Advertisment

ବେଆଇନ ଲୋନ୍ ଆପ୍ ମାମଲା : ୨ କୋଟି ୫୨ ଲକ୍ଷ ଟଙ୍କାର ସଂପତ୍ତି ଜବତ କଲା EOW

୩ ରିକଭରି ସଂସ୍ଥାରୁ ଟଙ୍କା ଜବତ,ଚାଇନା ମାଷ୍ଟର ମାଇଣ୍ଡକୁ ଖୋଜୁଛି EOW

author-image
Prangyan Parimita
fake loan app

fake loan app

ବେଆଇନ ଲୋନ୍ ଆପର ରିକଭରି ଏଜେଣ୍ଟ କମ୍ପାନୀ ଗୁଡିକରୁ ୨ କୋଟି ୫୨ ଲକ୍ଷ ଟଙ୍କାର ସଂପତ୍ତି ଜବତ କରିଛି ଅର୍ଥନୈତିକ ଅପରାଧ ଶାଖା । ବିଟିଡବ୍ଲୁଓ କନସଲଟିଂ ପ୍ରାଇଭେଟ ଲିମିଟେଡ, ଜିୟାଂଲିଙ୍ଗ ଇନଫୋଟେକ ପ୍ରାଇଭେଟ ଲିମିଟେଡ, ଓମିଲେଟ ଟେକନୋଲୋଜି ପ୍ରାଇଭେଟ ଲିମିଟେଡ ଏହି ତିନି ରିକଭରି ସଂସ୍ଥାରୁ ଟଙ୍କା ଜବତ ହୋଇଛି । ସିଂହ ଭାଗ ଅର୍ଥ ଜାମସେଦପୁର, ଝାରସୁଗୁଡା ରିକଭରି ଏଜେଣ୍ଟ କମ୍ପାନୀରୁ ଜବତ ହୋଇଛି ।

Advertisment

ପୁନେ ଏବଂ ବାଙ୍ଗାଲୋରରେ ଥିବା ଜାଲି କମ୍ପାନୀକୁ ଚାଇନା ମାଷ୍ଟର ମାଇଣ୍ଡ ଅପରେଟ କରୁଥିଲେ । ପୂର୍ବରୁ ମଧ୍ୟ ଏହି ବେଆଇନ ଲୋନ ଆପ ମାମଲା ନେଇ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, ହାଇଦ୍ରାବାଦ , ରାଜସ୍ଥାନରେ ଚଢାଉ ହୋଇଥିଲା । ଏହି ଲିଙ୍କରେ ୫ ଜଣ ଅଭିଯୁକ୍ତ ଧରାପଡିଥିବା ବେଳେ ୬ କୋଟି ୫୭ ଲକ୍ଷ ଟଙ୍କା ପୂର୍ବରୁ ଜବତ ହୋଇଥିଲା । ସେହିପରି ଅର୍ଥନୈତିକ ଅପରାଧ ଶାଖାରେ ଆବେଦନ ପରେ ବ୍ୟୁରୋ ଅଫ୍ ଇମିଗ୍ରେସନ ବିଭାଗ ପକ୍ଷରୁ ମାଷ୍ଟର ମାଇଣ୍ଡ ଥିବା ଚାଇନିଜ ନାଗରିକଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ହୋଇଥିଲା ।

ସୂଚନାଯୋଗ୍ୟ ମୋବାଇଲ୍ ପ୍ଲେ ଷ୍ଟୋରରୁ ଲୋନ୍ ଆପ୍ ଡାଉନ୍‌ଲୋଡ କରି ଟଙ୍କା ଋଣ ନେଉଥିବା ଲୋକଙ୍କ ପାଇଁ ଏଭଳି ଘଟଣା ସତର୍କ ଘଣ୍ଟି ବଜାଇଛି। ଏହି ବେଆଇନ ତଥା ଜାଲି କମ୍ପାନୀଗୁଡ଼ିକ ଚାଇନାରୁ ଅପରେଟ ହେଉଛି। ଲୋକଙ୍କୁ ଲୋନ ଦେବା ପରେ ସେମାନଙ୍କ ଧମକଚମକ ସହ ବ୍ଲାକ୍ ମେଲିଂ ମଧ୍ୟ କରାଯାଉଛି। ଭାରତର ବିଭିନ୍ନ ଲୋକଙ୍କୁ ଏଜେଣ୍ଟ ଓ ସଂସ୍ଥା ପରିଚାଳନା ଦାୟିତ୍ୱରେ ବସାଇ ଏଭଳି ବେଆଇନ କାର୍ଯ୍ୟ କରାଯାଉଛି।

Advertisment
EOW Illegal Loan App
Advertisment
Advertisment