ସମସ୍ତେ ହତବାକ୍। ପରିବାର, ସମ୍ପର୍କୀୟ ଓ ଶହ ଶହ ଅତିଥିଙ୍କ ଭିତରେ ଲୁଟେରାର କେହି ଟେର୍ ପାଇପାରିନଥିଲେ। ମୈତ୍ରୀ ବିହାର ଥାନାରେ ପରିବାର ପକ୍ଷରୁ ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ। ସିସିଟିଭି ଓ ଲୁଟେରାଙ୍କ ଗାଡି ନମ୍ବର ଆଧାରରେ ଖୋଜା ଚାଲିଛି। ଅଭିଯୁକ୍ତର ଘର ମଧ୍ୟପ୍ରଦେଶ ବୋଲି ଜାଣିବାକୁ ପାଇଛି ପୋଲିସ।

Advertisment

ସେପଟେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣାକୁ ୯ ଦିନ ବିତିଲାଣି। CCTVରେ ଲୁଟେରାର ସବୁ କାରନାମା କଏଦ ହୋଇଛି। ତଥାପି ଏଯାଏ ପୋଲିସ ହାତ ଖାଲି। କେବଳ ସନ୍ଦେହ କରି ୩୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରିଛି। ଆଉ, ୫୦ ଲକ୍ଷ ଟଙ୍କାର ସୁନା ଗହଣା ସହ ଅଢେଇ ଲକ୍ଷ ନଗଦ ନେଇ ଲୁଟେରା ପାର। ପୋଲିସ ତଦନ୍ତ ଯେତେ ଦିନ ଗଡୁଛି, ଚୋର ଧରା ପଡ଼ିବା ଆଶା ମଉଳି ଯାଉଥିବା କ୍ଷୋଭର ସହ କହିଛନ୍ତି ନିରଞ୍ଜନ।

କେବଳ ଏ ଦୁଇଟି ଘଟଣା ନୁହେଁ, ଲିଙ୍ଗରାଜ ଥାନା ଶ୍ରୀରାମ ନଗର ATM ଲୁଟ୍ ଘଟଣା, ଧଉଳି ଥାନା ଲିଙ୍ଗିପୁର ଅଞ୍ଚଳରୁ ମହିଳାଙ୍କ ଗଳିତ ମୃତଦେହ ମିଳିବା ଏବଂ ସହିଦନଗର-ରସୁଲଗଡ ଓଭରବ୍ରିଜ୍ ଉପରେ ସହଦେବ ନାୟକ ହତ୍ୟାକାଣ୍ଡର ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ ଧରିବା ନେଇ ପୋଲିସର ହାତ ଏବେ ବି ଖାଲି।

Advertisment

ଅଧିକ ପଢ଼ନ୍ତୁ: କାହାକୁ ନମିଳନ୍ତୁ ଏମିତି ପୁଅ: ବାପର ଦାହସଂସ୍କାର ପାଇଁ ଶବକୁ ଦୁଇଗଡ଼ କରୁଥିଲେ ଦୁଇଭାଇ

Bhubaneswar Commissionerate Police Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ