• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରେମ ଉଚ୍ଛୁଳା ସମୁଦ୍ରର ଢ଼େଉ ପରି । ପ୍ରେମ କେବେ ସରେ ନା କେବେ ମରେ । ପ୍ରେମ ଏଠି ଏକ ପ୍ରକାର ମାୟା । ବେଳ ହେଲେ ତା’ର ଅସଲ ମୁଖା ଖୋଲେ । ହେଲେ ପରକୀୟା ପ୍ରେମର କାହାଣୀ ସତରେ ଭାରି ଭୟାନକ୍‌ । ଅବୈଧ ସମ୍ପର୍କ ପାଇଁ କେତେ ଯେ ଜୀବନ ଚାଲିଯାଉଛି, ତାହାର ଠିକଣା ନାହିଁ । ମୁଜାଫରପୁରର ସକରା ଥାନା ଅତର୍ଗତ ଏକ ଗାଁରୁ ଏଭଳି ଏକ କାହାଣୀ ସାମ୍ନାକୁ ଆସିଛି । ତିନୋଟି ପିଲାର ମା’ ଛୁଆଙ୍କ କଥା ଚିନ୍ତା ନକରି ଜୀବନ ହାରି ଦେଇଛନ୍ତି । ମହିଳା ଜଣକ ନିଜ ଝିଅ ସାମ୍ନାରେ ହିଁ ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟା ପୂର୍ବରୁ ସେ ଭିଡିଓ ସୁଟ୍‌ କରିଥିବା ଜଣାପଡ଼ୁଛି ।

ବିନ୍ଦୁଶ୍ୱର ଶାହାଙ୍କ ପତ୍ନୀ ନୀତୁ ଦେବୀ (୩୨) । ୧୨ ବର୍ଷ ପୂର୍ବରୁ ନୀତୁ ଦେବୀ ଓ ବିନ୍ଦୁଶ୍ୱର ଶାହା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେମାନଙ୍କର ତିନୋଟି ସନ୍ତାନ ମଧ୍ୟ ଅଛନ୍ତି । ବିନ୍ଦୁଶ୍ୱର ଜଣେ ବ୍ୟବସାୟୀ । କଠିନ ପରିଶ୍ରମ କରି ପରିବାର ପାଳନ୍ତି । ହେଲେ କିଛି ଦିନ ହେଲା ଗାଁର ପଙ୍କଜ ନାମକ ଜଣେ ଗାଁର ବ୍ୟକ୍ତିଙ୍କ ସହ ପତ୍ନୀଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହାକୁ ତାଙ୍କ ସ୍ୱାମୀ ବିରୋଧ କରୁଥିଲେ । ସବୁବେଳେ ଏଥିପାଇଁ ଉଭୟଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହେଉଥିଲେ ।

ତେବେ ସ୍ୱାମୀଙ୍କ ସହ ଝଗଡ଼ା ଯୋଗୁଁ ନୁହେଁ ବରଂ ପ୍ରେମିକଙ୍କ ପାଇଁ ଆତ୍ମହତ୍ୟା କରିଛନ୍ତି ନୀତୁ । ଆତ୍ମହତ୍ୟା କରୁଥିବା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ସ୍ପଷ୍ଟ ଦେଖିବାପାଇଁ ମିଳୁଛି, ସେ ଫନ୍ଦା ତିଆରି କରି ଝୁଲି ପଡ଼ୁଛନ୍ତି । ଏହି ଭିଡିଓକୁ ସେ ନିଜ ମୋବାଇଲରେ ପ୍ରସ୍ତୁତ କରିଛନ୍ତି । ବର୍ତ୍ତମାନ ମୋବାଇଲକୁ ଜବତ କରିଛି ପୋଲିସ୍‌ । ତେବେ ସେହି ସମୟର ଭିଡିଓ ଏବେ ଏହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଭିଡିଓ ଦେଖି ଜଣାପଡୁଛି, ପ୍ରେମିକ ସହିତ ତାଙ୍କର କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ଆଉ ଏଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି । ଆଉ ମୃତ୍ୟୁ ପୂର୍ବରୁ ସେ କହୁଛନ୍ତି, ଧନ ମୋ ସହ ଥରେ ମାତ୍ର, ଶେଷ ଥର ପାଇଁ ହେଲେ କଥା ହୁଏ ।

ଏଇଠି ପ୍ରଶ୍ନ ଉଠୁଛି, ଜଣେ ମା’ ନିଜ ପିଲାଙ୍କ କଥା ଚିନ୍ତା ନକରି କିପରି ଏପରି ଚରମ ପଦକ୍ଷେପ ନେଇଛନ୍ତି । ଘରର ଦାୟିତ୍ୱ ଛାଡ଼ି ଜୀବନ ହାରିଦେବା କ’ଣ ସମସ୍ୟାର ସମାଧାନ ? ଏଥରେ ଗୋଟିଏ ପରିବାର ପୂରା ଉଜୁଡ଼ି ଯାଇଛି । ପ୍ରେମ ପାଇଁ ଏପରି କରିବା କେତେଦୂର ଯୁକ୍ତିଯୁକ୍ତ ।