• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ୍ ମାମଲାରେ ଡବଲ୍ ଗେମ୍ ଖେଳୁଛିି କି ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ? ୩୦ ମିନିଟ୍‌ର ଏକ୍ସକ୍ଲୁସିଭ୍ ତଥ୍ୟ ଦେଇ ରାଜ୍ୟରେ କମ୍ପନ ସୃଷ୍ଟି କରାଇବାର ଚେତାବନୀ ଶୁଣାଇଥିବା ଲେଡ଼ି ବ୍ଲାକମେଲର୍ ଇଡ଼ି ଆଗରେ ଚୁପ୍ କାହିଁକି ? ୭ ଦିନିଆ ରିମାଣ୍ଡରେ ଥିବା ଅର୍ଚ୍ଚନା ଆଜିକୁ ୫ ଦିନ ହେଲା, ଇଡ଼ିକୁ କୌଁଣସି ସହଯୋଗ କରୁନଥିବା କୁହାଯାଉଛି । ପ୍ରଶ୍ନ ପଚାରି ପଚାରି ଇଡ଼ି ଅଧିକାରୀ ହାଲିଆ ହେଉଛନ୍ତି ପଛେ, କୌଣସି ବିସ୍ଫୋରକ ତଥ୍ୟ ଉଗାଳୁନି ଅର୍ଚ୍ଚନା ା ତେବେ ଅର୍ଚ୍ଚନା ଉପରେ କୌଣସି ପ୍ରଭାବଶାଳୀଙ୍କ ଚାପ ପଡୁନି ତ ? ଏହି ଚର୍ଚ୍ଚା ଭିତରେ କୋର୍ଟଙ୍କ ନିର୍ଦ୍ଦେଶରେ ଖଣ୍ଡଗିରି ପୋଲିସ ତଦନ୍ତର କିଛି ତଥ୍ୟ ଆଜି ଇଡିକୁ ହସ୍ତାନ୍ତର କରିଛି ।

ବହୁଚର୍ଚ୍ଚିତ ହନିଟ୍ରାପ୍ ମାମଲାରେ ନେତା, ମନ୍ତ୍ରୀ ଆଉ କାହାର ରହିଛି ସଂପୃକ୍ତି, ଗୁମର ଖୋଲିଦେବାକୁ ଅର୍ଚ୍ଚନା ମାଗିଥିଲେ ୩୦ ମିନିଟ୍ । ରାଜ୍ୟର ତଦନ୍ତକାରୀ ସଂସ୍ଥା ଉପରୁ ଭରସା ତୁଟାଇ ଇଡ଼ି ଆଗରେ ମୁହଁ ଖୋଲିବାକୁ ବ୍ୟଗ୍ର ଥିଲେ ଅର୍ଚ୍ଚନା । ଗତ ୬ ତାରିଖରେ ନିଜର ଦୃଢ଼ୋକ୍ତି ରଖିଥିଲେ ଅର୍ଚ୍ଚନା । କିନ୍ତୁ ରିମାଣ୍ଡର ଆଜିକୁ ୫ ଦିନ ବିତିଗଲାଣି । ମିଡିଡ଼ିଆ ଆଗରେ ମୁହଁକୁ ଇସ୍ପାତ କରିଥିବା ଅର୍ଚ୍ଚନାଙ୍କୁ ଇଡ଼ି ଆଗରେ ଯେମିତି ସନିିପାତ ହେଉଛି । ୩୦ ମିନିଟ୍ ଦୂରେ ଥାଉ, ୯୬ ଘଣ୍ଟା ବିତିଗଲା, ନା ମୁହଁ ଖୋଲୁଛିି ନା ଓଡ଼ିଶାକୁ ଦୋହଲାଇ ଦେଲା ଭଳି EXCLUSIVE ତଥ୍ୟ ଦେଉଛି । 

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ତଦନ୍ତରେ ଆଦୌ ସହଯୋଗ କରୁନି ଅର୍ଚ୍ଚନା । ଫଳରେ ଆର୍ଥିକ ଦିଗରେ ଖୋଳତାଡ଼ କରିବା ପାଇଁ ଅଡୁଆ ପରିସ୍ଥିତି ଉପୁଜିଛି । ଅର୍ଚ୍ଚନା ରିମାଣ୍ଡରେ ଗଲା ପରେ ବି ନା କୌଣସି ପ୍ରଭାବଶାଳୀଙ୍କୁ ଇଡ଼ି ଅଫିସରେ ଦେଖିବାକୁ ମିଳୁଛି ନା ଅନ୍ୟ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରାଯାଇପାରୁଛି । ଅର୍ଥାତ ବଡ଼ ବଡ଼ିଆଙ୍କ ତଥ୍ୟ ଲୁଚାଉଛି କି  ଅର୍ଚ୍ଚନା ? ମିଡ଼ିଆ ଆଗରେ ଗୋଟିଏ କଥା, ଇଡ଼ି ଆଗରେ ଆଉ ଗୋଟିଏ କଥା କହୁଥିବା ଅର୍ଚ୍ଚନାର ଏଭଳି ଡୁଆଲ୍ ଗେମ୍‌ର ରହସ୍ୟ କଣ ? ମିଡିଆରେ ବୟାନ ପରେ ତଥ୍ୟ ନଖୋଲିବାକୁ ଅର୍ଚ୍ଚନା ଉପରେ କୌଣସି ବାହ୍ୟ ଚାପ ପଡୁନି ତ ?

ଅପରପକ୍ଷରେ ଅର୍ଚ୍ଚନାର ଆର୍ଥିକ ସାମ୍ରାଜ୍ୟର ତଦନ୍ତ କରୁଥିବା ଇଡ଼ିକୁ ଆଜି ଅର୍ଚ୍ଚନା ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିଛି ଖଣ୍ଡଗିରି ପୋଲିସ । ସତ୍ୟବିହାର ସ୍ଥିତ ଆଲିସାନ କୋଠାରେ ଚଢ଼ାଉବେଳେ ଓ ମାମଲାର ତଦନ୍ତବେଳେ ମିଳିଥିବା ତଥ୍ୟକୁ, କୋର୍ଟଙ୍କ ଚାପରେ ଆସି ଖଣ୍ଡଗିରି ପୋଲିସ ହସ୍ତାନ୍ତର କରିଛି । କିନ୍ତୁ ଏଯାଏଁ ଇଡ଼ି ପାଖରେ ପହଞ୍ଚିନି ଡିଜିଟାଲ୍ ଏଭିଡେନ୍ସ । ନାଗ-ଚାନ୍ଦଠୁ ଜବତ ମୋବାଇଲ୍, ଲ୍ୟାପଟପ୍, ହାର୍ଡଡିସ୍କ, ସିସିଟିଭିକୁ ଯାଞ୍ଚ ପାଇଁ ରାଜ୍ୟ ଫରେନ୍ସିକ୍ ଲ୍ୟାବ୍‌କୁ ପଠାଯାଇଛି । ଅଥଚ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏସବୁର ଡିଜିଟାଲ୍ ଏଭିଡେନ୍ସକୁ ଇଡ଼ିକୁ ହସ୍ତାନ୍ତର କରାଯାଇନାହିଁ । 

ତଦନ୍ତଭାର ନେବାର ଇଡ଼ିକୁ ମାସେ ବିତିଲାଣି । ତଥ୍ୟ ଦେବାରେ ଅବହେଳା କରୁଥିବା ନେଇ ଇଡ଼ି କୋର୍ଟଙ୍କ ଦ୍ୱାରସ୍ଥ ବି ହୋଇଥିଲା । ତେବେ ଏଭଳି ବିଳମ୍ବର କାରଣ କଣ ? ସୁରକ୍ଷିତ ଅଛି ତ ଡିଜିଟାଲ୍ ଏଭିଡେନ୍ସ ? ବଡ଼ବଡ଼ିଆଙ୍କ ଲିଙ୍କ୍ ଥିବାରୁ ପାୱାର କରିଡର୍‌ର ଚାପରେ ନାହିଁ ତ କମିଶନରେଟ୍ ପୋଲିସ ? ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନିି ।  

ଆଉ ମାତ୍ର ୨ ଦିନ ପରେ ଅର୍ଚ୍ଚନାର ୭ ଦିନିଆ ରିମାଣ୍ଡ ଅବଧି ସରିବ । ଏଭଳି ସ୍ଥିତିରେ ଡକରା ସତ୍ତ୍ୱେ ଅନ୍ୟତମ ସହଯୋଗୀ ଶ୍ରଦ୍ଧାଞ୍ଜଳି ଇଡ଼ିରେ ହାଜର ହେଉନଥିବାରୁ ଅର୍ଚ୍ଚନା ସହ ମୁହାଁମୁହିଁ ଜେରା କରାଯାଇପାରୁନି । ଶ୍ରଦ୍ଧାଞ୍ଜଳି ଏବେ କେଉଁଠି ? କାହିଁକି ସାମ୍ନାକୁ ଆସୁନି ସେ ? ତାକୁ ନେଇ ଏବେ ବଢିଛି ସସ୍‌ପେନ୍ସ ।

(ରିପୋର୍ଚ- ଭୁବନେଶ୍ୱରରୁ ଆଲୋକ ମହାନ୍ତି)