Advertisment

ମାତିଛନ୍ତି ମାଫିଆ; ଚୌଦ୍ବାର ଅଞ୍ଚଳରେ ମାଡି ବସିଛନ୍ତି ଏକର ଏକର ଜମି...

କଟକ ଚୌଦ୍ବାର ଅଞ୍ଚଳରେ କିଣୁଛନ୍ତି କି ଜମି ? ସାବଧାନ୍ । ମାତିଛନ୍ତି ଜମି ମାଫିଆ । ପ୍ରତି ପାଦରେ ଛକି ରହିଛନ୍ତି ଜମି ଦଲାଲ ।

ଅଦ୍ୟତନ ହୋଇଛି
Land Encroachment by Mafias In Choudwar

Land Encroachment

Advertisment

ଜମି ଦଲାଲଙ୍କ କବଜାରେ ସରକାରୀ ଜମି। କଟକ ଜିଲ୍ଲା ଚୌଦ୍ବାର ଅଞ୍ଚଳରେ ଥିବା ଶହ ଶହ ଏକର ସରକାରୀ ଜମିକୁ ଜମି ମାଫିଆ ବେଆଇନ ଭାବେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଏନେଇ ଜବର ଦଖଲ ଜମିକୁ ଖୁବଶୀଘ୍ର ମୁକ୍ତ କରାଯାଇ ପ୍ରଶାସନ ନିଜ ଅକ୍ତିଆରକୁ ନେବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ।

Advertisment

କଟକ ଚୌଦ୍ବାର ଅଞ୍ଚଳରେ କିଣୁଛନ୍ତି କି ଜମି । ସାବଧାନ୍ । ମାତିଛନ୍ତି ଜମି ମାଫିଆ । ପ୍ରତି ପାଦରେ ଛକି ରହିଛନ୍ତି ଜମି ଦଲାଲ । ଆଉ ଏହି ଦଲାଲଙ୍କ ହାବୁଡ଼ରେ ପଡିଲେ ଆପଣ ବି ଠକେଇର ଶିକାର ହେବେ । ସରକାରୀ ଜମିକୁ ନିଜ ଅକ୍ତିଆରକୁ ନେଇ ବେଆଇନ ଭାବେ ବିକ୍ରି କରୁଛନ୍ତି । ଚୌଦ୍ବାର ପୌରପାଳିକା ଓ ପଞ୍ଚାୟତ ଗୁଡିକରେ ଥିବା ଏକର ଏକର ଗୋଚର, ଅନାବାଦୀ ଓ ଜଙ୍ଗଲ କିସମ ଜମିକୁ ବେଆଇନ ଭାବେ ଜବର ଦଖଲ କରି ବିକ୍ରି ହେଇଥିବା ଅଭିଯୋଗ ହୋଇଛି।

ପଢନ୍ତୁ ଏହି ଖବର: ଅବସରପ୍ରାପ୍ତ IPSଙ୍କ ମୁହଁରେ ସରକାରୀ ଜମି କେଳେଙ୍କାରୀ କାହାଣୀ

ଖାଲି ପଡ଼ିଥିବା ସରକାରୀ ଜମିକୁ ସ୍ଥାନୀୟ ଲୋକଙ୍କ ଜରିଆରେ ଅକ୍ତିଆର କରିବାରେ ଲାଗିଛନ୍ତି ଜମି ମାଫିଆ । ଏହା ପରେ ଶାଗ ମାଛ ଦରରେ ବିକ୍ରି କରି ମୁନାଫା କମାଉଛନ୍ତି ଦଲାଲ। 

Advertisment

ଚୌଦ୍ବାର ୧୭ ନମ୍ୱର ୱାର୍ଡରେ ବେଆଇନ ଜବରଦଖଲ ନେଇ ୫ ବର୍ଷ ତଳେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା । ସେତେବେଳେ ତହସିଲଦାର ଓ ପୌରପାଳିକା ମିଳିତ ଭାବେ ବହୁ ସରକାରୀ ଜାଗାକୁ ଜବର ଦଖଲ ମୁକ୍ତ କରିଥିଲେ। ହେଲେ ଏବେ ସେହି ଜାଗାରେ ବଡ ବଡ ଘର ନିର୍ମାଣ ହେଉଛି । କିଛି ଜାଗାରେ କାଗଜ ପତ୍ର ଜାଲ କରି ଲୋକଙ୍କୁ ବିକ୍ରି ହୋଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଜମି ପଟ୍ଟା ଥିବା ଲୋକଙ୍କୁ ମଧ୍ୟ ଘର ନିର୍ମାଣ କରିବାରେ ସମସ୍ୟା ଉପୁଜୁଛି । 

ଏବେ ସାରା ରାଜ୍ୟରେ ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବେଆଇନ ଜବର ଦଖଲ ହଟାଇବାକୁ ନିର୍ଦ୍ଦେଶ ହୋଇଛି। ଜବର ଦଖଲ କରି ରହିଥିବା ବ୍ୟକ୍ତି ଓ ସରକାରୀ ଜମିକୁ ବେଆଇନ ଭାବେ ବିକ୍ରି କରିଥିବା ଜମିକୁ ଉଚ୍ଛେଦ କରାଯାଇ ନିଜ ଅକ୍ତିଆରକୁ ନିଆଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।  ତେବେ ଦେଖିବାକୁ ବାକି ରହିଲା କେବେ ସରକାରୀ ନିୟମ ପାଳନ ହେଉଛି, ଆଉ ଚୌଦ୍ବାର ଅଞ୍ଚଳରୁ ସରକାରୀ ଜମି ଜବର ଦଖଲ ଉଚ୍ଛେଦ ହେଉଛି। 

Advertisment

Land Scam Land Scam In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ