/odishatv-khabar/media/post_attachments/uploadimage/library/16_9/16_9_0/death_1698223942.jpg)
death
ଛାତ୍ର ମାଡ଼ରେ ଗୁରୁତର ଅଧ୍ୟାପକଙ୍କର ମୃତ୍ୟୁ । ୯ ମାସ ପର୍ଯ୍ୟନ୍ତ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ଜୀବନ ହାରିଛନ୍ତି ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲାରେ । ମୃତ ଅଧ୍ୟାପକ ଜଣଙ୍କ ହେଲେ ଅମିତ ବାରିକ । ଅମିତ କଟାପାଲି ସ୍ଥିତ ପିକେଏସ୍ଏସ୍ ସ୍ନାତକ ମହାବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ ।
Advertisment
ଗତ ଫେବୃୟାରୀ ୨୨ ତାରିଖରେ ମୃତ ଅଧ୍ୟାପକ ଅମିତ ବାରିକ କଲେଜରେ କ୍ଲାସ ନେଉଥିବା ବେଳେ ବିଳମ୍ବରେ ଆସିଥିବା ଯୋଗୁଁ ଜଣେ ଛାତ୍ରଙ୍କୁ ତାଗିଦ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ଛାତ୍ର ଜଣକ ଉତକ୍ଷିପ୍ତ ହୋଇ ଅଧ୍ୟାପକ ଅମିତଙ୍କୁ ଆକ୍ରମଣ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଝାରସୁଗୁଡା ଜିଲ୍ଲା ହସପିଟାଲ ଓ ପରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
ଗତ ୯ ମାସ ଧରି ବୁର୍ଲାରେ ଚିକିତ୍ସାଧୀନ ଥିଲେ । ହେଲେ ଶେଷରେ ତାଙ୍କର ପ୍ରାଣ ଚାଲିଯାଇଛି । ଅଧ୍ୟାପକ ଅମିତ ବାରିକଙ୍କୁ ମାଡ଼ ମାରିବା ଘଟଣା ପରେ ଅଭିଯୁକ୍ତ ଛାତ୍ରକୁ ଗିରଫ କରିଥିଲା ପୋଲିସ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)